ହମାସ ସହ ହାତ ମିଳାଇଛି ଲେବାନନ: ଗୋଳାବର୍ଷା କରି ଜବାବ ଦେଲା ଇସ୍ରାଏଲ

Advertisment
ହମାସ ସହ ହାତ ମିଳାଇଛି ଲେବାନନ: ଗୋଳାବର୍ଷା କରି ଜବାବ ଦେଲା ଇସ୍ରାଏଲ

ଜେରୁଜେଲମ୍: ଲେବାନନର ଇସଲାମିକ୍ ଆତଙ୍କବାଦୀ ସଂଗଠନ ହେଜବୁଲ୍ଲା ବିବାଦୀୟ ଶେବା ଫାର୍ମରେ ଥିବା ଇସ୍ରାଏଲର ତିନୋଟି ସାମରିକ ଘାଟିକୁ ଟାର୍ଗେଟ କରିବା ପରେ ରବିବାର ଇସ୍ରାଏଲ ଦକ୍ଷିଣ ଲେବାନନ ଉପରକୁ ଅସଂଖ୍ୟ ଗୋଳା ବର୍ଷା କରିଛି। ଇସ୍ରାଏଲ ଉପରେ ହମାସ ଆତଙ୍କବାଦୀଙ୍କ ଅଚାନକ ଆକ୍ରମଣରେ ପ୍ରାୟ ୬୦୦ ଇସ୍ରାଏଲୀଙ୍କ ମୃତ୍ୟୁ ଘଟିଥିବା ବେଳେ ଇସ୍ରାଏଲର ପ୍ରତିଶୋଧମୂଳକ ଆକ୍ରମଣରେ ଅନ୍ୟୂନ ୬୦୦ ପାଲେଷ୍ଟିନୀୟ ନିହତ ହେବାର ଗୋଟିଏ ଦିନ ପରେ ଏହି ସୀମାପାର ଗୁଳିବିନିମୟ ଘଟିଛି।

ଇରାନ ସମର୍ଥିତ ଶକ୍ତିଶାଳୀ ସଶସ୍ତ୍ର ବାହିନୀ ହେଜବୁଲ୍ଲା କହିଛି ଯେ ପାଲେଷ୍ଟାଇନବାସୀଙ୍କ ପ୍ରତି ସମର୍ଥନ ଜଣାଇ ଏହା ଶେବା ଫାର୍ମର ତିନୋଟି ପୋଷ୍ଟ ଉପରେ ଗାଇଡେଡ୍ ରକେଟ୍ ଏବଂ ବୋମା ମାଡ଼ କରିଛି। ଇସ୍ରାଏଲ ୧୯୬୭ ମସିହାରୁ ୩୯ ବର୍ଗ କିଲୋମିଟର ପରିମିତ ଶେବା ଫାର୍ମକୁ ନିଜ ଅକ୍ତିଆରରେ ରଖିଛି। ଉଭୟ ସିରିଆ ଓ ଲେବାନନ୍ ଶେବା ଫାର୍ମକୁ ଲେବାନନର ବୋଲି ଦାବି କରୁଛନ୍ତି। ଦକ୍ଷିଣ ଲେବାନନରେ ଥିବା ଜାତିସଂଘ ଶାନ୍ତିରକ୍ଷା ମିସନ ଏ ବାବଦରେ ତୁରନ୍ତ କୌଣସି ପ୍ରତିକ୍ରିୟା ଦେଇନାହିଁ। ଦକ୍ଷିଣ ଲେବାନନକୁ ପ୍ରଭାବଶାଳୀ ଭାବେ ନିୟନ୍ତ୍ରଣ କରୁଥିବା ହେଜବୁଲ୍ଲା ଶନିବାର କହିଛି ଯେ ଏହା ପାଲେଷ୍ଟାଇନର ‘ପ୍ରତିରୋଧ’ ଗୋଷ୍ଠୀର ନେତାଙ୍କ ସହ ସିଧାସଳଖ ଯୋଗାଯୋଗରେ ରହିଛି। ଇସ୍ରାଏଲ ଉପରେ ପାଲେଷ୍ଟାଇନର ଆକ୍ରମଣକୁ ଇସ୍ରାଏଲର କ୍ରମାଗତ ଦଖଲର ନିର୍ଣ୍ଣାୟକ ଜବାବ ଭାବରେ ଦେଖୁଛି ବୋଲି ଏହି ସଙ୍ଗଠନ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe