Leaders have forgotten how to use language towards opponents
ନୂଆଦିଲ୍ଲୀ: ବିଧାନସଭା ଏବଂ ସଂସଦରେ ଚାଲିଥିବା ତିକ୍ତ ପ୍ରକ୍ରିୟା ଉପରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି। ସର୍ବୋଚ୍ଚ ଅଦାଲତ କହିଛନ୍ତି, ଦୃଢ଼ ବିରୋଧ ପ୍ରଦର୍ଶନ କରିବା କିମ୍ବା ବିରୋଧୀଙ୍କୁ ସମାଲୋଚନା କରିବାବେଳେ କିପରି ସମ୍ମାନର ସହ ଆଚରଣ କରିବାକୁ ହେବ ତାହା ବିଧାୟକମାନେ ଭୁଲିଯାଇଛନ୍ତି।
ଆରଜେଡି ନେତା ସୁନୀଲ କୁମାର ସିଂଙ୍କ ଲିଖିତ ଆବେଦନ ଉପରେ ଶୁଣାଣି ବେଳେ ଜଷ୍ଟିସ ସୂର୍ଯ୍ୟ କାନ୍ତ ଏବଂ ଜଷ୍ଟିସ ଏନ.କେ ସିଂଙ୍କ ନେତୃତ୍ବରେ ଗଠିତ ବେଞ୍ଚ୍ ଦ୍ୱାରା ଏହି ମନ୍ତବ୍ୟ ଦିଆଯାଇଛି। ବିହାର ବିଧାନ ପରିଷଦର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରାଯାଇଥିବା ମାମଲାରେ କୋର୍ଟ ଏଭଳି କହିଛନ୍ତି। ବଜେଟ୍ ଅଧିବେଶନରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନକଲ ଅଭିଯୋଗରେ ତାଙ୍କୁ ଗୃହରୁ ବହିଷ୍କାର କରାଯାଇଥିଲା।
ସୁପ୍ରିମକୋର୍ଟର ପ୍ରିମା ଫେସୀ ସୁନୀଲଙ୍କ ମନ୍ତବ୍ୟକୁ ପ୍ରତ୍ୟାଖ୍ୟାନ କରି କହିଛନ୍ତି ଯେ, ସମ୍ମାନଜନକ ଗୃହର ସଦସ୍ୟମାନେ ଅନ୍ୟମାନଙ୍କୁ ସମ୍ମାନ ଦେବା ଉଚିତ୍ ଯଦିଓ ସେମାନେ କଠୋର ସମାଲୋଚକ ଅଟନ୍ତି।
ସୁନୀଲ କୁମାର ସିଂଙ୍କ ଓକିଲ ଏମ. ସିଂଘଭି କହିଛନ୍ତି ଯେ, ଯଦିଓ ଏହି ମାମଲା କୋର୍ଟରେ ବିରାଧୀନ ରହିଛି, ତଥାପି ନିର୍ବାଚନ କମିଶନ ସୁନୀଲଙ୍କ ଖାଲି ଆସନ ପାଇଁ ଉପ-ନିର୍ବାଚନ ଘୋଷଣା କରିଛନ୍ତି ଏବଂ ଏହା ଦ୍ୱନ୍ଦ୍ୱ ସୃଷ୍ଟି କରିବ ବୋଲି ଆଶଙ୍କା ରହିଛି।
ସିଂଘଭି କହିଛନ୍ତି ଯେ, ଯଦି ନିର୍ବାଚନ ଅନୁଷ୍ଠିତ ହୁଏ ଏବଂ ଅନ୍ୟ କେହି ନିର୍ବାଚିତ ହୁଅନ୍ତି ତେବେ ସେହି ସମୟରେ ସୁପ୍ରିମକୋର୍ଟ ସୁନୀଲଙ୍କ ବହିଷ୍କାରକୁ ରଦ୍ଦ କରନ୍ତି, ତେବେ ଗୋଟିଏ ଆସନ ପାଇଁ ଦୁଇଜଣ ନିର୍ବାଚିତ ପ୍ରାର୍ଥୀ ରହିବା ଏକ ଅସଙ୍ଗତ ପରିସ୍ଥିତି ସୃଷ୍ଟି କରିବ। ଚଳିତ ମାସ ଶେଷରେ ହେବାକୁ ଥିବା ନିର୍ବାଚନରେ ​​ସୁପ୍ରିମକୋର୍ଟ ରୋକ ଲଗାଇବା ଉଚିତ ବୋଲି ସେ ଅନୁରୋଧ କରିଛନ୍ତି।
ନିର୍ବାଚନ ସ୍ଥଗିତ ରଖିବାକୁ ସୁପ୍ରିମକୋର୍ଟ ମନା କରିଦେଇଥିଲେ ମଧ୍ୟ ଜାନୁଆରୀ ୯ ରେ ସୁନୀଲଙ୍କ ଲିଖିତ ଆବେଦନ ଉପରେ ଏହା ଶେଷ ଶୁଣାଣି ହେବ ବୋଲି କହିଛନ୍ତି। ସିଂଘଭି କହିଛନ୍ତି ଯେ, ଗୃହ ଭିତରେ ଅଭିବ୍ୟକ୍ତିର ସ୍ବାଧୀନତା ଦିଆଯାଇଛି। ବେଞ୍ଚ୍ କହିଛନ୍ତି ଯେ, ଗୃହ ଭିତରେ ଅଭିବ୍ୟକ୍ତିର ସ୍ୱାଧୀନତା କିପରି ବ୍ୟବହାର କରାଯାଏ? ସିଂଘଭି ମଧ୍ୟ ସଂସଦର ସଦସ୍ୟ ଅଟନ୍ତି। ଆପଣ ଗୃହ ଭିତରେ ବିରୋଧୀମାନଙ୍କ ବିରୁଦ୍ଧରେ ଏପରି ଭାଷାର ବ୍ୟବହାରକୁ ସମର୍ଥନ କରନ୍ତି କି?
