ସାଙ୍ଗମାନଙ୍କ ସହିତ ୱାଟରଫଲରେ ସ୍ନାନ ସମୟରେ ଯୁବକଙ୍କ ଅଜଣାତରେ ନାକରେ ପଶିଥିଲା ଜୋକ; ହେଲା ଏଭଳି ସମସ୍ୟା

Advertisment
ସାଙ୍ଗମାନଙ୍କ ସହିତ ୱାଟରଫଲରେ ସ୍ନାନ ସମୟରେ ଯୁବକଙ୍କ ଅଜଣାତରେ ନାକରେ ପଶିଥିଲା ଜୋକ; ହେଲା ଏଭଳି ସମସ୍ୟା

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ପ୍ରୟାଗରାଜରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ୱାଟରଫଲରେ ସ୍ନାନ କରୁଥିବା ସମୟରେ ଜଣେ ଯୁବକଙ୍କ ନାକରେ ଜୋକ ପଶି ଯାଇଥିଲା। ଉକ୍ତ ଜୋକକୁ ବାହାର କରିବା ପାଇଁ ଡାକ୍ତରଙ୍କୁ ଉକ୍ତ ଯୁବକଙ୍କ ନାକର ଅସ୍ତ୍ରୋପଚାର କରିବାକୁ ପଡ଼ିଥିଲା।

ସୂଚନାଯୋଗ୍ୟ, ପ୍ରୟାଗରାଜ‌ରେ ବସବାସ କରୁଥିବା ସିଶିଲ ସବାର ସାଙ୍ଗମାନଙ୍କ ସହ ଉତ୍ତରାଖଣ୍ଡର ୱାର୍ଟର ପାର୍କକୁ ବୁଲିବାକୁ ଯାଇଥିଲେ। ସେଠାରେ ସ୍ନାନ କରୁଥିବା ବେ‌ଳେ ତାଙ୍କ ଅଜଣାତରେ ନାକରେ ଏକ ଜୋକ ପଶି ଯାଇଥିଲା।

ଘରକୁ ଆସିବା ପରେ ତାଙ୍କ ନାକରେ କିଛି ଗୋଟେ ଥିବାର ସିଶିଲ ଅନୁଭବ କରିବା ସହିତ ରକ୍ତ ବି ବାହାରୁଥିବା ସେ ଦେଖିବାକୁ ପାଇଥିଲେ। ସେ ଭାବିଥିଲେ ନାକ ଭିତରେ ବୋଧେ ହୁଏ କୌଣସି ଖଣ୍ଡିଆ ହୋଇଯାଇଥିବାରୁ ଏପରି ସମସ୍ୟା ହେଉଛି। ତେଣୁ ହେଳାରେ ରହି ଯାଇଥିଲେ।

୧୪ଦିନ ବିତିଯାଇଥିଲେ ସୁଦ୍ଧା ତାଙ୍କ ନାକରୁ  ରକ୍ତ ବାହାରିବା ବନ୍ଦ ନହେବାରୁ ସେ ଡାକ୍ତରଙ୍କ ପାଖକୁ ଯାଇଥିଲେ। ଡାକ୍ତର ତାଙ୍କ ନାକର ଏକ୍ସରେ କରି ଭିତରେ ଏକ ଜୋକା ଥିବା କହିଥିଲେ। ସେ ନାକ ଭିତରେ ପଶି ରକ୍ତ ଶୋଷୁଛି। ଯେଉଁ କାରଣରୁ ନାକରୁ ରକ୍ତ ବାହାରୁଛି। ଜୋକକୁ ବାହାର କରିବାକୁ ହେଲେ ତୁରନ୍ତ ଅସ୍ତ୍ରୋପଚାର ଆବଶ୍ୟକ ବୋଲି ଇଏନଟି ବିଭାଗର ଡାକ୍ତର ସୁଭାଷ ଚନ୍ଦ୍ର ବର୍ମା କହିଥିଲେ। ଏହାପରେ ସେ ସିଶିଲ ସବାରଙ୍କ ଅସ୍ତ୍ରୋପଚାର କରି ନାକରୁ ଜୋକକୁ ବାହାର କରିଥିଲେ। ଚିକିତ୍ସା ପରେ ସିଶିଲ ସବାର ସୁସ୍ଥ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe