ତେଲେଙ୍ଗାନା ଘଟଣା ପରେ ସଜାଗ ହେଲା ଲୁଧିଆନା ପୁଲିସ: ରାତିରେ ମହିଳାଙ୍କୁ ଗାଡ଼ି ନ ମିଳିଲେ ମାଗଣାରେ ଘରେ ଛାଡ଼ିବ ପୁଲିସ ଗାଡ଼ି

Advertisment
ତେଲେଙ୍ଗାନା ଘଟଣା ପରେ ସଜାଗ ହେଲା ଲୁଧିଆନା ପୁଲିସ: ରାତିରେ ମହିଳାଙ୍କୁ ଗାଡ଼ି ନ ମିଳିଲେ ମାଗଣାରେ ଘରେ ଛାଡ଼ିବ ପୁଲିସ ଗାଡ଼ି

indiatimes.com

ଲୁଧିଅ‌ାନା: ବର୍ତ୍ତମାନର ପରିସ୍ଥିତିକୁ ଦେଖି ମହିଳାମାନେ ରାତିରେ ବାହାରିବାକୁ ଡ଼ରିଲେଣି। ଏଇ କିଛି ଦିନ ମଧ୍ୟ‌ରେ ମହିଳାମାନଙ୍କ ପ୍ରତି ହୋଇଥିବା ଦୁଷ୍କର୍ମ ଭାରତକୁ ଦୋହଲାଇ ଦେଇଛି। ଖାସ୍ କରି ହାଇଦ୍ରାବାଦରେ ଜଣେ ମହିଳା ଡାକ୍ତରଙ୍କୁ ଯେଉଁଭଳି ଭାବରେ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି, ସେ ନେଇ ଏବେ ଦେଶବାସୀ ତୁରନ୍ତ ନ୍ୟାୟ ପାଇଁ ଦାବି କରିବା ଆରମ୍ଭ କରିଛନ୍ତି। ଏହା ସହ ବାରମ୍ବାର ଦୁଷ୍କର୍ମ ଭଳି ଅପରାଧ ଘଟୁଥିବାରୁ ଅନେକ ମହିଳା ଡ଼ରରେ ନିଜର ଚାକିରି ଛାଡ଼ି ଘରେ ବସିବାକୁ ବା‌ଧ୍ୟ ହୋଇଛନ୍ତି।

ତେବେ ତେଲେଙ୍ଗାନା ଘଟଣା ପରେ ଏବେ ଲୁଧିଆନା ପୁଲିସ ଏକ ପ୍ରଶଂସନୀୟ ପଦକ୍ଷେପ ନେଇଛି। ଯଦି ଜଣେ ମହିଳା ରାତିରେ ରାଜରାସ୍ତାରେ ଏକା ଅଛନ୍ତି  ଓ ତାଙ୍କୁ ଘରକୁ ଯିବା ପାଇଁ ଗାଡ଼ି ମିଳୁ ନାହିଁ, ସେଭଳି ପରିସ୍ଥିତିରେ ପୁଲିସ ଗାଡ଼ି ମାଗଣାରେ ମହିଳାଙ୍କୁ ଘରେ ଛାଡ଼ିବ । ଏହି ଯୋଜନା ରବିବାରଠାରୁ ଆରମ୍ଭ କରାଯାଇଥିବା ବେଳେ ଲୁଧିଆନାର କମିସନରେଟ୍ ପୁଲିସ ଏହି ଯୋଜନାକୁ କାର୍ଯ୍ୟକାରୀ କରିଛନ୍ତି।

publive-image indiatimes.com

ଏହି ଯୋଜନା ଅନୁଯାୟୀ, ମହିଳାମାନଙ୍କୁ ଗାଡ଼ିର ଆବଶ୍ୟକତା ପଡ଼ିଲେ ସେମାନେ ରାତି ୧୦ଟାରୁ ସକାଳ ୬ଟା ମଧ୍ୟରେ ହେଲପଲାଇନ୍ ନମ୍ବରକୁ ଫୋନ କରି ସାହାଯ୍ୟ ମାଗି ପାରିବେ, ଏହା ପରେ ‌କଣ୍ଟ୍ରୋଲ ରୁମ ଗାଡ଼ି ମହିଳାଙ୍କ ପ‌ାଖରେ ପହଞ୍ଚି ତାଙ୍କୁ ତାଙ୍କ ଘରେ ନେଇ ଛାଡ଼ିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe