ଦିଲ୍ଲୀ ପ‌ରେ ଏବେ ଉତ୍ତରପ୍ରଦେଶ; କୋର୍ଟ ପରିସରରେ ଓକିଲଙ୍କୁ ଗୁଳି ମାଡ଼, ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଲେ ଓକିଲ ସଂଘ

Advertisment
ଦିଲ୍ଲୀ ପ‌ରେ ଏବେ ଉତ୍ତରପ୍ରଦେଶ; କୋର୍ଟ ପରିସରରେ ଓକିଲଙ୍କୁ ଗୁଳି ମାଡ଼, ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଲେ ଓକିଲ ସଂଘ

ଲକ୍ଷ୍ନୌ: ଦିଲ୍ଲୀ ପ‌ରେ ଏବେ ଉତ୍ତରପ୍ରଦେଶ। ପୁଣି କୋର୍ଟ ଭିତରେ ହେଲା ଆକ୍ରମଣ। ଦିଲ୍ଲୀରେ ଜଣେ ଗ୍ୟାଙ୍ଗଷ୍ଟରକୁ କୋର୍ଟ ଭିତରେ ହତ୍ୟା କରାଯାଇଥିବା ବେଳେ ଉତ୍ତରପ୍ରଦେଶରେ କୋର୍ଟ ଭିତରେ ଜଣେ ଓକିଲଙ୍କୁ ଗୁଳି କରି ହତ୍ୟା କରାଯାଇଛି। ମୃତକ ଜଣକ ଭୁପେନ୍ଦ୍ର ସିଂହ ବୋଲି ଚିହ୍ନଟ କରାଯାଇଛି। ମୃତଦେହ ପାଖରୁ ଏକ ବନ୍ଧୁକ ମଧ୍ୟ ଜବତ କରିଛି ପୁଲିସ।

କୋର୍ଟ ପରିସରର ତୃତୀୟ ମହଲାରେ ହୋଇଥିବା ଆକ୍ରମଣ ପରେ ପରିସ୍ଥିତିକୁ ଶାନ୍ତ କରିବା ପାଇଁ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଏଭଳି ଘଟଣା ପରେ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛନ୍ତି ଓକିଲ ସଂଘ।

ଏହାପୂର୍ବରୁ ଦିଲ୍ଲୀରେ ସେପ୍ଟେମ୍ବର ୨୪ରେ ଦୁଇଜଣ ଆକ୍ରମଣକାରୀ ରୋହିଣୀ ଜିଲ୍ଲା କୋର୍ଟ ପରିସରରେ ଗ୍ୟାଙ୍ଗଷ୍ଟର ଜିତେନ୍ଦର ମାନଙ୍କୁ ହତ୍ୟା କରିଥିଲେ। ଏହା ପରେ ଆଇନଜୀବୀମାନେ ହାଇକୋର୍ଟରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବା ପାଇଁ ୩ଥର ଦାବି କରିସାରିଥିବା ଜଣାପଡ଼ିଛି। ସୁରକ୍ଷା ଦୃଷ୍ଟିରୁ କୋର୍ଟ ପରିସରକୁ ପ୍ରବେଶ ପାଇଁ ସ୍ମାର୍ଟ କାର୍ଡ ବ୍ୟବହାର କରିବାକୁ ସୁପ୍ରିମକୋର୍ଟକୁ ପରାମର୍ଶ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ ବାର୍ ଆସୋସିଏସନ (ଡିଏଚ୍‌ସିବିଏ) ଏବଂ ବାର୍ କାଉନସିଲ୍ ଅଫ୍ ଦିଲ୍ଲୀ (ବିସିଡି)।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe