ଅଦାଲତକୁ ‘ଜୁଆ ଆଡ୍ଡା’ କହିଥିବା ଓକିଲଙ୍କୁ ଅଦାଲତ ଶେଷ ହେବା ପର୍ଯ୍ୟନ୍ତ ବସି ରହିବା ଲାଗି ଦଣ୍ଡାଦେଶ

Advertisment
ଅଦାଲତକୁ ‘ଜୁଆ ଆଡ୍ଡା’ କହିଥିବା ଓକିଲଙ୍କୁ ଅଦାଲତ ଶେଷ ହେବା ପର୍ଯ୍ୟନ୍ତ ବସି ରହିବା ଲାଗି ଦଣ୍ଡାଦେଶ

Image Courtesy of NDTV

ଅହମଦାବାଦ: ଅଦାଲତକୁ ‘ଜୁଆ ଆଡ୍ଡା’ କହିଥିବା ଆଡ୍‌ଭୋକେଟ୍‌ ଯତୀନ ଓଜାଙ୍କୁ ବୁଧବାର ଦିନ ଗୁଜରାଟ ହୋଇକୋର୍ଟ ଅଦାଲତ ଶେଷ ହେବା ପର୍ଯ୍ୟନ୍ତ ବସାଇ ରଖିବା ଲାଗି ଦଣ୍ଡାଦେଶ ଦେବା ସହ ୨,୦୦୦ ଟଙ୍କା ଜରିମାନା କରିଛନ୍ତି।

ଅଦାଲତ ଅବମାନନା ଆଇନର ଧାରା ୧୯ ଅନୁସାରେ, ଓଜା ଦଣ୍ଡାଦେଶ ବିରୋଧରେ ଆବେଦନ ଦାଖଲ କରିବାରେ ସମର୍ଥ ହେବାରୁ ଦଣ୍ଡାଦେଶ ଘୋଷଣା ପରେ ଅଦାଲତ ଉକ୍ତ ଆଦେଶ ଉପରେ ୬୦ ଦିନଯାଏଁ ରହିତାଦେଶ ମଧ୍ୟ ଜାରି କରିଛନ୍ତି। ସମ୍ପ୍ରତି ଓଜା ‘ଗୁଜରାଟ ହାଇକୋର୍ଟ ଆଡ୍‌ଭୋକେଟ୍‌ସ୍‌ ଆସୋସିଏସନ୍‌’ର ସଭାପତି ଅଛନ୍ତି। ମଙ୍ଗଳବାର ଦିନ ହାଇକୋର୍ଟ ଆପଣାଛାଏଁ ମାମଲାକୁ ଗ୍ରହଣ କରି ଓଜାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ।

publive-image Image Courtesy of Live Law

ବିଚାରପତି ସୋନିଆ ଗୋକାନି ଏବଂ ଏନ୍‌ଭି ଅଞ୍ଜରିଆ ବୁଧବାର ଦିନ ଓଜାଙ୍କୁ ଅଦାଲତ ଶେଷ ହେବା ପର୍ଯ୍ୟନ୍ତ ହାଜତରେ ବସିବା ରହିବା ଏବଂ ୨୦୦୦ ଟଙ୍କା ଜରିମାନା ଦଣ୍ଡାଦେଶ ଘୋଷଣା କରିଥିଲେ। ଜରିମାନା ଦେଇ ନ ପାରିଲେ ଦୁଇ ମାସ ଜେଲ୍‌ ଭୋଗିବାକୁ ହେବ ବୋଲି ହାଇକୋର୍ଟ ତରଫରୁ ଏହି ମାମଲାର ପ୍ରତିନିଧିତ୍ବ କରୁଥିବା ଆଡ୍‌ଭୋକେଟ୍‌ ନିଶା ଠାକୋର କହିଛନ୍ତି।

ଓଜା ଅଦାଲତକୁ ଜୁଆ ଆଡ୍ଡା ଏବଂ ଆୟ ଓ ଅର୍ଥ ବଳ ଥିବା ପ୍ରତିପକ୍ଷ, ଚୋରାଚାଲାଣକାରୀ ଏବଂ ବିଶ୍ବାସଘାତକମାନଙ୍କୁ ଆବଶ୍ୟକ ସହାୟତା ଯୋଗାଉଥିବା ପ୍ରତିଷ୍ଠାନ ବୋଲି କହିଥିଲେ। ତାଙ୍କର ଏ ଭଳି ମନ୍ତବ୍ୟକୁ ଅଦାଲତ ଦୁଃଖଦାୟକ ଏବଂ ଅଗ୍ରହଣୀୟ ବୋଲି କହିଥିଲେ।

ଅଦାଲତ ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପାରେ ଦଣ୍ଡାଦେଶ ଉପରେ ୬୦ ଦିନ ଲାଗି ରହିତାଦେଶ ଜାରି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe