ସାନଫ୍ରାନ୍ସିସ୍କୋଠାରେ ୟୁଏସ୍ ଷ୍ଟାର୍ଟଅପ୍ ସେତୁର ଶୁଭାରମ୍ଭ

Advertisment
ସାନଫ୍ରାନ୍ସିସ୍କୋଠାରେ ୟୁଏସ୍ ଷ୍ଟାର୍ଟଅପ୍ ସେତୁର ଶୁଭାରମ୍ଭ

Twitter

ନୂଆଦିଲ୍ଲୀ : ଭାରତର ବାଣିଜ୍ୟ ଓ ଉଦ୍ୟୋଗ, ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଂଟନ ଏବଂ ବୟନ ମନ୍ତ୍ରୀ ପୀୟୂଷ ଗୋୟଲ ସାନଫାନ୍‌ସିସ୍କୋ ଉପସାଗରୀୟ କ୍ଷେତ୍ରଠାରେ ୟୁଏସ୍ ଷ୍ଟାର୍ଟଅପ୍ ସେତୁ – ଉଦ୍ୟମୀମାନଙ୍କୁ ପରିବର୍ତନ ନିମନ୍ତେ ସମର୍ଥନ ଏବଂ ସେମାନଙ୍କ ଦକ୍ଷତା ବିକାଶ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଏହି ପଦକ୍ଷେପ ଭାରତୀୟ ଷ୍ଟାର୍ଟଅପ୍, ଆମେରିକାର ନିବେଶକ ଓ ଅଗ୍ରଣୀ ଷ୍ଟାର୍ଟଅପ୍‌ମାନଙ୍କୁ ପାଣ୍ଠି ଯୋଗାଡ କରିବା, ବଜାର ପହଂଚ ଏବଂ ବ୍ୟବସାୟୀକରଣ ଭଳି ବିଭିନ୍ନ କ୍ଷେତ୍ରରେ ପରାମର୍ଶ ଓ ସହାୟତା ପ୍ରଦାନ କରିବ।

ଏହି ସେତୁ ଆମେରିକାରେ ଥିବା ମେଂଟର/ପରାମର୍ଶଦାତା, ଯେଉଁମାନେ ଭାରତର ଉଦ୍ୟୋଗଗୁଡିକରେ ଏବଂ ଉଦୀୟମାନ ଷ୍ଟାର୍ଟଅପ୍‌ଗୁଡିକରେ ନିବେଶ କରିବାକୁ ଆଗ୍ରହୀ ଅଛନ୍ତି, ସେମାନଙ୍କ ପାଇଁ ଭୌଗୋଳିକ ପ୍ରତିବନ୍ଧକକୁ ଭାଙ୍ଗିବା ନିମନ୍ତେ ପ୍ରସ୍ତୁତ କରାଯାଇଛି। ଉଲ୍ଲେଖ କରାଯାଇପାରେ ଯେ ବର୍ତମାନ ସୁଦ୍ଧା, ବିଶ୍ୱସ୍ତରରେ ୨୦୦ରୁ ଅଧିକ ପରାମର୍ଶଦାତା ସଫଳତାର ସହିତ ଏଥିରେ ଯୋଡି ହୋଇ ସାରିଛନ୍ତି।

ଏହାର ମୁଖ୍ୟ କାର୍ଯ୍ୟଗୁଡିକ ହେଉଛି ପ୍ରବେଶର ସହଜତାକୁ ଉନ୍ନତ କରିବା, ମ୍ୟାଚ୍‌ମେକିଂ ପାଇଁ କୃତ୍ରିମ ଜ୍ଞାନର ବ୍ୟବହାର କରିବା, ସଭାଗୁଡିକର କାର୍ଯ୍ୟସୂଚୀ ପ୍ରସ୍ତୁତ କରିବା, ମାଷ୍ଟରକ୍ଲାସ୍ ଆୟୋଜନ କରିବା, ପ୍ରାସଙ୍ଗିକ ସୂଚନା ପ୍ରଦାନ, ଆନାଲିଟିକ୍ସ ଏବଂ ବୈଶିଷ୍ଟ୍ୟ ଇତ୍ୟାଦି ପାଇଁ ଏକ କଷ୍ଟମ୍ ଡ୍ୟାସ୍‌ବୋର୍ଡ ପ୍ରଦାନ କରିବା, ହୋଷ୍ଟ କୋହେର୍ଟ ଆଧାରିତ କାର୍ଯ୍ୟକ୍ରମ ଆୟୋଜନ କରିବା ଯାହା କାର୍ଯ୍ୟକ୍ରମର ଅଂଶ ବିଶେଷ ହେବା ପାଇଁ ଏବଂ ପରିଣାମ ସଂଚାଳିତ କାର୍ଯ୍ୟକଳାପକୁ ସକ୍ଷମ କରିବା ପାଇଁ ଷ୍ଟାର୍ଟଅପ୍ ପାରିବେଶିକ ବ୍ୟବସ୍ଥାକୁ ଅନୁମତି ପ୍ରଦାନ କରିଥାଏ।

ଯେହେତୁ ଭାରତ ଏକ ଶ୍ରେଷ୍ଠ ଷ୍ଟାର୍ଟଅପ୍ ଲକ୍ଷ୍ୟସ୍ଥଳୀ ହେବା ଆଡକୁ ଅଗ୍ରସର ହେଉଛି, ତେଣୁ ଉଚିତ ସମୟରେ ଉଚିତ ମାର୍ଗଦର୍ଶନ ନିହାତି ଆବଶ୍ୟକ। ଭାରତ ସରକାର ଷ୍ଟାର୍ଟଅପ୍ ଯାତ୍ରାରେ ମୂଲ୍ୟ ଯୋଗ କରି ପ୍ରତିଷ୍ଠିତ ବ୍ୟକ୍ତି ବିଶେଷ, ଅନୁଭବୀ ବିଶେଷଜ୍ଞଙ୍କୁ ଏବଂ ଉଦ୍ୟୋଗ ଜଗତର ଅଗ୍ରଣୀମାନଙ୍କୁ ଆମନ୍ତ୍ରିତ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe