ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ବାପା ଡାକ୍ତରଖାନାରେ ଭର୍ତ୍ତି

Advertisment
ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ବାପା ଡାକ୍ତରଖାନାରେ ଭର୍ତ୍ତି

aajtak

ନୂଆଦିଲ୍ଲୀ: ଡାକ୍ତରଖାନାରେ ଭର୍ତ୍ତି ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ବାପା କେ.କେ ସିଂହ। ହୃଦ ସମସ୍ୟା ନେଇ ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣା ପଡ଼ିଛି। ଡାକ୍ତରଖାନା ବେଡରେ ସୁଶାନ୍ତଙ୍କ ବାପା ବସିଥିବାର ଏକ ଫଟୋ ଭାଇରାଲ ହେବା ପରେ ଖବରଟି ସାମ୍ନାକୁ ଆସିଛି। ତାଙ୍କ ସହ ତାଙ୍କ ଝିଅମାନେ ଡାକ୍ତରଖାନାରେ ରହି ଦେଖାଶୁଣା କରୁଥିବା ଜଣା ପଡ଼ିଛି। କେ.କେ ସିଂଙ୍କୁ ହରିୟାଣାର ଫରିଦାବାଦ ଏସୀୟନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଚିକିତ୍ସା ପରେ ଏବେ ସେ ସୁସ୍ଥ ଅଛନ୍ତି।

ଉଲ୍ଲେଖଯୋଗ୍ୟ,ଅଭିନେତା ସୁଶାନ୍ତ ସିଂ ରାଜପୁତ ଜୁନ୍ ୧୪ରେ ଏ ଦୁନିଆରୁ ବିଦାୟ ନେଇଥିଲେ। ତାଙ୍କ ଶୋଇବା ଘରୁ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ପ୍ରଥମେ ମୁମ୍ବାଇ ପୁଲିସ ଏହାକୁ ଆତ୍ମହତ୍ୟା ବୋଲି କହିଥିଲେ ମଧ୍ୟ ପରିବାର ଲୋକେ ହତ୍ୟା କରାଯାଇଥିବା ନେଇ ଅଭିଯୋଗ କରିବା ପରେ ତଦନ୍ତ ଦାୟିତ୍ବ ସିବିଆଇକୁ ଦିଆଯାଇଥିଲା। ସିବିଆଇ ପରେ ଇଡି ଏବଂ ଏନସିବି ମଧ୍ୟ ଏହି ମାମଲାରେ ତଦନ୍ତ ପାଇଁ ସାମିଲ ହୋଇଥିଲେ । ସୁଶାନ୍ତଙ୍କୁ ଡ୍ରଗ୍ସ ଦେଉଥିବା ମାମଲାରେ ଏନସିିବି ଅଭିନେତ୍ରୀ ତଥା ସୁଶାନ୍ତଙ୍କ ପ୍ରେମିକା ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ଭାଇ ସୌଭିକଙ୍କୁ  ଗିରଫ କରିଥିଲେ। ତେବେ ଉଭୟଙ୍କୁ ବର୍ତ୍ତମାନ ଜାମିନ ପ୍ରଦାନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe