Image Courtesy of India Today
ନୂଆଦିଲ୍ଲୀ: ଅଫିସ୍ ଆସିବାରେ ବିଳମ୍ବ ହେବାରୁ ମଙ୍ଗଳବାର ଦିନ ମିକୋଲାଇଭ୍ର ଗଭର୍ଣ୍ଣର୍ ରୁଷୀୟ ଆକ୍ରମଣରୁ ବର୍ତ୍ତିଯାଇଛନ୍ତି। ଗତକାଲି ମିକୋଲାଇଭ୍ରେ ଥିବା ଆଞ୍ଚଳିକ ଗଭର୍ଣ୍ଣର୍ଙ୍କ ଅଟ୍ଟାଳିକା ଉପରେ ରୁଷୀୟ କ୍ଷେପଣାସ୍ତ୍ର ମାଡ଼ ହେବାରୁ ବହୁ ଲୋକ ମୃତାହତ ହୋଇଥିଲେ।
ପ୍ରାପ୍ତ ସୂଚନା ଅନୁସାରେ, ଗଭର୍ଣ୍ଣର୍ ଭିତାଲି କିମ୍ଙ୍କୁ ଟାର୍ଗେଟ କରାଯାଇ ତାଙ୍କ ଅଟ୍ଟାଳିକା ଉପକରକୁ କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇଥିଲା। କିନ୍ତୁ, ସେଦିନ ଗଭର୍ଣ୍ଣର୍ ଅଧିକ ସମୟ ପର୍ଯ୍ୟନ୍ତ ଶୋଇ ପଡ଼ିଥିବାରୁ ବିଳମ୍ବରେ ଅଫିସ ଆସିଥିଲେ। ସେ ନଗରୀକୁ ଦଖଲ କରିବାକୁ ରୁଷ୍ର ଉଦ୍ୟମକୁ ବିଦ୍ରୂପ କରି କିମ୍ ଭିଡିଓ ରେକର୍ଡିଙ୍ଗ୍ କରୁଥିଲେ।
ସେମାନେ ମୋ ଅଫିସ୍କୁ ଆକ୍ରମଣ କରି ଅଟ୍ଟାଳିକାର ଅର୍ଦ୍ଧେକ ଧ୍ବଂସ କରି ଦେଇଛନ୍ତି ବୋଲି କିମ୍ କହିଥିବା କଥା ‘ଦି ଟାଇମସ୍’ ରିପୋର୍ଟ କରିଛି।
Vitaliy Kim: Image Courtesy of Peopleସମରସଜ୍ଜା ଦୃଷ୍ଟିରୁ ମିକୋଲାଇଭ୍ ଗୁରୁତ୍ବପୂର୍ଣ୍ଣ ସହର ହୋଇଥିବା ବେଳେ ସହରର ପ୍ରତିରକ୍ଷା ନିମନ୍ତେ କିମ୍ଙ୍କ ଉପରେ ଦାୟିତ୍ବ ନ୍ୟସ୍ତ ଥାଏ। ଗତ ସପ୍ତାହରେ ହୋଇଥିବା ସ୍ଥଳ ସେନା, ଲଢୁଆ ବିମାନ, ହେଲିକାପ୍ଟର୍, କ୍ଷେପଣାସ୍ତ୍ର ଏବଂ ରକେଟ୍ ଆକ୍ରମଣକୁ ମିକୋଲାଇଭ୍ ସଫଳତାର ସହ ପ୍ରତିହତ କରିଛି।
ମଙ୍ଗଳବାର ସକାଳେ ରୁଷ୍ ସେନା ଗଭର୍ଣ୍ଣର୍ଙ୍କୁ କାର୍ଯ୍ୟାଳୟ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ କରି ଅନ୍ୟୂନ ୧୨ଜଣଙ୍କୁ ହତ୍ୟା କରିବା ସହିତ ୩୩ଜଣ ଆହତ ହୋଇଛନ୍ତି।
କ୍ଷେପଣାସ୍ତ୍ର ଆକ୍ରମଣ ଯୋଗୁଁ ଗଭର୍ଣ୍ଣର୍ଙ୍କ କାର୍ଯ୍ୟାଳୟ ଅଟ୍ଟାଳିକାରେ ପ୍ରକାଣ୍ଡ ଗହ୍ବର ସୃଷ୍ଟି ହୋଇଛି ଓ ମଝି ଧାଡ଼ି ଝରକା ବିଧ୍ବସ୍ତ ହେବା ସହ ଅଫିସ୍ ତଳ ଚାରିପଟେ ଭଙ୍ଗାରୁଜା ଅଂଶ ପଡ଼ି ରହିଛି।
Follow Us