ଲେବାନନ ପ୍ରଧାନମନ୍ତ୍ରୀଙ୍କୁ ଅପହରଣ!

Advertisment

ସାଉଦି ଆରବରୁ ଭିଡିଓରେ ନିଜ ଇସ୍ତଫା ପଠାଇଛନ୍ତି

ସାଉଦି ଆରବରୁ ଭିଡିଓରେ ନିଜ ଇସ୍ତଫା ପଠାଇଛନ୍ତି

ଲେବାନନ ପ୍ରଧାନମନ୍ତ୍ରୀଙ୍କୁ ଅପହରଣ!

ବିରୁଟ୍‌(ଲେବାନନ୍‌): ଗତ ୩ ତାରିଖରେ ଲେବାନନ୍‌ ପ୍ରଧାନମନ୍ତ୍ରୀ ସାଦ-ଅଲ୍‌-ହାରିରି ନିୟମିତ ଗସ୍ତ କ୍ରମରେ ତାଙ୍କ ରାଜନୈତିକ ପୃଷ୍ଠପୋଷକ ଦେଶ ସାଉଦି ଆରବ ଯାଇ ଆଉ ନିଜ ଦେଶକୁ ଫେରିନାହାନ୍ତି। ଅପରପକ୍ଷେ, ତାହା ପରଦିନ ସାଉଦୀ ରାଜଧାନୀ ରିୟାଦରୁ ସେ ଅପ୍ରତ୍ୟାଶିତ ଭାବେ ଏକ ଭିଡିଓ ବାର୍ତ୍ତାରେ ନିଜ ଇସ୍ତଫାପତ୍ର ପଠାଇ ଦେଇଛନ୍ତି। ଫଳରେ ଲେବାନନ ସମେତ ସମଗ୍ର ମଧ୍ୟ ପ୍ରାଚ୍ୟରେ ଏବେ ଏକରକମ ହଟଚମଟ ଦେଖାଯାଇଛି। ତାଙ୍କୁ ସାଉଦି ଆରବ କର୍ତ୍ତୃପକ୍ଷ ଅପହରଣ କରିନେଇ ମୁଣ୍ଡ ଜାମିନ ରଖିଛନ୍ତି ବୋଲି ସ୍ୱଦେଶରେ ହାରିରିଙ୍କ ମେଣ୍ଟ ସରକାରର ସହଯୋଗୀ ହେଜବୋଲ୍ଲା ଗୋଷ୍ଠୀ ଦାବି କରିଛି। ଏପରିକି ଲେବାନନ ଉପରେ ଆକ୍ରମଣ କରିବାକୁ ସାଉଦି ଆରବ ଇସ୍ରାଏଲକୁ ପ୍ରବର୍ତ୍ତାଉଛି ବୋଲି ଇରାନ ସମର୍ଥିତ ହେଜବୁଲ୍ଲା ନେତା ହାସନ ନସରାଲ୍ଲା ଅଭିଯୋଗ ଆଣିଛନ୍ତି। ଅପରପକ୍ଷେ, କୌଣସି ଅଜଣା ଆତତାୟୀ ଠାରୁ ହତ୍ୟା ଆଶଙ୍କାରେ ହାରିରିଙ୍କୁ ସୁରକ୍ଷା ଦିଆଯାଇଛି ବୋଲି ସାଉଦୀ କର୍ତ୍ତୃପକ୍ଷ ସଫେଇ ଦେଇଛନ୍ତି।

ତେବେ ଏହା ଦ୍ୱାରା ସାଉଦି ଆରବର ରକ୍ଷଣଶୀଳ ସୁନ୍ନି ମୁସ୍‌ଲିମ୍‌ ସମ୍ରାଟ ଏବଂ ଇରାନର ବିପ୍ଳବୀ ସିଆ ଗୋଷ୍ଠୀ ମଧ୍ୟରେ ଲଢ଼େଇ ତୀବ୍ର ହେଉଥିବା ଚର୍ଚ୍ଚା ହେଉଛି। ଇରାକ, ସିରିଆ ଏବଂ ୟେମେନରେ ବିଦ୍ରୋହୀମାନଙ୍କୁ ସମର୍ଥନ କରୁଥିବା ସାଉଦି ଆରବ ଏବେ ଲେବାନନ୍‌କୁ ଅସ୍ଥିର କରିବା ଉଦ୍ୟମ ଆରମ୍ଭ କରିଥିବା ଅନ୍ତର୍ଜାତୀୟ ସ୍ତରରେ ଆଲୋଚନା ହେଉଛି। କାରଣ ଏବେ ଲେବାନନ୍‌ର ଶାସକ ମେଣ୍ଟର ମୁଖ୍ୟ ସହଯୋଗୀ ଥିବା ଇରାନ ସମର୍ଥିତ ହେଜବୋଲ୍ଲା ଗୋଷ୍ଠୀକୁ ଦୁର୍ବଳ କରିବା ଲାଗି ସାଉଦି ଆରବ ବହୁ ଆଗରୁ ଉଦ୍ୟମ ଜାରି ରଖି ଆସିଛି। ସମ୍ପ୍ରତି ହାରିରିଙ୍କ ସ୍ୱଦେଶ ପ୍ରତ୍ୟାବର୍ତ୍ତନ ନେଇ ଅନିଶ୍ଚିତତା ଲାଗି ରହିଥିବା ବେଳେ ଏହା ଲେବାନନ୍‌ରେ ଆସ୍ଥିରତା ଆଣିବାକୁ ସାଉଦି ଆରବର ଚକ୍ରାନ୍ତ ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe