ନୂଆଦିଲ୍ଲୀ: ୟୁନିଅନ୍ ପବ୍ଲିକ୍ ସର୍ଭିସ କମିଶନ (ୟୁପିଏସସି)ରେ ଲାଟେରାଲ୍ ଏଣ୍ଟ୍ରି ପ୍ରସଙ୍ଗ ବୃଦ୍ଧି ପାଇବାରେ ଲାଗିଛି। ବିରୋଧୀ ଦଳ ପରେ ଏବେ ସରକାରୀ ମନ୍ତ୍ରୀମାନେ ଏ ସମ୍ପର୍କରେ ନିଜର ପ୍ରତିକ୍ରିୟା ଦେବା ଆରମ୍ଭ କରିଛନ୍ତି। ଯାହାକୁ ବିଜେପି ପସନ୍ଦ କରିବା ପରି ମନେ ହେଉ ନାହିଁ ବୋଲି ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି।
ବର୍ତ୍ତମାନ କେନ୍ଦ୍ର ମନ୍ତ୍ରୀ ତଥା ଲୋକଶକ୍ତି ପାର୍ଟିର ସଭାପତି (ରାମ ଭିଲାସ) ଚିରାଗ ପାସୱାନ ଏହାକୁ ସମ୍ପୂର୍ଣ୍ଣ ଭୁଲ ବୋଲି କହିଛନ୍ତି। ସେ କହିଛନ୍ତି ଯେ ସରକାରଙ୍କ ସମ୍ମୁଖରେ ଏହି ପ୍ରସଙ୍ଗ ଉଠାଇବାକୁ ସେ ଯୋଜନା କରୁଛନ୍ତି। ଯେତେବେଳେ ଅଗଷ୍ଟ ୧୭ରେ କେନ୍ଦ୍ର ସରକାର ଏକ ବିଜ୍ଞାପନ ଜାରି କରିଥିଲେ ସେତେବେଳେ ଏହି ପ୍ରସଙ୍ଗ ଉଠିଥିଲା। ଯେଉଁଥିରେ ୨୪ଟି ମନ୍ତ୍ରଣାଳୟରେ ଯୁଗ୍ମ ସଚିବ ଏବଂ ଡେପୁଟି ସେକ୍ରେଟାରୀ ପଦବୀରେ ଲାଟେରାଲ୍ ନିଯୁକ୍ତି ପାଇଁ ନାଗରିକଙ୍କ ଠାରୁ ଆବେଦନ କରାଯାଇଥିଲା। ବର୍ତ୍ତମାନ ଚିରାଗ ପାସୱାନ୍ ଏହା ବିରୋଧରେ ବାହାରିଛନ୍ତି। ତାଙ୍କ ଦଳ ଏନଡିଏ ସରକାରରେ ସହଯୋଗୀ।
ଚିରାଗ କହିଛନ୍ତି ଯେ ତାଙ୍କ ଦଳ ଏଭଳି ନିଯୁକ୍ତି ସପକ୍ଷରେ ନାହିଁ। ସେ କହିଛନ୍ତି ଯେତେବେଳେ ବି ସରକାରୀ ନିଯୁକ୍ତି ପ୍ରଦାନ କରାଯାଇଥାଏ ସେଥିରେ ସଂରକ୍ଷଣ ବ୍ୟବସ୍ଥା ପାଳନ କରିବା ଜରୁରୀ ଅଟେ। ଏହି ପ୍ରସଙ୍ଗ ତାଙ୍କ ପାଇଁ ଚିନ୍ତାର ବିଷୟ। ସରକାରଙ୍କର ଏକ ଅଂଶଥିବା ଲୋକଙ୍କର ମଧ୍ୟ ଏହି ପ୍ରସଙ୍ଗରେ ସ୍ବର ଉତ୍ତୋଳନ କରିବା ଆବଶ୍ୟକ।
ଚିରାଗ ବିହାରର ହାଜିପୁର ଆସନରୁ ଜଣେ ସାଂସଦ। ତାଙ୍କ ଦଳର ଆଭିମୁଖ୍ୟ ସ୍ପଷ୍ଟ ବୋଲି ସେ କହିଛନ୍ତି। ଆମେ ଏହା ସପକ୍ଷରେ ନାହୁଁ। ଏହା ସଂପୂର୍ଣ୍ଣ ଭୁଲ ଅଟେ। ସେ ତାଙ୍କ ଦଳ ପକ୍ଷରୁ ସରକାରଙ୍କ ସମ୍ମୁଖରେ ଏହି ପ୍ରସଙ୍ଗ ଉଠାଇବେ ବୋଲି ଜୋର୍ ଦେଇଛନ୍ତି।
ଏହି ପ୍ରସଙ୍ଗରେ କଂଗ୍ରେସ ମଧ୍ୟ ସରକାରଙ୍କୁ ଲଗାତାର ଘେରିବା ଆରମ୍ଭ କରିଛି। ରାହୁଲ ଗାନ୍ଧୀ ଲୋକସଭାରେ ଏହି ପ୍ରସଙ୍ଗ ଉଠାଇଛନ୍ତି। ଓବିସି, ଦଳିତ ଏବଂ ଆଦିବାସୀଙ୍କ ବିରୋଧରେ ବିଜେପି ଷଡ଼ଯନ୍ତ୍ର କରିଥିବା ସେ କହିଛନ୍ତି। କଂଗ୍ରେସ ନେତା ଅଭିଯୋଗ କରିଛନ୍ତି ଯେ ଆରଏସଏସ ସହ ଜଡିତ ଲୋକଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାର ଏଭଳି ନିଯୁକ୍ତିରେ ଅଧିକ ପସନ୍ଦ କରୁଛନ୍ତି। ସମାଜବାଦୀ ପାର୍ଟି (ଏସପି) ମୁଖ୍ୟ ଅଖିଳେଶ ଯାଦବ ମଧ୍ୟ ଏହି ମାମଲାକୁ ଗମ୍ଭୀର ବୋଲି ବର୍ଣ୍ଣନା କରିଛନ୍ତି।
ବିଜେପି ପଛୁଆ, ଦଳିତ ଏବଂ ସଂଖ୍ୟାଲଘୁ (ପିଡ଼ିଏ) ସମ୍ପ୍ରଦାୟ ବିରୁଦ୍ଧରେ ବୋଲି ବର୍ଣ୍ଣନା କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ସରକାର ସେମାନଙ୍କୁ ସଂରକ୍ଷଣ ଅଧିକାର ଏବଂ ସୁଯୋଗରୁ ବଞ୍ଚିତ କରିବାକୁ ଚାହୁଁଛନ୍ତି। ଏଥି ସହ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ମାମଲାରେ ସରକାରଙ୍କୁ ସୁରକ୍ଷା ପ୍ରଦାନ କରିଛନ୍ତି। ସେ କହିଛନ୍ତି ଯେ କଂଗ୍ରେସର ଏଭଳି ସମାଲୋଚନା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ।
Follow Us