ସିଂଘଭି କହିଛନ୍ତି ଯେ, ସେ ଏଭଳି ଭାଷାକୁ ସମର୍ଥନ କରନ୍ତି ନାହିଁ, କିନ୍ତୁ ଏପରି ଭାଷା ବ୍ୟବହାର ପାଇଁ ବହିଷ୍କାର ବିରୋଧୀ ବେଞ୍ଚକୁ ଖାଲି କରିବ। ଅନ୍ୟ ଜଣେ ଏମଏଲଏସି ସମାନ ଭାଷା ବ୍ୟବହାର କରିବା ପାଇଁ, ତାଙ୍କୁ କେବଳ ନିଲମ୍ବିତ କରାଯାଇଥିଲା । କିନ୍ତୁ ସୁନୀଲଙ୍କ କ୍ଷେତ୍ରରେ ବହିଷ୍କାର କରାଯାଇଥିଲା।
ଅଧିକ ପଢ଼ନ୍ତୁ: ଫେବ୍ରୁଆରି ୫ରେ ଗୋଟାଏ ପର୍ଯ୍ୟାୟରେ ହେବ ଦିଲ୍ଳୀ ନିର୍ବାଚନ, ୮ରେ ଫଳାଫଳ
ବିଧାନ ପରିଷଦର ନୈତିକ କମିଟି ଏହାର ରିପୋର୍ଟରେ ସୁନୀଲଙ୍କୁ ହଟାଇବାକୁ ସୁପାରିଶ କରି କହିଛି ଯେ, ବିରୋଧୀ ଦଳର ମୁଖ୍ୟ ସଚେତକ ହୋଇଥିବାରୁ ତାଙ୍କର ଆଇନଗତ ଦାୟିତ୍ବ ଏବଂ ନିୟମାବଳୀ ପାଳନ କରିବା ଅନ୍ୟମାନଙ୍କ ତୁଳନାରେ ଅଧିକ ହେବା ଉଚିତ୍। କିନ୍ତୁ ତାଙ୍କର ଆଚରଣ ବିପରୀତ ଥିଲା।
ୱେଲକୁ ଆସି ସେମାନେ ସ୍ଲୋଗାନ ଦେଇଥିଲେ ଏବଂ ଗୃହର ପ୍ରକ୍ରିୟାରେ ବାଧା ସୃଷ୍ଟି କରିଥିଲେ। ଅଧ୍ୟକ୍ଷଙ୍କ ନିର୍ଦ୍ଦେଶକୁ ଅସମ୍ମାନ କରିଥିଲେ। ଗୃହର ନେତାଙ୍କ ପାଇଁ ଅପମାନଜନକ ଶବ୍ଦ ବ୍ୟବହାର କରିଥିଲେ। ଅଧ୍ୟକ୍ଷଙ୍କୁ ଅପମାନିତ କରିବାକୁ ଚେଷ୍ଟା କଲେ ଏବଂ ଏକ ଉପାୟରେ ବିଧାନ ପରିଷଦର ସମ୍ମାନକୁ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରିଥବଲେ। ରିପୋର୍ଟକୁ ଆଧାର କରି ୨୬ ଜୁଲାଇରେ ତାଙ୍କୁ ବହିଷ୍କାର କରାଯାଇଥିଲା।
ଅଧିକ ପଢ଼ନ୍ତୁ: ମୃତଦେହକୁ ବାନ୍ଧି ଟାଣିଟାଣି ଶବଗୃହକୁ ନେବା ଘଟଣାର ଭିଡିଓ ଭାଇରାଲ
Follow Us