ଆଇନଜୀବୀଙ୍କ କରୋନା ମୃତ୍ୟୁ କ୍ଷତିପୂରଣ ମାମଲା: ଆବେଦନ ଖାରଜ କଲେ ସୁପ୍ରିମ କୋର୍ଟ

Advertisment
ସୁପ୍ରିମକୋର୍ଟରେ ପହଞ୍ଚିଲା ଓଡ଼ିଶା ସରକାର-ଜେଏସଡବ୍ଲୁ ଟିକସ ବିବାଦ

Image Courtesy of NDTV

ନୂଆଦିଲ୍ଲୀ: କରୋନାରେ ମୃତ୍ୟୁବରଣ କରୁଥିବା ୬୦ ବର୍ଷରୁ କମ୍ ବୟସର ଆଇନଜୀବୀ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କୁ ୫୦ ଲକ୍ଷ ଟଙ୍କା ଲେଖାଏଁର କ୍ଷତିପୂରଣ ଦେବାଲାଗି ନିର୍ଦ୍ଦେଶ ଦେବାକୁ ପ୍ରାର୍ଥନା କରି ପ୍ରଦୀପ କୁମାର ଯାଦବ ନାମକ ଜଣେ ଆଇନଜୀବୀ କରିଥିବା ଆବେଦନକୁ ସୁପ୍ରିମ କୋର୍ଟ ଖାରଜ କରିଦେଇଛନ୍ତି। । ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼, ବିକ୍ରମ ନାଥ ଏବଂ ବି ଭି ନାଗରତ୍ନାଙ୍କୁ ନେଇ ଗଠିତ ୩ ଜଣିଆ ଖଣ୍ଡପୀଠ କହିଛନ୍ତି ଅଦାଲତ ଆଇନଜୀବୀଙ୍କ ପାଇଁ ଏଭଳି ସ୍ବତନ୍ତ୍ର ବ୍ୟବସ୍ଥା କରିପାରିବେ ନାହିଁ। କରୋନାରେ ଅନେକ ଲୋକଙ୍କର ମୃତ୍ୟୁ ହୋଇଛି। ଆଇନଜୀବୀଙ୍କ ଜୀବନ ଅନ୍ୟମାନଙ୍କ ଠାରୁ ଅଧିକ ମୂଲ୍ୟବାନ ହୋଇପାରିବ ନାହିଁ। ସମାଜର ଅନ୍ୟ ବର୍ଗର ଲୋକମାନେ ଗୁରୁତ୍ବପୂର୍ଣ୍ଣ ନୁହନ୍ତି କି ବୋଲି ଖଣ୍ଡପୀଠ ଆଇନଜୀବୀ ଯାଦବଙ୍କୁ ପ୍ରଶ୍ନ କରିଥିଲେ। ଏଥିସହିତ କଟ୍‌-କପି-ପେଷ୍ଟ କରାଯାଇ ଜନସ୍ବାର୍ଥ ମାମଲା (ପିଆଇଏଲ) ପ୍ରସ୍ତୁତ କରାଯାଇଥିବାରୁ ଖଣ୍ଡପୀଠ ବିରକ୍ତ ହୋଇଛନ୍ତି। ଏହାକୁ ପ୍ରଚାର ସ୍ବାର୍ଥଧମୀ ଆବେଦନ ବା ପବ୍ଲିସିଟି ଇଣ୍ଟ୍ରେଷ୍ଟ ଲିଟିଗେସନ ବୋଲି ଖଣ୍ଡପୀଠ କହିଛନ୍ତି। ଏଥିପାଇଁ ଆବେଦନକାରୀ ଆଇନଜୀବୀଙ୍କୁ ୧୦ ହଜାର ଟଙ୍କା ସପ୍ତାହକ ମଧ୍ୟରେ ଜମା କରିବା ପାଇଁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe