କୋଭିଡ୍‌-୧୯ ବିରୋଧରେ ଆପଣଙ୍କ ଲଢ଼େଇରୁ ଶିକ୍ଷା ପାଇଲୁ: ଇଟାଲିର ପ୍ରଧାନମନ୍ତ୍ରୀଙ୍କୁ କହିଲେ ମୋଦୀ

Advertisment
କୋଭିଡ୍‌-୧୯ ବିରୋଧରେ ଆପଣଙ୍କ ଲଢ଼େଇରୁ ଶିକ୍ଷା ପାଇଲୁ: ଇଟାଲିର ପ୍ରଧାନମନ୍ତ୍ରୀଙ୍କୁ କହିଲେ ମୋଦୀ

Image Courtesy of Hindustan Times

ନୂଆଦିଲ୍ଲୀ: କରୋନାଭାଇରସ୍ ରୋଗ ବିରୋଧରେ ଲଢ଼େଇ ପାଇଁ ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଟାଲିକୁ ପ୍ରଶଂସା କରି କହିଛନ୍ତି ଯେ, ଆମେ ସମସ୍ତେ ଏହି ୟୁରୋପୀୟ ଦେଶ ଠାରୁ ଶିକ୍ଷା ପାଇଲୁ।

ଇଟାଲିର ପ୍ରଧାନମନ୍ତ୍ରୀ ଜୁଜାପେ କୋଣ୍ଟେଙ୍କ ସହ ଭର୍ଚୁଆଲ୍‌ କଥାବାର୍ତ୍ତା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଭଳି ମନ୍ତବ୍ୟ ଦେଇଛନ୍ତି। ସେ କହିଲେ, ଅନ୍ୟ ଦେଶମାନେ ଏହି ଭୂତାଣୁକୁ ଚିହ୍ନିବା ଆରମ୍ଭ କରୁଥିବା ବେଳେ ଇଟାଲି ତା’ ବିରୋଧରେ ସଂଗ୍ରାମ କରୁଥିଲା। ଆପଣଙ୍କ ସଫଳ ସଂଗ୍ରାମ ଆମକୁ ପ୍ରେରିତ କରିଛି ଏବଂ ଆମେ ଇଟାଲି ଠାରୁ ଶିକ୍ଷା ଗ୍ରହଣ କରିଛୁ।

କୋଭିଡ୍-୧୯ ବିଷୟରେ ଆହୁରି କହିବାକୁ ଯାଇ ପ୍ରଧାନମନ୍ତ୍ରୀ ମୋଦୀ କହିଲେ, ଦ୍ବିତୀୟ ବିଶ୍ବଯୁଦ୍ଧ ପରି କରୋନାଭାଇରସ୍ ମଧ୍ୟ ଗୋଟାଏ ମୋଡ଼ ବା ପରିବର୍ତ୍ତନର ସମୟ। ଆମକୁ କୋଭିଡ୍-୧୯ ପରବର୍ତ୍ତୀ ବିଶ୍ବ ଓ ତା’ର ଚାଲେଞ୍ଜ୍‌ ଅନୁଯାୟୀ ଖାପ ଖାଇ ଚଳିବାକୁ ପଡ଼ିବ। ମୁଁ ସୁନିଶ୍ଚିତ ଯେ, ଆଲୋଚନା ପରେ ଆମର ସମ୍ପର୍କ ଅଧିକ ସୁଦୃଢ଼ ହେବ। ଆମେ ପାରସ୍ପରିକ ବୁଝାମଣାକୁ ଅଧିକ ଉନ୍ନତ କରିପାରିବା। ସହଯୋଗର ନୂଆ ନୂଆ କ୍ଷେତ୍ର ଚିହ୍ନଟ କରି ପାରିବା।

publive-image Image Courtesy of Hindustan Times

୨୦୧୮ରେ ‘ଟ୍ୟାକ୍ସ୍‌ ସମିଟ୍‌’ରେ ଯୋଗ ଦେ‌ବାକୁ କୋଣ୍ଟେଙ୍କ ଭାରତଗସ୍ତ କଥା ସ୍ମରଣ କରି ପ୍ରଧାନମନ୍ତ୍ରୀ ମୋଦୀ କହିଲେ, ଆଲୋଚନା ପରେ ଭାରତ ଓ ଇଟାଲି ମଧ୍ୟରେ ପାରସ୍ପରିକ ଆଦାନପ୍ରଦାନର ଦ୍ରୁତ ଅଭିବୃଦ୍ଧି ଘଟିଥିଲା। ଇଟାଲୀୟ ସଂସଦ ଇଟାଲି-ଭାରତ ବନ୍ଧୁତା ଦଳ ପ୍ରତିଷ୍ଠା କରିଥିବା ଜାଣି ମୁଁ ଆନନ୍ଦିତ। କୋଭିଡ୍‌-୧୯ ମହାମାରୀ ପରେ ଇଟାଲୀୟ ସାଂସଦଙ୍କୁ ଭାରତକୁ ସ୍ବାଗତ କରିବାର ସୁଯୋଗ ପାଇବୁ ବୋଲି ଆଶା କରୁଛି।

ଭାରତ ଓ ଇଟାଲି ଶିଳ୍ପ, ବିନିଯୋଗ, ଭିତ୍ତିଭୂମି, ପରିବେଶ, ମତ୍ସ୍ୟ, ଗଣମାଧ୍ୟମ ଏବଂ ଚଳଚ୍ଚିତ୍ର ନିର୍ମାଣ ଆଦି କ୍ଷେତ୍ରରେ କେତେକ ରାଜିନାମା ସ୍ବାକ୍ଷର କରିବାକୁ ପ୍ରସ୍ତୁତି କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe