ମୁଦ୍ରାସ୍ଫୀତି ଏବଂ ବେରୋଜଗାରୀ ବିରୋଧରେ ବାମପନ୍ଥୀ ଦଳଗୁଡିକ ମେ ୨୫ରୁ ୩୧ ପର୍ଯ୍ୟନ୍ତ କରିବେ ଦେଶବ୍ୟାପୀ ବିରୋଧ

Advertisment
ମୁଦ୍ରାସ୍ଫୀତି ଏବଂ ବେରୋଜଗାରୀ ବିରୋଧରେ ବାମପନ୍ଥୀ ଦଳଗୁଡିକ ମେ ୨୫ରୁ ୩୧ ପର୍ଯ୍ୟନ୍ତ କରିବେ ଦେଶବ୍ୟାପୀ ବିରୋଧ

Image Courtesy: News Live

ନୂଆଦିଲ୍ଲୀ: ବାମପନ୍ଥୀ ଦଳଗୁଡ଼ିକ ମୁଦ୍ରାସ୍ଫୀତି ଏବଂ ବେରୋଜଗାରୀ ବିରୋଧରେ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ କରିବାକୁ ଆହ୍ଵାନ ଦେଇିଛନ୍ତି। ପ୍ରସ୍ତାବିତ ଦେଶବ୍ୟାପି ବିରୋଧ ମେ ୨୫ ରୁ ଆରମ୍ଭ ହୋଇ ମେ ୩୧ ପର୍ଯ୍ୟନ୍ତ ଚାଲିବ।

ଏହି ପରିପ୍ରେକ୍ଷୀରେ ବାମଦଳଗୁଡ଼ିକ ପକ୍ଷରୁ କେନ୍ଦ୍ର ସମ୍ମୁଖରେ ଏକାଧିକ ଦାବି ସମ୍ବଳିତ ଏକ ଦାବି ପତ୍ର ମଧ୍ୟ ଉପସ୍ଥାପିତ କରାଯାଇଛି। ଆଗତ ଦାବି ପତ୍ରରେ କେନ୍ଦ୍ର ସରକାର ପେଟ୍ରୋଲିୟମ ଉତ୍ପାଦ ଉପରେ ସରଚାର୍ଜ/ସେସ୍‌ ଫେରାଇ ନେବା, ସାର୍ବଜନୀନ ବିତରଣ ପ୍ରଣାଳୀ (ପିଡିଏସ୍‌) ମାଧ୍ୟମରେ ଗହମ ଯୋଗାଣର ପୁନରୁଦ୍ଧାର, ଡାଲି ଏବଂ ଖାଇବା ତେଲ ସମେତ ଅତ୍ୟାବଶ୍ୟକ ସାମଗ୍ରୀ ବଣ୍ଟନ ଦ୍ୱାରା ପିଡିଏସ୍‌କୁ ମଜବୁତ କରିବା ଆଦି ଦାବି ଅନ୍ତର୍ଭୁକ୍ତ ରହିଛି।

ସେହିପରି ସମସ୍ତ ପ୍ରକାରର ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ମୂଲ୍ୟ ବୃଦ୍ଧି ଲୋକଙ୍କ ଉପରେ ଅଭୂତପୂର୍ବ ବୋଝ ଲଦି ଦେଇଛି। ଦେଶର କୋଟି କୋଟି ଜନତା ଏହି ଦରବୃଦ୍ଧି କାରଣରୁ ଅକଥନୀୟ ଯନ୍ତ୍ରଣା ଭୋଗ କରୁଛନ୍ତି ଏବଂ ଭୋକ ଯନ୍ତ୍ରଣା ସହିତ ଦାରିଦ୍ର୍ୟ ମଧ୍ୟକୁ ଠେଲି ହୋଇଯାଉଛନ୍ତି। ବେରୋଜଗାରୀ ସମସ୍ତ ସ୍ତର ଅତିକ୍ରମ କରି ଲୋକଙ୍କ ଦୁଃଖକୁ ଆହୁରି ଜଟିଳ କରୁଛି ବୋଲି ବାମପନ୍ଥୀ ଦଳଗୁଡ଼ିକ ପକ୍ଷରୁ ଜାରି ଏକ ମିଳିତ ବିବୃତ୍ତିରେ କୁହାଯାଇଛି।
ଗତ ବର୍ଷକ ମଧ୍ୟରେ ପେଟ୍ରୋଲିୟମ ଉତ୍ପାଦର ମୂଲ୍ୟ ୭୦ ପ୍ରତିଶତ, ପନିପରିବା ୨୦ ପ୍ରତିଶତ, ରନ୍ଧନ ତେଲ ୨୩ ପ୍ରତିଶତ ଏବଂ ଖାଦ୍ୟଶସ୍ୟ ୮ ପ୍ରତିଶତ ବୃଦ୍ଧି ପାଇଛି। କୋଟି କୋଟି ଭାରତୀୟଙ୍କ ମୁଖ୍ୟ ଖାଦ୍ୟ ଗହମରେ ୧୪ ପ୍ରତିଶତରୁ ଅଧିକ ମୂଲ୍ୟ ବୃଦ୍ଧି ଘଟିଛି, ଯାହା ଦେଶର ସାଧାରଣ ଜନତାଙ୍କ ପାଇଁ ଅସହ୍ୟ ହୋଇଛି ଏବଂ ଗହମ କ୍ରୟ ହ୍ରାସ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe