ଭୁବନେଶ୍ବର ବିମାନବନ୍ଦରକୁ ପିପିପିରେ ଲିଜ୍‌ ପ୍ରଦାନ

ପାରାଦୀପ ବନ୍ଦର ଓ ବିଜୁ ପଟ୍ଟନାୟକ ବିମାନ ବନ୍ଦର ବିକ୍ରିକୁ ବିରୋଧ, ୨୦ ରେ ଏଆଇଟିୟୁସିର ଗଣବିକ୍ଷୋଭ

Sambad English

ନୂଆଦିଲ୍ଲୀ : ଭୁବନେଶ୍ବର ବିମାନ ବନ୍ଦର ସମେତ ବାରାଣସୀ, ଅମୃତସର, ରାୟପୁର, ଇନ୍ଦୋର ଓ ରାଂଚି ବିମାନବନ୍ଦରର କାର୍ଯ୍ୟବାହୀ, ପରିଚାଳନା ଓ ବିକାଶ ପବ୍ଲିକ୍‌ ପ୍ରାଇଭେଟ୍‌ ପାର୍ଟନରସିପ୍‌ (ପିପିପି) ତରିକାରେ କରିବା ପାଇଁ ଲିଜରେ ପ୍ରଦାନ ନିମନ୍ତେ ଭାରତୀୟ ବିମାନ ବନ୍ଦର କର୍ତ୍ତୃପକ୍ଷ(ଏଏଆଇ)ର ସେପ୍ଟେମ୍ବର ୫, ୨୦୧୯ରେ ହୋଇଥିବା ୧୯୦ତମ ବୈଠକରେ ମଂଜୁରି ପ୍ରଦାନ କରାଯାଇଛି। ଆଜି ରାଜ୍ୟସଭାରେ ବିଜେଡି ସାଂସଦ ସୁବାସ ଚନ୍ଦ୍ର ସିଂହଙ୍କ ଅଣତାରକା ପ୍ରଶ୍ନର ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଜେନେରାଲ ଭିକେ ସିଂହ। କେନ୍ଦ୍ର ରାଷ୍ଟ୍ରମନ୍ତୀଙ୍କ ସୂଚନା ଅନୁସାରେ ୨୦୦୬ରେ ଦିଲ୍ଲୀ ଓ ମୁମ୍ବାଇ, ୨୦୧୮-୧୯ରେ ଅହମଦାବାଦ, ଜୟପୁର, ଲକ୍ଷ୍ନୌ, ଗୌହାଟୀ, ତ୍ରିଭେନ୍ଦ୍ରମ ଓ ମାଙ୍ଗାଲୋର୍‌ ବିମାନ ବନ୍ଦରକୁ ଏଏଆଇ ପକ୍ଷରୁ ପିପିପି ମୋଡରେ କାର୍ଯ୍ୟବାହୀ, ପରିଚାଳନା ଓ ବିକାଶ ପାଇଁ ଲିଜ୍‌ରେ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe