ନୂତନ କୃଷି ଆଇନ୍‌ ସଂପୂର୍ଣ୍ଣ ରୂପେ ଉଚ୍ଛେଦ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ: ସରକାରଙ୍କୁ ଚରମ ଚେତାବନୀ ଶୁଣାଇଲେ ଆନ୍ଦୋଳନକାରୀ କୃଷକ

ନୂତନ କୃଷି ଆଇନ୍‌ ସଂପୂର୍ଣ୍ଣ ରୂପେ ଉଚ୍ଛେଦ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ: ସରକାରଙ୍କୁ ଚରମ ଚେତାବନୀ ଶୁଣାଇଲେ ଆନ୍ଦୋଳନକାରୀ କୃଷକ

Economics Times

ନୂଆଦିଲ୍ଲୀ: ଆନ୍ଦୋଳନରତ କୃଷକମାନେ ସେମାନଙ୍କ ଦାବୀରେ ଅଟଳ ରହିଛନ୍ତି। ନୂତନ କୃଷି ଆଇନ ସଂପର୍କରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କୃଷକ ନେତାମାନଙ୍କ ନିକଟକୁ ଆଇନରେ ସଂଶୋଧନ ନିମନ୍ତେ ପଠାଯାଇଥିବା ୫ଟି ପ୍ରସ୍ତାବକୁ ସେମାନେ ଆଜି ସିଧାସଳଖ ଖାରଜ କରି ଦେଇଛନ୍ତି। ଏଥିସହ ନୂତନ କୃଷି ଆଇନକୁ କେନ୍ଦ୍ର ସରକାର ସଂପୂର୍ଣ୍ଣ ରୂପେ ଉଚ୍ଛେଦ ନକରିବା ପର୍ଯ୍ୟନ୍ତ ସେମାନଙ୍କ ଆନ୍ଦୋଳନ ଜାରି ରହିବ ବୋଲି ସରକାରଙ୍କୁ ଚରମ ଚେତାବନୀ ଶୁଣାଇ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ଦେଶରେ କୃଷକମାନଙ୍କ ଆନ୍ଦୋଳନ ଦିନକୁ ଦିନ ତୀବ୍ର ହେବାରେ ଲାଗିଥିବା ବେଳେ ଗତକାଲି (ମଙ୍ଗଳବାର) ରାତିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ କୃଷକ ନେତାଙ୍କ ଆଲୋଚନା ଅନୁସାରେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ବିବାଦୀୟ କୃଷି ଆଇନରେ ସଂଶୋଧନ ପାଇଁ ପାଞ୍ଚଟି ପ୍ରସ୍ତାବ ଆଜି ଆନ୍ଦୋଳନରତ କୃଷକ ନେତାମାନଙ୍କ ନିକଟକୁ ପଠାଇଥିଲେ।

publive-image ET Times

ସରକାରଙ୍କ ପକ୍ଷରୁ କୃଷକମାନଙ୍କୁ ଦିଆ ଯାଇଥିବା ପାଞ୍ଚଟି ପ୍ରସ୍ତାବ ମଧ୍ୟରେ (୧) ଏମ୍‌ଏସ୍‌ପିରେ କେଣସି ପରିବର୍ତ୍ତନ ଘଟିବ ନାହିଁ। (୨) ଏମ୍‌ଏସ୍‌ପିିକୁ ଆହୁରୁ ସୁଦୃଢ଼ କରାଯିବ। (୩) ଶସ୍ୟ କିଣୁଥିବା ଘରୋଇ କମ୍ପାନିଗୁଡ଼ିକ ପ୍ରଥମେ ନିଜକୁ ପଞ୍ଜିକୃତ କରିବେ। (୪) ଚୁକ୍ତିଭିତ୍ତିକ ଚାଷରେ କୃଷକମାନଙ୍କୁ କୋର୍ଟ ଯିବାକୁ ଅନୁମତି ଦିଆଯିବ। ଚୁକ୍ତିଭିତ୍ତିକ ଚାଷ ବିବାଦର ବିଚାର ପାଇଁ ଫାଷ୍ଟ ଟ୍ରାକ୍‌ କୋର୍ଟ ଗଠନ କରାଯିବ। ଏବଂ (୫) ଘରୋଇ କମ୍ପାନିଗୁଡ଼ିକ ଉପରେ ଟିକସ୍‌ ଲାଗୁ କରାଯିବ। କୃଷକମାନଙ୍କର ‘ଭାରତ ବନ୍ଦ’ ଡାକରା ପରେ କେନ୍ଦ୍ର ସରକାର ଓ କୃଷକ ନେତାମାନଙ୍କ ମଧ୍ୟରେ ମଙ୍ଗଳବାର ରାତିରେ ବସିଥିବା ବୈଠକରେ ଗୃହମନ୍ତ୍ରୀ ଅମିତ ଶାହା ସରକାର କୃଷି ଆଇନ ଉଚ୍ଛେଦ ସପକ୍ଷରେ ନ ଥିବା ସ୍ପଷ୍ଟ କରିବା ସହ ଆଇନରେ ସଂଶୋଧନ ଲାଗି ଲିଖିତ ପ୍ରସ୍ତାବ ପଠାଇବାକୁ ପ୍ରତିଶ୍ରୁତି ଦେଇଥିଲେ। ତଦନୁଯାୟୀ ଏହି ପ୍ରସ୍ତାବଗୁଡ଼ିକ କୃଷକନେତାମାନଙ୍କ ନିକଟକୁ ପଠାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe