ମୋତେ ଅପମାନିତ କରୁଥିବା ନେତା ନିଜେ କୂଅରେ ପଡ଼ିଲେ: ସିଦ୍ଧୁ

ମୋତେ ଅପମାନିତ କରୁଥିବା ନେତା ନିଜେ କୂଅରେ ପଡ଼ିଲେ: ସିଦ୍ଧୁ

oneindia.com

ଚଣ୍ଡିଗଡ଼ : ପରାଜୟ ପରେ ପଂଜାବ କଂଗ୍ରେସ ମୁଖ୍ୟ ନବଜୋତ ସିଂହ ସିଦ୍ଧୁ କଂଗ୍ରେସର ଅନ୍ୟ ନେତାମାନଙ୍କ ଟାର୍ଗେଟ୍‌କୁ ଆସିଛନ୍ତି। ଦଳର କିଛି ବରିଷ୍ଠ ନେତା ତ‌ାଙ୍କୁ ଲଗାମହୀନ ଘୋଡ଼ା କହୁଛନ୍ତି। କିନ୍ତୁ ସିଦ୍ଧୁ ଏହାର ପାଲଟା ଜବାବ ଦେବାକୁ ପଛାଇ ନାହାନ୍ତି। ସିଦ୍ଧୁ କହିଛନ୍ତି, ଯେଉଁମାନେ ମୋନେ ଅପମାନିତ କରୁଥିଲେ ସେହିମାନେ ହିଁ ଏବେ କୂଅରେ ପଡ଼ିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀମାନଙ୍କ ଅବସ୍ଥା କେତେ ତଳକୁ ଖସିଯାଇଛି, ତାହା ଦେଖିବା କଥା। ରାଜ୍ୟବାସୀ ପାରମ୍ପରିକ ରାଜନୀତି ଏବଂ ଦଳ ଛାଡ଼ି ପଞ୍ଜାବରେ ଏକ ନୂତନ ବିକଳ୍ପ ବାଛିଛନ୍ତି। ଫଳରେ ପଞ୍ଜାବ ରାଜନୀତିରେ ପରିବର୍ତ୍ତନ ଆସିଛି। ଏଥିପାଇଁ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଉଛି ବୋଲି ସିଦ୍ଧୁ କହିଛନ୍ତି।

ସୂଚନାଯୋଗ୍ୟ, ପରାଜୟ ପରେ ପଞ୍ଜାବର ତିନିଜଣ ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ସିଦ୍ଧୁଙ୍କୁ ‘ବେଲଗାମ ଘୋଡ଼ା’ ବୋଲି କହିଛନ୍ତି। ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ସୁଖଜିନ୍ଦର ସିଂହ ରନ୍ଧୱା କହିଛନ୍ତି, ସିଦ୍ଧୁଙ୍କ ଡିଏନ୍‌ଏରେ କଂଗ୍ରେସ ନାହିଁ। ତାଙ୍କୁ ଦଳର ସଂସ୍କୃତି ଜଣାନାହିଁ। ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ତୃପ୍ତ ରାଜେନ୍ଦ୍ର ସିଂହ ବାଜୱା ସମାନ କଥା କହିବା ସହିତ ସିଦ୍ଧୁଙ୍କୁ ବହୁ ପୂର୍ବରୁ ହାଇକମାଣ୍ଡ ତାଙ୍କୁ ଦଳରୁ ବାହାର କରିଦେବାର ଥିଲା ବୋଲି ମତ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe