ନିଟ୍-ୟୁଜି ୨୦୨୪ ପରୀକ୍ଷା ପରିଚାଳନାରେ ପ୍ରଶ୍ନପତ୍ର ଲିକ୍ ମାମଲା: ସତ ମାନିଲେ ଗିରଫ ହୋଇଥିବା ପରୀକ୍ଷାର୍ଥୀ

Advertisment
ନିଟ୍-ୟୁଜି ୨୦୨୪ ପରୀକ୍ଷା ପରିଚାଳନାରେ ପ୍ରଶ୍ନପତ୍ର ଲିକ୍ ମାମଲା: ସତ ମାନିଲେ ଗିରଫ ହୋଇଥିବା ପରୀକ୍ଷାର୍ଥୀ

www.indiatoday.in

ନୂଆଦିଲ୍ଳୀ: ନିଟ୍-ୟୁଜି ୨୦୨୪ ପରୀକ୍ଷା ପରିଚାଳନାରେ ପ୍ରଶ୍ନପତ୍ର ଲିକ୍ ଓ ଦୁର୍ନୀତି ଅଭିଯୋଗ ନେଇ ଗିରଫ ହୋଇଥିବା ପରୀକ୍ଷାର୍ଥୀ ଅନୁରାଗ ଯାଦବ ସ୍ୱୀକାର କରିଛନ୍ତି। ସେ କହିଛନ୍ତି ଯେ ତାଙ୍କୁ ଦିଆଯାଇଥିବା ଲିକ୍ ପ୍ରଶ୍ନପତ୍ର ପ୍ରକୃତ ପରୀକ୍ଷା ପ୍ରଶ୍ନପତ୍ର ସହିତ ମେଳ ଖାଉଛି।

ବିହାରର ଦାନାପୁର ଟାଉନ କାଉନସିଲ (ଦାନାପୁର ନାଗର ପରିଷଦ) ରେ ନିୟୋଜିତ ଜଣେ ଇଞ୍ଜିନିୟରଙ୍କ ଭଣଜା ଏହି ସ୍ବୀକାର କରିବା ପରେ ପ୍ରଶ୍ନପତ୍ର ଲିକ୍‌ ଆହୁରି ସ୍ପଷ୍ଟ ହୋଇଛି।

ଯେତେବେଳେ ସେ ପରୀକ୍ଷା ପାଇଁ ବସିଥିଲେ ଏବଂ ପ୍ରକୃତ ପ୍ରଶ୍ନପତ୍ର ପ୍ରଦାନ କରାଯାଇଥିଲା, ସେତେବେଳେ ଏହା ତାଙ୍କ ମାମୁ ପୂର୍ବରୁ ଦେଇଥିବା ପ୍ରଶ୍ନପତ୍ର  ସହିତ ମେଳ ଖାଉଥିଲା ବୋଲି ଛାତ୍ର ଚିଠିରେ କହିଛନ୍ତି। ସ୍ବୀକାରୋକ୍ତି ଚିଠିରେ ଯାଦବଙ୍କ ଦସ୍ତଖତ ମଧ୍ୟ ରହିଥିଲା।

ନିଟ୍-ୟୁଜି ୨୦୨୪ ପରୀକ୍ଷା ପରିଚାଳନାରେ ପ୍ରଶ୍ନପତ୍ର ଲିକ୍ ଓ ଦୁର୍ନୀତି ଅଭିଯୋଗ ନେଇ ହୋଇଥିବା ଆବେଦନ ଉପରେ ସୁପ୍ରିମ୍‌କୋର୍ଟ ମଙ୍ଗଳବାର ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଏବଂ କେନ୍ଦ୍ର ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି। ନିଟ୍‌ ଆଶାୟୀ ଓ ସେମାନଙ୍କ ଅଭିଭାବକଙ୍କ ଅଭିଯୋଗ ମଧ୍ୟରେ ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ସାମାନ୍ୟ ଅବହେଳା ମଧ୍ୟ ବରଦାସ୍ତ କରାଯିବା ଉଚିତ ନୁହେଁ।

ନିଟ୍ ହେଉଛି ଡାକ୍ତରୀ ଓ ଆନୁଷଙ୍ଗିକ ଶିକ୍ଷା କ୍ଷେତ୍ର ପାଇଁ ଭାରତର ମୁଖ୍ୟ ପ୍ରବେଶିକା ପରୀକ୍ଷା। ଏନ୍‌ଟିଏ ପ୍ରତିବର୍ଷ ଏହି ପରୀକ୍ଷା ଆୟୋଜନ କରିଥାଏ। ଏନ୍‌ଟିଏ ଓ କେନ୍ଦ୍ରକୁ ନୋଟିସ ଜାରି କରି କୋର୍ଟ କହିଛନ୍ତି ଯେ ୦.୦୦୧ ପ୍ରତିଶତ ଅବହେଳା ଉପରେ ମଧ୍ୟ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ। ଦେଶର ସବୁଠାରୁ କଠିନ ପ୍ରବେଶିକା ପରୀକ୍ଷା ପାଇଁ ଡାକ୍ତରୀ ପରୀକ୍ଷାର୍ଥୀମାନେ ଯେଉଁ ପରିଶ୍ରମ କରିଥିଲେ ଆମେ ତାହାକୁ ଅଣଦେଖା କରିପାରିବୁ ନାହିଁ। ଜଷ୍ଟିସ ବିକ୍ରମ ନାଥ ଏନ୍‌ଟିଏକୁ କହିଛନ୍ତି ଯେ ସୁପ୍ରିମ୍‌କୋର୍ଟ ଏହା ଉପରେ ଠିକ୍ ସମୟରେ କାର୍ଯ୍ୟାନୁଷ୍ଠାନ ଆଶା କରୁଛନ୍ତି। ଜୁଲାଇ ୮ତାରିଖରେ ଆବେଦନର ପରବର୍ତ୍ତୀ ଶୁଣାଣି କରାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe