ଗୁଗୁଲରୁ ଉର୍ଦ୍ଦୁ ଭାଷା ଶିଖି ପଠାଇଲେ ଧମକପୂର୍ଣ୍ଣ ଚିଠି, ଦୁଇ ସମାଜସେବୀଙ୍କୁ ଧରିଲା ପୁଲିସ

Advertisment
ଗୁଗୁଲରୁ ଉର୍ଦ୍ଦୁ ଭାଷା ଶିଖି ପଠାଇଲେ ଧମକପୂର୍ଣ୍ଣ ଚିଠି, ଦୁଇ ସମାଜସେବୀଙ୍କୁ ଧରିଲା ପୁଲିସ

photo-live hindustan

ଭୋପାଳ: ଧନୀ କୃଷକଙ୍କୁ ପଠାଇଲେ ଧମକପୂର୍ଣ୍ଣ ଚିଠି | ଟଙ୍କା ଦିଅ ନଚେତ ଜୀବନରୁ ମାରିଦେବୁ | ତେବେ ଚିଠି ପଠାଇଥିବା ଯୁବକଙ୍କ ବାବଦରେ ପୁଲିସ ଛାନଭିନ କରି ଆଶ୍ଚର୍ଯ୍ୟ ହୋଇଯାଇଛି | ମିଳିଥିବା ସୂଚନା ମୁତାବକ ଏପ୍ରିଲ୍ ୨୬ ତାରିଖ ରାତିରେ ଦୁଇ ଜଣ ଦୃବୁର୍ତ୍ତ ମଧ୍ୟପ୍ରଦେଶ ଉଜ୍ଜୟିନୀର ନାନାଖଡା ପୁଲିସ ଷ୍ଟେସନ ଅଞ୍ଚଳରେ ରହୁଥିବା ସିଆରାମ ପାଟିଦାରଙ୍କ ଘରେ ଏକ ଧମକପୂର୍ଣ୍ଣ ଚିଠି ପକାଇ ପଳାଇ ଯାଇଥିଲେ। ଏହି ଚିଠିରେ ଲେଖାଥିଲା, 'ମୁଁ ତୁମର ସମସ୍ତ ରହସ୍ୟ ଜାଣିଛି, ୫୦ ଲକ୍ଷ ଟଙ୍କା ଦିଅ, ନଚେତ୍ ମୁଁ ପୁରା ପରିବାରକୁ ସଫା କରିଦେବି' | ଏହି ଚିଠିରେ ଉର୍ଦ୍ଦୁ ଶବ୍ଦ ବ୍ୟବହୃତ ହୋଇଥିଲା | ଚିଠି ପାଇବା ପରେ ଆତଙ୍କିତ ପରିବାର ସଦସ୍ୟ ୨ ଦିନ ପର୍ଯ୍ୟନ୍ତ କାହାକୁ କିଛି କହି ନଥିଲେ |

ଏହା ପରେ ନାନାଖେଡା ଥାନାରେ ଉକ୍ତ ଘଟଣା ସମ୍ପର୍କରେ ଅଭିଯୋଗ କରିବାକୁ ସାହସ କରିଥିଲେ। ଅଭିଯୋଗ ପାଇବା ପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା | ପ୍ରଥମେ ସିସିଟିଭି ଫୁଟେଜକୁ ଯାଞ୍ଚ କରାଯାଇଥିଲା | ଏହି ଫୁଟେଜରେ ୨ ଜଣ ସନ୍ଦିଗ୍ଧ ଅଭିଯୁକ୍ତଙ୍କୁ ପୁଲିସ ଖୋଜି ଷ୍ଟେସନକୁ ଆଣି ପଚରାଉଚରା କରିଥିଲା, ତା’ପରେ ସେମାନେ ଅପରାଧ ସ୍ୱୀକାର କରିଥିଲେ। ଗିରଫ ଅଭିଯୁକ୍ତମାନେ ଏକ ଏନଜିଓରେ କାର୍ଯ୍ୟ କରୁଥିବାବେଳେ ସେମାନେ ଗୁଗୁଲରୁ ଉର୍ଦ୍ଦୁ ଭାଷା ଶିଖିଥିଲେ | ଏହା ପରେ ଉର୍ଦ୍ଦୁ ଭାଷାରେ ଏକ ଧମକପୂର୍ଣ୍ଣ ଚିଠି ଲେଖି ପକାଇଦେଇଥିଲେ |

ଏହି ଚିଠିରେ ଲେଖାଥିଲା, 'ମୁଁ ଅବ୍ବାସ, ତୁମର ଶତ୍ରୁମାନେ ମୋତେ ୨୫ ଲକ୍ଷ ଟଙ୍କାର ସୁପାରୀ ଦେଇଛନ୍ତି। ବର୍ତ୍ତମାନ ତୁମେ ୫୦ ଲକ୍ଷ ଟଙ୍କା ଦିଅ। ଯଦି ଟଙ୍କା ପହଞ୍ଚିବ ନାହିଁ, ତେବେ ମୁଁ ପୁରା ପରିବାରକୁ ଧ୍ୱଂସ କରିଦେବି'। ପୁଲିସ ପକ୍ଷରୁ କୁହାଯାଇଛି ଯେ ଅଭିଯୁକ୍ତମାନେ ଏକ ଏନଜିଓରେ କାମ କରନ୍ତି ଏବଂ ସେମାନଙ୍କର ୮ ଲକ୍ଷ ଟଙ୍କାର ଋଣ ଅଛି | ଋଣ ପରିଶୋଧ କରିବାକୁ ସେମାନେ ଟଙ୍କା ମାଗିଥିଲେ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe