ଡାର୍କୱେବ୍‌ରେ ଲିକ୍‌ ହେଲା ୨.୯ କୋଟି ଭାରତୀୟଙ୍କ ବ୍ୟକ୍ତିଗତ ତଥ୍ୟ

Advertisment
ସାମ୍ବାଦିକ ଓ ରାଜନେତାଙ୍କୁ ଟାର୍ଗେଟ କରିବା ପାଇଁ ପେଗାସସ୍ ଭଳି ସଫ୍ଟୱେର ବ୍ୟବହାର କରାଯାଉଛି

Image Source: ET-Tech

ନୂଆଦିଲ୍ଲୀ: ସାଇବର୍‌ ଅପରାଧୀମାନେ ୨.୯ କୋଟି ଭାରତୀୟଙ୍କର ବ୍ୟକ୍ତିଗତ ତଥ୍ୟ ଡାର୍କୱେବ୍‌ରେ ପ୍ରଘଟ କରିଦେଇଛନ୍ତି। ଅନ୍‌ଲାଇନ୍‌ ଇଣ୍ଟେଲିଜେନ୍ସ କମ୍ପାନି ସାଇବିଲ୍‌ ଏ ସଂକ୍ରାନ୍ତ ସୂଚନା ଏକ ବ୍ଲଗ୍‌ମାଧ୍ୟମରେ ଜାରି କରିବା ପରେ ତନାଘନା ଆରମ୍ଭ ହୋଇଯାଇଛି। ଡାର୍କୱେବ୍‌ ଇଣ୍ଟରନେଟ୍‌ର ହିଁ ଏକ ଅଂଶ, କିନ୍ତୁ ଏହାକୁ ସ୍ବାଭାବିକ ଭାବେ ସର୍ଚ ଇଂଜିନ୍‌ରେ ଖୋଜି ହେବ ନାହିଁ। ଏଭଳି ୱେବ୍‌ ସାଇଟ୍‌କୁ ଖୋଲିବା ପାଇଁ ସ୍ବତନ୍ତ୍ର ଧରଣର ବ୍ରାଉଜର ଆବଶ୍ୟକ ହୋଇଥାଏ। ସାଇବର୍‌ ଅପରାଧୀମାନଙ୍କ ଉପରେ ନଜର ରଖୁଥିବା ଅନ୍‌ଲାଇନ୍‌ ଗୁଇନ୍ଦା ସଂସ୍ଥା ସାଇବିଲ୍‌ ନିକଟରେ ଫେସ୍‌ବୁକ୍‌ ଏବଂ ବୈଷୟିକ ଶିକ୍ଷା ସହିତ ସଂପୃକ୍ତଫାର୍ମ‌ର ତଥ୍ୟ ହ୍ୟାକ୍‌ କରାଯିବା ସଂପର୍କରେ ମଧ୍ୟ ସୂଚନା ଦେଇଥିଲା। ସାଇବିଲ୍‌ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ଏଥର ଚାକିରି ସନ୍ଧାନରେ ଥିବା ୨.୯ କୋଟି ଭାରତୀୟଙ୍କ ଡାଟା ଲିକ୍‌ କରାଯାଇଛି। ଏତେ ବଡ଼ ସଂଖ୍ୟାରେ ଡାଟା ଚୋରି ହେବା ପ୍ରଥମ ଘଟଣା ବୋଲି କୁହାଯାଇଛି। ଏଥିରେ ଶିକ୍ଷା, ବାସସ୍ଥାନ, ଫୋନ୍‌, ଇମେଲ ଆଦି ସଂପର୍କିତ ବ୍ୟକ୍ତିଗତ ସୂଚନା ରହିଛି। ଲକ୍‌ଡାଉନ୍‌ ସମୟରେ ସାଇବର୍‌ ଅପରାଧୀ ସକ୍ରିୟ ହୋଇଉଠିଥିବାରୁ ଏହାକୁ ରୋକିବା ପାଇଁ ବିଭିନ୍ନ ରାଜ୍ୟରେ ସାଇବର୍‌ ସେଲ୍‌ ଏବେ ତତ୍ପରତାର ସହ କାମ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe