ନୂଆଦିଲ୍ଲୀ: ଆମେରିକାର ଲସ ଏଞ୍ଜେଲ୍ସରେ ହିଂସାପୂର୍ଣ୍ଣ ବାତାବରଣ ଦେଖା: ଦେଇଛି। ଏଭଳି ସମୟରେ ସେଠାରେ ଜଣେ ସାମ୍ବାଦିକାଙ୍କୁ ଗୁଳି କରାଯାଇଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଏହି ଗୁଳି ପୁଲିସ ଦ୍ବାରା ମରାଯାଇଥିବା ଅଭିଯୋଗ ହୋଇଛି।
ସାମ୍ନାକୁ ଆସିଥିବା ଭିଡିଓରେ ଯେଉଁ ମହିଳା ସାମ୍ବାଦିକା ଜଣଙ୍କୁ ଦେଖିବାକୁ ମିଳୁଛି। ଉକ୍ତ ସାମ୍ବାଦିକା ଜଣକ ଅଷ୍ଟ୍ରେଲିଆର ବାସିନ୍ଦା ଥିବା ବେଳେ ନାମ ତାଙ୍କର ଲାରେନ ଟୋମାସି ଥିବା କୁହାଯାଉଛି।
ଭିଡିଓରେ ଲସ ଏଞ୍ଜେଲ୍ସରେ ଚାଲିଥିବା ହିଂସାପୂର୍ଣ୍ଣ ବାତାବରଣର ଦୃଶ୍ୟ ଦେଖିବାକୁ ମିଳୁଛି। ଏହି ଘଟଣାର ଲାଇଭ ରିପୋର୍ଟିଂ ପାଇଁ ଲାରେନ ସାମ୍ନାକୁ ଆସି କ୍ୟାମେରା ସାମ୍ନାରେ ଛିଡ଼ା ହୋଇ ଖବର ଦେଉଥିବା ବେଳେ ତାଙ୍କୁ ଗୁଳି କରାଯାଇଥିଲା। ଏହି ଗୁଳି ପୁଲିସ ବନ୍ଧୁକରୁ ଫୁଟିଥିବା ଅଭିଯୋଗ ହୋଇଛି।
Follow Us