Image Courtesy of NDTV
ଚେନ୍ନାଇ: ଭାରତର ଚେନ୍ନାଇସ୍ଥିତ କମ୍ପାନିଦ୍ବାରା ଉତ୍ପାଦିତ ‘ଆଇ ଡ୍ରପ୍’ ଦୂଷିତ ଏବଂ ସେଥିଯୋଗୁଁ ଆମେରିକାରେ ଜଣକର ମୃତ୍ୟୁ ହେବା ସହିତ ଆଉ ଜଣେ ଦୃଷ୍ଟିଶକ୍ତି ହରାଇଥିବା କଥା ସେଠାକାର ସରକାରୀ କର୍ତ୍ତୃପକ୍ଷ କହିବା ପରେ ଶୁକ୍ରବାର ବିଳମ୍ବିତ ରାତ୍ରରେ ଭାରତୀୟ ସରକାରୀ କର୍ତ୍ତୃପକ୍ଷ ଉକ୍ତ ଔଷଧ କମ୍ପାନିରେ ଖାନ୍ତଲାସ୍ କରିଛନ୍ତି।
ଚେନ୍ନାଇର ଦକ୍ଷିଣ ଦିଗକୁ ପ୍ରାୟ ୪୦ କିଲୋମିଟର୍ ଦୂରରେ ଅବସ୍ଥିତ ‘ଗ୍ଲୋବାଲ୍ ଫାର୍ମା ହେଲ୍ଥ୍କେୟାର୍ ପ୍ରାଇଭେଟ୍ ଲିମିଟେଡ୍’ ନାମକ ଉକ୍ତ କମ୍ପାନିରେ ଗତରାତିରେ ତାମିଲନାଡୁର ଡ୍ରଗ୍ କଣ୍ଟ୍ରୋଲର୍ ଏବଂ ସେଣ୍ଟ୍ରାଲ୍ ଡ୍ରଗ୍ କଣ୍ଟ୍ରୋଲ୍ ଅଥରିଟି’ର ସଦସ୍ୟମାନେ ଖାନ୍ତଲାସ୍ କରିଥିଲେ।
ଗଣମାଧ୍ୟମକୁ ତାମିଲନାଡୁ ଡ୍ରଗ୍ କଣ୍ଟ୍ରୋଲର୍ ଡାକ୍ତର ପି. ଭି. ବିଜୟଲକ୍ଷ୍ମୀ କହିଛନ୍ତି, ଆମେରିକାକୁ ପଠାଯାଇଥିବା ବ୍ୟାଚ୍ରୁ ଆମେ ନମୁନା ସଂଗ୍ରହ କରିବା ସହିତ ଏହି ଔଷଧ ପ୍ରସ୍ତୁତିରେ ବ୍ୟବହୃତ କଞ୍ଚାମାଲ୍ର ନମୁନା ବି ସଂଗ୍ରହ କରିଛୁ। ସମ୍ପ୍ରତି ଆମେରିକାରୁ ପ୍ରତ୍ୟାହାର ହୋଇ ଆସୁଥିବା ଅବ୍ୟବହୃତ ଔଷଧର ନମୁନା ସଂଗ୍ରହ ପାଇଁ ଅପେକ୍ଷା କରିଛୁ।
Image Courtesy of NDTVରାତି ୨ଟାରେ ତଦନ୍ତ ଶେଷ ହେବା ପରେ ଆଖିରେ ପକାଯାଉଥିବା ଉକ୍ତ ଔଷଧ ଉତ୍ପାଦନ ବନ୍ଦ ରଖିବାକୁ ସରକାରୀ କର୍ତ୍ତୃପକ୍ଷମାନେ ଆଦେଶ ଦେଇଛନ୍ତି। ଔଷଧ ଉତ୍ପାଦନ ଓ ରପ୍ତାନି କରିବାକୁ କାରଖାନାର ବୈଧ୍ୟ ଲାଇସେନ୍ସ୍ ଅଛି ବୋଲି ସୁନିଶ୍ଚିତ କରି ଡାକ୍ତର ବିଜୟଲକ୍ଷ୍ମୀ କହିଛନ୍ତି ଯେ, ଆମେରିକାରୁ ଫେରୁଥିବା ଅବ୍ୟବହୃତ ଔଷଧର ନମୁନା ପରୀକ୍ଷା ରିପୋର୍ଟ ମିଳିବା ପରେ ଯାଇ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହେବ। ସେମାନେ (ଆମେରିକୀୟ) କେବଳ ଡାକ୍ତରଖାନାରେ ଖୋଲାଯାଇ ବ୍ୟବହାର କରାଯାଇଥିବା ଆଖି ଡ୍ରପ୍ର ନମୁନା ପରୀକ୍ଷା କରିଛନ୍ତି।
ଆଖିରେ ପକାଯାଉଥିବା ଏହି ଔଷଧ ପ୍ରତିରୋଧକ ଅଣୁଜୀବମାନଙ୍କୁ ପ୍ରଦୂଷିତ କରିପକାଉଛି। ଏହି ଔଷଧ ପ୍ରୟୋଗ ହେତୁ ଜଣେ ଦୃଷ୍ଟିଶକ୍ତି ହରାଇବା ସହିତ ଆଉ ଜଣକର ରକ୍ତପ୍ରବାହ ସଂକ୍ରମଣ ଯୋଗୁଁ ମୃତୁ ଘଟିଛି ବୋଲି ଆମେରିକାର ସ୍ବାସ୍ଥ୍ୟ ସୁରକ୍ଷା ଏଜେନ୍ସି ‘ୟୁଏସ୍ ଫୁଡ୍ ଆଣ୍ଡ୍ ଡ୍ରଗ୍ ଆଡ୍ମିନିଷ୍ଟ୍ରେସନ୍’ କହିବା ପରେ କମ୍ପାନି ସ୍ବେଚ୍ଛାରେ ଆମେରିକା ବଜାରରୁ ‘ଏଜ୍ରିକେୟାର୍ ଆର୍ଟିଫିସିଆଲ୍ ଟିୟର୍ସ ଆଇ ଡ୍ରପ୍’ ନାମକ ଉକ୍ତ ଔଷଧ ପ୍ରତ୍ୟାହାର କରି ନେଇଥିଲା। ଏହି ଔଷଧ ଯୋଗୁଁ ଆହୁରି ୫୫ଜଣ ବ୍ୟକ୍ତିଙ୍କ ଉପରେ କୁପ୍ରଭାବ ପଡ଼ିଥିବା କଥା ମଧ୍ୟ ଆମେରିକୀୟ କର୍ତ୍ତୃପକ୍ଷ କହିଛନ୍ତି।
Follow Us