ପ୍ରବଳ ବର୍ଷା ଓ ପବନ ହେତୁ ଖସିଗଲା ଗୋଡ଼ ପ୍ରାଣ ହରାଇଲେ ସ୍ୱର୍ଣ୍ଣ ପଦକ ବିଜେତା

Advertisment

ପାକିସ୍ତାନର କାରାକୋରମ୍ ପର୍ବତମାଳାରେ ଚଢ଼ୁ୍‌ଥିବା ବେଳେ ଖସିଗଲା ଗୋଡ଼। ୧୮୭୦୦ଫୁଟ ଉଚ୍ଚରୁ ଖସି ପଡ଼ିବାରୁ ଗଲା ସ୍ୱର୍ଣ୍ଣ ପଦକ ବିଜେତା ବାୟାଥଲେଟ୍ ଲୌରା ଡାହଲମେୟରଙ୍କ ଜୀବନ।

Updated On

ପାକିସ୍ତାନର କାରାକୋରମ୍ ପର୍ବତମାଳାରେ ଚଢ଼ୁ୍‌ଥିବା ବେଳେ ଖସିଗଲା ଗୋଡ଼। ୧୮୭୦୦ଫୁଟ ଉଚ୍ଚରୁ ଖସି ପଡ଼ିବାରୁ ଗଲା ସ୍ୱର୍ଣ୍ଣ ପଦକ ବିଜେତା ବାୟାଥଲେଟ୍ ଲୌରା ଡାହଲମେୟରଙ୍କ ଜୀବନ।

ଅଦ୍ୟତନ ହୋଇଛି
New Project (17)

ନୂଆଦିଲ୍ଲୀ: ଦୁଇଥର ଅଲିମ୍ପିକରେ ସ୍ୱର୍ଣ୍ଣ ପଦକ ଜିତିଥିବା ଲୌରା ଡାହଲମେୟର ପାକିସ୍ତାନର କାରାକୋରମ୍ ପର୍ବତମାଳାରେ ଏକ ଦୁଃଖଦ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଫଳରେ ସେ ୧୮୭୦୦ଫୁଟ ଉଚ୍ଚରୁ ତଳକୁ ଖସି ପଡ଼ିଥିଲେ । ଘଟଣାସ୍ଥଳରେ ବାୟାଥଲେଟ୍ ଲୌରାଙ୍କ ମୃତ୍ୟୁ ହୋଇଯାଇଥିଲା।

ସୂଚନାଯୋଗ୍ୟ, ଲୌରା ଡାହଲମେୟର ଜଣେ ଅଭିଜ୍ଞ ପର୍ବତାରୋହୀ ଥିଲେ। ସେ ଜୁନ୍ ଶେଷରୁ ଉତ୍ତର ପାକିସ୍ତାନ ଅଞ୍ଚଳରେ ଥିଲେ ଏବଂ ପୂର୍ବରୁ ଗ୍ରେଟ୍ ଟ୍ରାଙ୍ଗୋ ଟାୱାର ଚଢ଼ି ତାଙ୍କ ଲକ୍ଷ୍ୟ ପୂରା କରି ସାରିଥିଲେ। ଗତ ସପ୍ତାହ ଧରି ସେ ପାକିସ୍ତାନର କାରାକୋରମ୍ ପର୍ବତମାଳାରେ ଥିଲେ। ଏଠାରେ ବର୍ଷା, ପ୍ରବଳ ପବନ ସହିତ ପାଗ ବହୁତ ଖରାପ ଥିଲା। ଏଭଳି ସମୟରେ ସେ ପାହାଡ ଚଢ଼ିବାକୁ ଚେଷ୍ଟା କରୁଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇ ପ୍ରାଣ ହରାଇଛନ୍ତି।

ପାକିସ୍ତାନର ଲୈଲା ଶିଖରକୁ ଚଢ଼ିବା ପାଇଁ ସବୁଠାରୁ କଷ୍ଟକର ପର୍ବତ ବୋଲି ବିବେଚନା କରାଯାଏ। ଏପର୍ଯ୍ୟନ୍ତ କେବଳ ସାତ ଜଣ ପର୍ବତାରୋହୀ ସଫଳତାର ସହ ଏହାର ଶିଖର ଚଢ଼ିଛନ୍ତି।

ଲୌରା ଡାହଲମେୟରଙ୍କ ଜନ୍ମ ୨୨ ଅଗଷ୍ଟ ୧୯୯୩ରେ ହୋଇଥିଲା। ଜର୍ମାନର ଲୌରା ସବୁଠାରୁ ସଫଳ ବାୟାଥଲେଟ୍ ଭାବେ ବେଶ ଜଣାଶୁଣା। ସେ ଦୁଇଟି ଅଲିମ୍ପିକ୍ ସ୍ୱର୍ଣ୍ଣ ପଦକ ସହିତ ସାତଟି ବିଶ୍ୱ ଚାମ୍ପିଅନସିପ୍ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। 

ଲୌରା ତାଙ୍କ କ୍ୟାରିଅର ୨୦୧୨-୧୩ ସିଜିନରେ ବାୟାଥଲେଟ୍ ବିଶ୍ୱକପ୍ ସହିତ ଆରମ୍ଭ କରିଥିଲେ। ୨୦୧୭ରେ ସେ ବିଶ୍ୱ ଚାମ୍ପିଅନସିପରେ ପାଞ୍ଚଟି ସ୍ୱର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କରିଥିଲେ।

 ଲୌରା ମାତ୍ର ୨୫ ବର୍ଷ ବୟସରେ ବାୟାଥଲେଟରୁ ଅବସର ନେଇଥିଲେ। ଅବସର ନେବାପରେ, ସେ ପର୍ବତାରୋହଣ କ୍ଷେତ୍ରରେ ସକ୍ରିୟ ହୋଇ ଜଣେ ସ୍କି ଗାଇଡ୍ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe