Image Courtesy of NDTV
ଶ୍ରୀହରିକୋଟା: ଆଜି ଚେନ୍ନାଇଠାରୁ ୧୧୫ କିଲୋମିଟର୍ ଦୂରରେ ଥିବା ଶ୍ରୀହରିକୋଟା ସ୍ପେସ୍ପୋର୍ଟରୁ ଭାରତରେ ପ୍ରଥମ କରି ନିର୍ମିତ ଘରୋଇ ରକେଟ୍ ‘ବିକ୍ରମ୍-ଏସ୍’ର ଉତ୍କ୍ଷେପଣ ସଫଳ ହୋଇ ‘ଇସ୍ରୋ’ କହିଛି।
ଟୁଇଟ୍ କରି ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ (ଇସ୍ରୋ) ଘୋଷଣା କରିଛି, ‘ମିସନ୍ ପ୍ରାରମ୍ଭ’ ସଫଳତାର ସହିତ ସମ୍ପନ୍ନ ହୋଇଛି।
ଏହି ସ୍ମରଣୀୟ ଉତ୍କ୍ଷେପଣ ଦେଖିବା ପାଇଁ ଶ୍ରୀହରିକୋଟାରେ ଉପସ୍ଥିତ ଥିବା କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ କହିଛନ୍ତି ଯେ, ଏହି ରକେଟ୍ର ଉତ୍କ୍ଷେପଣ ହେଉଛି ଭାରତୀୟ ଷ୍ଟାର୍ଟଅପ୍ ପାଇଁ ନିର୍ଣ୍ଣାୟକ ପରିବର୍ତ୍ତନର ସମୟ।
‘ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ’ ଏବଂ ‘ଇଣ୍ଡିଆନ୍ ନ୍ୟାସ୍ନାଲ୍ ସ୍ପେସ୍ ପ୍ରମୋସନ୍ ଆଣ୍ଡ୍ ଅଥରାଇଜେସନ୍ ସେଣ୍ଟର୍’ ସହଯୋଗରେ ହାଇଦ୍ରାବାଦସ୍ଥିତ ଷ୍ଟାର୍ଟଅପ୍ ‘ସ୍କାଏରୁଟ୍ ଏରୋସ୍ପେସ୍’ ‘ପ୍ରାରମ୍ଭ ମିସନ୍’ ଏବଂ ‘ବିକ୍ରମ-ଏସ୍’ ରକେଟ୍ ବିକଶିତ କରିଥିଲା।
Image Courtesy of India Todayଏହି ରକେଟ୍ରେ ଆନ୍ଧ୍ରପ୍ରଦେଶର ‘ଏନ୍ ସ୍ପେସ୍ ଟେକ୍ ଇଣ୍ଡିଆ’, ‘ଚେନ୍ନାଇର ଷ୍ଟାର୍ଟଅପ୍ ‘ସ୍ପେସ୍ କିଡ୍ସ୍’ ଏବଂ ‘ଆର୍ମେନିଆନ୍ ବେଜୁମ୍କ୍ୟୁ ସ୍ପେସ୍ ରିସର୍ଚ ଲ୍ୟାବ୍’ଦ୍ବାରା ନିର୍ମିତ ତିନୋଟି ‘ପ୍ଲେଲୋଡ୍’ ମହାକାଶକୁ ନେଇଛି।
‘ସ୍କାଇରୁଟ୍ ଏରୋସ୍ପେସ୍’ର ସଂସ୍ଥାପକ ପବନ କୁମାର ଚନ୍ଦନ କହିଛନ୍ତି, ଭାରତର ପ୍ରଥମ ଘରୋଇ ରକେଟ୍ ଉତ୍କ୍ଷେପଣ କରି ଆଜି ଆମ୍ଭେ ଇତିହାସ ସୃଷ୍ଟି କଲୁ। ଏହା ନବଭାରତର ସଂକେତ, ଉଜ୍ଜ୍ବଳ ଭବିଷ୍ୟତର ପ୍ରାରମ୍ଭ।
ରେକର୍ଡ ସମୟ ଦୁଇ ବର୍ଷରେ ନିର୍ମିତ ‘ବିକ୍ରମ-ଏସ୍’ ଉତ୍କ୍ଷେପଣ ହେବା ପରେ ଦ୍ରୁତ ବେଗରେ ୮୯.୫ କିଲୋମିଟର୍ ଉଚ୍ଚକୁ ଉଠିଯାଇ ସମସ୍ତ ନିୟମ ପରିପୂରଣ କରିଥିବା କଥା ‘ସ୍କାଇରୁଟ୍’ କହିଛି।
Follow Us