ନୂଆ ଜାତୀୟ ଶିକ୍ଷା ନୀତିକୁ ବର୍ଷେ ପୂରିଲା: ୮ ରାଜ୍ୟରେ ୫ ଆଞ୍ଚଳିକ ଭାଷାରେ ଇଂଜିନିୟରିଂ ଶିକ୍ଷାଦାନ

ଏଜୁକେସନ ଟେକ୍ନୋଲୋଜି ଫୋରମ୍‌ର ଶୁଭାରମ୍ଭ

ଜନ ଧନ ଯୋଜନାକୁ ୭ ବର୍ଷ ପୂରିଲା

Business Today

ନୂଆଦିଲ୍ଲୀ : ଦେଶରେ ନୂଆ ଜାତୀୟ ଶିକ୍ଷା ନୀତିକୁ ୧ ବର୍ଷ ପୂରଣ ହୋଇଛି। ଜାତୀୟ ଶିକ୍ଷା ନୀତିକୁ ସବୁ ପ୍ରଚାର ଚାପରୁ ମୁକ୍ତ ରଖାଯାଇଛି। ଏଥିସହିତ ରାଷ୍ଟ୍ର ନିର୍ମାଣର ମହାଯଜ୍ଞରେ ନୂଆ ଜାତୀୟ ଶିକ୍ଷା ନୀତି ଏକ ବଡ଼ ଯୋଗଦାନ ପାଲଟିଛି ବୋଲି ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଚଳିତ ବର୍ଷ ଦେଶର ୮ ରାଜ୍ୟର ୧୪ଟି ଇଂଜିନିୟରିଂ କଲେଜରେ ୫ଟି ଆଞ୍ଚଳିକ ଭାଷାରେ ଶିକ୍ଷାଦାନ ଆରମ୍ଭ ହେବ। ସେହି ଆଞ୍ଚଳିକ ଭାଷାଗୁଡ଼ିକ ହେଲା ହିନ୍ଦୀ, ତାମିଲ, ତେଲୁଗୁ, ମରାଠୀ ଏବଂ ବଙ୍ଗଳା। ଏକ ସ୍ବତନ୍ତ୍ର ସମାରୋହରେ ପ୍ରଧାନମନ୍ତ୍ରୀ ଆଜି ଏହି ସୂଚନା ଦେଇଛନ୍ତି। ଭବିଷ୍ୟତରେ ଆମେ କେତେ ଆଗକୁ ବଢ଼ିବା ଏବଂ କେତେ ଉପରକୁ ଉଠିବା ତାହା ଯୁବପିଢ଼ିଙ୍କ ଶିକ୍ଷା ଓ ସେମାନଙ୍କୁ ମାର୍ଗ ଦେଖାଇବା ଉପରେ ନିର୍ଭର କରେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଏଥିରେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦବୋଧନ ଦେଇ କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ଏକାଧିକ ନୂଆ ଓ ଅଭିନବ ପଦକ୍ଷେପର ଶୁଭାରମ୍ଭ ଦେଶର ଶିକ୍ଷା ପରିସଂସ୍ଥାନକୁ ଅଧିକ ତ୍ବରାନ୍ବିତ କରିବ। ଏହି ଅବସରରେ ଭର୍ଚୁଆଲ ପ୍ଲାଟଫର୍ମରେ ପ୍ରଧାନମନ୍ତ୍ରୀ ବିଦ୍ୟା ପ୍ରବେଶ, ମାଧ୍ୟମିକ ସ୍ତରରେ ବିଷୟ ହିସାବରେ ଭାରତୀୟ ସାଙ୍କେିତକ ଭ‌ାଷାର ଶୁଭାରମ୍ଭ ସହ ଏନସିଇଆରଟି ଦ୍ବାରା ପ୍ରସ୍ତୁତ ଶିକ୍ଷକମାନଙ୍କ ତାଲିମ ନେଇ ଏକ ସମନ୍ବିତ କାର୍ଯ୍ୟକ୍ରମ ନିଷ୍ଠା ୨.୦, ସଫଲ, ଜନତାଙ୍କ ସଚେତନତା ପାଇଁ ସଫଳ ଗ୍ରେଡ ଏ, କୃତିମ ମେଧା ପାଇଁ ଏକ ଉତ୍ସର୍ଗୀକୃତ ୱେବସାଇଟ୍, ଏକାଡେମିକ ବ୍ୟାଙ୍କ ଅଫ୍ କ୍ରେଡିଟ୍ ଏବଂ ମଲ୍ଟିପୁଲ୍‌ ଏଣ୍ଟ୍ରି-ଏକ୍‌ଜିଟ, ଆଞ୍ଚଳିକ ଭାଷାରେ ପ୍ରଥମ ବର୍ଷର ଇଞ୍ଜିନିୟରିଂ ପାଠ୍ୟକ୍ରମ, ନ୍ୟାସନାଲ ଡିଜିଟାଲ ‌ଏ‌ଜୁକେସନ ଆର୍କିଟେକଚର (ଏନଡିଇଏଆର) ଏବଂ ନ୍ୟାସନାଲ ଏଜୁକେସନ ଟେକ୍ନୋଲୋଜି ଫୋରମ (ଏଇଟିଏଫ)ର ଶୁଭାରମ୍ଭ କରିଥିଲେ। ଏହା ଜାତୀୟ ଶିକ୍ଷା ନୀତି ୨୦୨୦ର ଲକ୍ଷ୍ୟକୁ ପୂରଣ କରିବାରେ ସହାୟକ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe