ଲରେନ୍ସ ବିଷ୍ଣୋଇର ଜେଲ୍‌ ଇଣ୍ଟରଭ୍ୟୁ ମାମଲା: ପଞ୍ଜାବ ପୁଲିସକୁ ହାଇ‌କୋର୍ଟଙ୍କ ଭର୍ତ୍ସନା

Advertisment

ମାଫିଆ ବସ୍‌ ଲରେନ୍ସ ବିଷ୍ଣୋଇ ୨୦୨୨ ସେପ୍ଟେମ୍ବରରେ ଜେଲ୍‌ ଭିତରେ ଏକ ଘରୋଇ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେବା ପ୍ରସଙ୍ଗରେ  ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ପଂଜାବ ଏବଂ ହରିୟାଣା ହାଇକୋର୍ଟ।

ମାଫିଆ ବସ୍‌ ଲରେନ୍ସ ବିଷ୍ଣୋଇ ୨୦୨୨ ସେପ୍ଟେମ୍ବରରେ ଜେଲ୍‌ ଭିତରେ ଏକ ଘରୋଇ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେବା ପ୍ରସଙ୍ଗରେ  ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ପଂଜାବ ଏବଂ ହରିୟାଣା ହାଇକୋର୍ଟ।

ghfgh54656

NDTV

ନୂଆଦିଲ୍ଲୀ: ମାଫିଆ ବସ୍‌ ଲରେନ୍ସ ବିଷ୍ଣୋଇ ୨୦୨୨ ସେପ୍ଟେମ୍ବରରେ ଜେଲ୍‌ ଭିତରେ ଏକ ଘରୋଇ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେବା ପ୍ରସଙ୍ଗରେ  ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ପଂଜାବ ଏବଂ ହରିୟାଣା ହାଇକୋର୍ଟ। ଅପରାଧକୁ ମହିମାମଣ୍ଡିତ କରିବାପାଇଁ ଜେଲ୍‌ ଭିତରେ ଷ୍ଟୁଡିଓ ଭଳି ସୁବିଧା ପ୍ରଦାନ କରିଥିବା ପୁଲିସକୁ କୋର୍ଟ କଡ଼ା ସମାଲୋଚନା କରିଛନ୍ତି।  ଜେଲ୍‌ରେ କଏଦୀମାନେ ମୋବାଇଲ ଫୋନ୍‌ ଏବଂ ଅନ୍ୟ ଇଲେକ୍‌ଟ୍ରୋନିକ୍ସ ଉପକରଣ ବ୍ୟବହାର  କରିବା ଘଟଣାରେ ନିଜ ଆଡ଼ୁ ଶୁଣାଣି କରି କୋର୍ଟ ପଂଜାବ ସରକାର ଉପରେ ବର୍ଷିଛନ୍ତି।

ବିଷ୍ଣୋଇ ଇଣ୍ଟରଭ୍ୟୁ ପାଇଁ ଜେଲ୍‌ରେ ଷ୍ଟୁଡିଓ ଭଳି ସୁବିଧା ପ୍ରଦାନ କରିଥିବା ବରିଷ୍ଠ ପୁଲିସ ଅଧିକାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୋର୍ଟ ୨୦୨୪ ଅଗଷ୍ଟରେ ନିର୍ଦ୍ଦେଶ ଦେଇଥିଲେ ସୁଦ୍ଧା ପଂଜାବ ସରକାର ଏହା କାର୍ଯ୍ୟକାରୀ କରିବାରେ ବିଫଳ ହୋଇଛନ୍ତି।  ଜଷ୍ଟିସ ଅନୁପିନ୍ଦର ସିଂହ ଏବଂ ଲପିତା ବାନାର୍ଜୀ ଆଜି କହିଛନ୍ତି, ଜଣେ ଅପରାଧୀର ସାକ୍ଷାତକାର ପାଇଁ ଏଭଳି ବ୍ୟବସ୍ଥା କରିବାର ଅର୍ଥ ହେଉଛି ଅପରାଧକୁ ମହିମାମଣ୍ଡିତ କରିବା।  କୋର୍ଟ ଉକ୍ତ ଘଟଣାରେ ସଦ୍ୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।  ସ୍ବତନ୍ତ୍ର ପୁଲିସ ମହାନିର୍ଦ୍ଦେଶକ ପ୍ରବୋଧ କୁମାରଙ୍କ ‌ନେତୃତ୍ବରେ ଏକ ୩ ଜଣିଆ‌ ଟିମ୍‌ ଏହି ଘଟଣାର ତଦନ୍ତ କରିବାପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe