ଗୋଆ ଯାଉ ଯାଉ ମମତାଙ୍କୁ ବିରୋଧ କରି ଇସ୍ତଫା ଦେଲେ ପୂର୍ବତନ ବିଧାୟକଙ୍କ ସହ ଟିଏମସିର ନେତା

Advertisment
ଗୋଆ ଯାଉ ଯାଉ ମମତାଙ୍କୁ ବିରୋଧ କରି ଇସ୍ତଫା ଦେଲେ ପୂର୍ବତନ ବିଧାୟକଙ୍କ ସହ ଟିଏମସିର ନେତା

ANI News

ପାଣାଜୀ: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୋଆରେ ଏକ ବଡ଼ ରାଜନୈତିକ ସଂକଟର ସମ୍ମୁଖୀନ ହୋଇଛନ୍ତି। ବାସ୍ତବରେ ମମତା ଗୋଆରେ ସରକାର ଗଢ଼ିବାର ରଣନୀତି କରି ଆଗକୁ ବଢୁଥିବା ବେଳେ ଏବେ ଏଥିରେ କଣ୍ଟା ସାଜିଛନ୍ତି ଜଣେ ପୂର୍ବତନ ବିଧାୟକଙ୍କ ସହ କିଛି ଟିଏମସି ନେତା | ଆଜି ପୂର୍ବତନ ବିଧାୟକ ଲାଭୋ ମାମଲେଦାରଙ୍କ ସମେତ ପାଞ୍ଚଜଣ ତୃଣମୂଳ କଂଗ୍ରେସ ନେତା ଦଳରୁ ଇସ୍ତଫା ଦେଇଛନ୍ତି।

ମମତାଙ୍କୁ ଲେଖିଥିବା ଚିଠିରେ ସେମାନେ କହିଛନ୍ତି ଯେ, ଗୋଆକୁ ବିଭାଜନ କରିବାକୁ ଚେଷ୍ଟା କରୁଥିବା ଦଳ ସହ ଆମେ ରହିବାକୁ ଚାହୁଁ ନାହୁଁ। ସେମାନେ କହିଛନ୍ତି, “ଗୋଆ ଏବଂ ଗୋଆବାସୀଙ୍କ ପାଇଁ ଟିଏମସି ଏକ ଉଜ୍ଜ୍ୱଳ ଦିନ ଆଣିବ ବୋଲି ଆଶା କରି ଆମେ ଟିଏମସିରେ ଯୋଗ ଦେଇଥିଲୁ। କିନ୍ତୁ ଦୁର୍ଭାଗ୍ୟଜନକ ଯେ ଟିଏମସି ଗୋଆ ଏବଂ ଗୋଆର ଲୋକଙ୍କୁ ବୁଝିବାରେ ସକ୍ଷମ ହୋଇ ନାହିଁ। ସେଥିପାଇଁ ଆମେ ଦଳରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଲୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe