ଆଇନ କମିସନଙ୍କୁ ସରକାରଙ୍କ ପ୍ରଶ୍ନ: ଅନ୍‌ଲାଇନ୍‌ରେ ଏଫ୍‌ଆଇଆର୍‌ ଦାଖଲ ହୋଇପାରିବ କି?

Advertisment
ଆଇନ କମିସନଙ୍କୁ ସରକାରଙ୍କ ପ୍ରଶ୍ନ: ଅନ୍‌ଲାଇନ୍‌ରେ ଏଫ୍‌ଆଇଆର୍‌ ଦାଖଲ ହୋଇପାରିବ କି?

ନୂଆଦିଲ୍ଲୀ: ଅନ୍‌୍‌ଲାଇନ୍‌ରେ ଲୋକେ ଏଫ୍‌୍‌ଆଇଆର୍‌ ଦାଖଲ କରିପାରିବେ କି ବୋଲି କେନ୍ଦ୍ର ଗୃହ ମନ୍ତ୍ରାଳୟ ଆଇନ କମିସନଙ୍କୁ ପ୍ରଶ୍ନ କରିଛନ୍ତି। ଏ ବାବଦରେ ଆଇନ କମିସନ ସ୍ଥିତି ସ୍ପଷ୍ଟ କରିବାକୁ ସରକାର କହିଛନ୍ତି। ନଭେମ୍ବର ୨୦୧୩ରେ ସୁପ୍ରିମ୍‌ କୋର୍ଟ ଦେଇଥିବା ଆଦେଶ ମୁତାବକ ଯଦି କୌଣସି ଧର୍ତବ୍ୟ ଅପରାଧ ହୋଇଥିବ ତା’ହେଲେ ସିଆରପିସିର ଧାରା ୧୫୪ ଅଧୀନରେ ଏଭଳି ଏଫ୍‌୍‌ଆଇଆର୍‌ ଦାଖଲ କରିହେବ। ତେବେ ଏଭଳି ନିଷ୍ପତ୍ତିରେ ଅନେକ ସମସ୍ୟା ରହିଛି। ଯଦି ସିଆର୍‌୍‌ପିସିରେ ସଂଶୋଧନ ଆଣି ଅନ୍‌ଲାଇନରେ ଏଫ୍‌୍‌ଆଇଆର୍‌ ଦାଖଲ କରିବାକୁ ଲୋକଙ୍କୁ ସୁଯୋଗ ଦିଆଯିବ ତା’ହେଲେ ଅନ୍ୟକୁ ବଦନାମ କରିବା ପାଇଁ ଏହାକୁ ଏକ ଅସ୍ତ୍ର ଭଳି ବ୍ୟବହାର କରିବେ ବୋଲି ଆଇନ କମିସନ ପୂର୍ବରୁ ଆଶଙ୍କା ବ୍ୟକ୍ତ କରିଥିଲେ। ପୁଲିସ ଥାନାକୁ ଯାଇ ବିଧିବଦ୍ଧ ଏଫ୍‌୍‌ଆଇଆର୍‌ ଦେଲେ ମିଛ ଏଫ୍‌୍‌ଆଇଆର୍‌ ସଂଖ୍ୟା କମିବ ବୋଲି ଆଇନ କମିସନର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ତଥ୍ୟ ମୁତାବକ ୨୦୧୬ରେ ମୋଟ ୪୮,୩୧,୫୧୫ଟି ଅପରାଧିକ ମାମଲା ରୁଜୁ ହୋଇଥିଲା। ସେଥିରୁ ଆଇପିସି ଅଧୀନରେ ୨୯,୭୫,୭୧୧ଟି ଏଫ୍‌୍‌ଆଇଆର୍‌ ରୁଜୁ ହୋଇଥିଲା। ତେବେ ଏ ବାବଦରେ ସବିଶେଷ ଅନୁଧ୍ୟାନ କରି ଅନ୍‌୍‌ଲାଇନ୍‌ ଏଫ୍‌୍‌ଆଇଆର୍‌ ଗ୍ରହଣ ସମ୍ଭବ କି ନୁହେଁ ତାହା ସ୍ପଷ୍ଟ କରିବାକୁ ସରକାର ଆଇନ କମିସନଙ୍କୁ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe