ଦୁର୍ଘଟଣାକୁ ବିତିଲା ମାସେ: ଦିନ ଯାଇଛି ହେଲେ ଯାଇନି ଦାଗ

air crash

ଅହମଦାବାଦ: ମାସେ ବିତିଛି, ହେଲେ ଲିଭିନି ସେ ଛାତି ଥରା ଦୁର୍ଘଟଣାର ଦାଗ। ଆଜିକୁ ଠିକ୍ ମାସେ ତଳେ ସବୁଦିନ ଭଳି ଏକ ଏୟ‌ାର ଇଣ୍ଡିଆ ବିମାନ ଉଡ଼ାଣ କରିଥିଲା। ଉଡ଼ାଣ ସାଧାରଣ ଥିଲା ବେଳେ ହଠାତ୍ ୨ଟି ଇଞ୍ଜିନ୍ ଫେଲ୍ କରିବାରୁ ମାତ୍ର ୩୦ ସେକେଣ୍ଡ ଭିତରେ ବିମାନଟି ନିଆଁ ପିଣ୍ଡୁଳା ପାଲଟିଯାଇଥିଲା। ଏକ ଡାକ୍ତରୀ ହଷ୍ଟେଲରେ ଧକ୍କା ଖାଇବା ପରେ ବିମାନରେ ନିଆଁ ଲାଗିଥିଲା। ଏହି ଦୁର୍ଘଟଣା ବିମାନରେ ଥିବା ଯାତ୍ରୀ ଓ ହଷ୍ଟେଲରେ ବସି ଖାଦ୍ୟ ଖାଉଥିବା ‌ଡାକ୍ତରଙ୍କ ଜୀବନ ନେଇଯାଇଥିଲା।

ଏହି ଦୁର୍ଘଟଣା କେତେ ଭୟାବହ ଥିଲା ତାହା ହଷ୍ଟେଲର କଳା ପଡ଼ିଯାଇଥିବା କାନ୍ଥ ଏବଂ ଭୁଶୁଡ଼ି ପଡ଼ିଥିବା ଛାତ ଚାତି ପିଟି ପିଟି କହୁଥିଲା। ଏହି ଘଟଣାକୁ ମାସେ ବିତିଥିବା ବେଳେ ଆଜି ବି ସେଇ କଳା ପଡ଼ିଯାଇଥିବା କାନ୍ଥ ଚିତ୍କାର କରି ଦୁର୍ଘଟଣାର ଦିନକୁ ମନେ ପକାଇ ଦେଉଛି।

ମାସେ ଭିତରେ ଦୁର୍ଘଟଣା ଘଟିବା ପଛର ଅନେକ କାରଣ ସାମ୍ନାକୁ ଆସିଛି। ଏବେ ତଦନ୍ତକାରୀ ଟିମ୍ ଇଞ୍ଜିନି ଫେଲ୍‌କୁ ଦୁର୍ଘଟଣା ପାଇଁ ଦାୟୀ କରିଛନ୍ତି। ଏଇ ମାସେ କାହା ପାଇଁ କେମିତି କଟିଥିବ, ହେଲେ ସେଇ ୨୬୦ଜଣକ ପରିବାରର ଆଖିରୁ ଆଜି ବି ଲୁହ ଶୁଖିନି। ଦୈନନ୍ଦିନ କାର୍ଯ୍ୟ କରୁଥିଲେ ବି କଇଁ କଇଁ ‌ହୋଇ କାନ୍ଦୁଛି ମନ। ଏଇ ଦୁର୍ଘଟଣା କ’ଣ ନହୋଇଥିଲେ ହୋଇନଥାନ୍ତା ବୋଲି ବାରମ୍ବାର ପଚାରୁଛି ମନ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe