କାନବେରା: ଜଣେ ନେତା ସଂସଦ ଭିତରକୁ ବଡ଼ ପଚା ମାଛ ଧରି ଯିବା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ। ରାଜନେତା ଜଣକ ପଲିଥିନରେ ପ୍ୟାକ୍ ହୋଇଥିବା ୪-୫ କିଲୋଗ୍ରାମର ଏକ ବଡ଼ ମାଛ ଧରି ପହଞ୍ଚିଥିଲେ। ସରକାରୀ ଶିଳ୍ପ ମାଛ ଫାର୍ମଗୁଡ଼ିକୁ ପ୍ରଦୂଷିତ କରୁଥିବା ଦେଇ ସେ ଏଭଳି ଏକ ନିଆରା ଅଭିଯୋଗ କରିଥିଲେ। ଅଷ୍ଟ୍ରେଲିଆ ସଂସଦରେ ଏଭଳି ଘଟିଛି।
ବୁଧବାର, ମାର୍ଚ୍ଚ ୨୬ ତାରିଖରେ ଜଣେ ଅଷ୍ଟ୍ରେଲିୟ ସାଂସଦ ଦେଶର ସିନେଟରେ ଏକ ପଚା ସାଲମନ ମାଛକୁ ସଂସଦକୁ ଆଣିଥିଲେ। ସରକାରୀ ଶିଳ୍ପ ମାଛ ଫାର୍ମଗୁଡ଼ିକୁ ପ୍ରଦୂଷିତ କରୁଥିବା ନେଇ ଅଭିଯୋଗ କରିଥିଲେ। ସେ ଦାବି କରିଥିଲେ ଯେ, ସରକାର ଏଭଳି କରିବା ପାଇଁ ସମସ୍ତ ପ୍ରକାରର କୌଶଳ ଅବଲମ୍ବନ କରୁଛନ୍ତି।
ଅଷ୍ଟ୍ରେଲିଆର ପରିବେଶ କର୍ମୀମାନେ ତାସମାନିଆ ଦ୍ୱୀପ ରାଜ୍ୟରେ ଥିବା ସାଲମନ ମାଛ ଫାର୍ମ ଉପରେ ପ୍ରଶ୍ନ ଉଠାଇଛନ୍ତି। ଏହି ଫାର୍ମଗୁଡ଼ିକ ଅଳିଆ ଏବଂ ମାଛଚାଷର ଅଳିଆ ପକାଇ ଜଳପଥକୁ ଅବରୋଧ କରୁଥିବା ଅଭିଯୋଗ ହୋଇଛି।
ଗ୍ରୀନ୍ସ ସିନେଟର ସାରା ହାନସନ-ୟଙ୍ଗ କହିଛନ୍ତି ଯେ, ସେ ଏପରି ଏକ ସରକାରଙ୍କର କାର୍ଯ୍ୟଧାରା ଉପରେ ବିରକ୍ତ ହୋଇସାରିଛନ୍ତି। ସରକାର ଅଧିକ କଠୋର ପରିବେଶଗତ ମାନଦଣ୍ଡ ପ୍ରଚଳନ କରିବାକୁ ମନା କରିଦେଇଛନ୍ତି। ନିର୍ବାଚନ ପୂର୍ବରୁ,ସରକାରୀ ଦଳ କ'ଣ ପଚା, ଦୁର୍ଗନ୍ଧଯୁକ୍ତ ବିଲୁପ୍ତ ସାଲମନ ପାଇଁ ନିଜର ପରିବେଶଗତ ପ୍ରମାଣପତ୍ର ବିକ୍ରି କରିଛନ୍ତି କି ବୋଲି ସେ ପ୍ରଶ୍ନ କରିଛନ୍ତି। ସେ ଲାଇଭ୍ ଟିଭିରେ ଏସବୁ କହିଥିଲେ। ତା’ପରେ ସେ କିଛି ସମୟ ପାଇଁ ଅଟକି ତାଙ୍କ ଟେବୁଲ ତଳୁ ମାଛଟିଏ ଉଠାଇଥିଲେ।
Greens senator Sarah Hanson-Young just pulled out a very large dead salmon in the Senate in a protest over the environmental laws and salmon farming 🐟 pic.twitter.com/GEfCFNC7vs
— Josh Butler (@JoshButler) March 26, 2025
ଅଧିକ ପଢ଼ନ୍ତୁ: ଗୁଆହାଟୀରେ ଆର୍ଆର୍-କେକେଆର୍ ମୁକାବିଲା: ପ୍ରଥମ ବିଜୟ ଲକ୍ଷ୍ୟରେ ଉଭୟ ଦଳ
ତାଙ୍କ ପଛରେ ବସିଥିବା ଜଣେ ସାଥୀ ଗ୍ରୀନ୍ସ ସିନେଟର ଚିତ୍କାର କରି କହିଥିଲେ, ଏହା ଦୁର୍ଗନ୍ଧ କରୁଛି। ତା’ପରେ ତାଙ୍କୁ ତୁରନ୍ତ ଚାମ୍ବରରୁ ଏକ ପ୍ଲାଷ୍ଟିକ୍ ବ୍ୟାଗରେ ପ୍ୟାକ୍ ହୋଇଥିବା ସାଲମନ ମାଛକୁ ବାହାର କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ରକ୍ଷଣଶୀଳ ଗ୍ରୀନ୍ ପାର୍ଟି ଭୟ କରୁଛି ଯେ, ସାଲମନ ଫାର୍ମଗୁଡ଼ିକ ସ୍ଥାନୀୟ ମାଉଜିଅନ୍ ସ୍କେଟର ବିଲୁପ୍ତିର କାରଣ ହେଉଛନ୍ତି। କିନ୍ତୁ ପ୍ରଧାନମନ୍ତ୍ରୀ ଆଣ୍ଟୋନି ଆଲବାନିଜ୍ ଏହି ଶିଳ୍ପକୁ ସମର୍ଥନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଏହି ଶିଳ୍ପରେ ତାସମାନିଆର ଶହ ଶହ ଲୋକ କାମ କରୁଛନ୍ତି। ଏହା ବନ୍ଦ ହେଲେ ସେମାନେ ବେକାର ହୋଇଯିବେ।
ଅଧିକ ପଢ଼ନ୍ତୁ: ଏକଛତ୍ରବାଦ ଶାସନ ଚାଲିଛି, ଲୋକେ ଜବାବ ଦେବେ: ନରସିଂହ ମିଶ୍ର
australia