ପନ୍ନୁ ମାମଲା : କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ କଲା ଉଚ୍ଚସ୍ତରୀୟ କମିଟି

ଖଲିସ୍ତାନୀ ଆତଙ୍କବାଦୀ ଗୁରପତୱନ୍ତ ସିଂ ପନ୍ନୁଙ୍କୁ ହତ୍ୟା ଷଡ଼ଯନ୍ତ୍ର କରିଥିବା ଅଭିଯୋଗରେ ଜଣେ ଭାରତୀୟ ଏଜେଣ୍ଟଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ। କେନ୍ଦ୍ର ସରକାରଙ୍କ ଦ୍ୱାରା ଗଠିତ ଉଚ୍ଚସ୍ତରୀୟ କମିଟି ଏହି ସୁପାରିସ କରିଛି।

ସାଧାରଣତନ୍ତ୍ର ଦିବସରରେ ମୋଦୀ ଓ ମାନ୍‌ଙ୍କୁ ହତ୍ୟା ଧମକ ଦେଲା ପନ୍ନୁ

ନୂଆଦିଲ୍ଲୀ : ଖଲିସ୍ତାନୀ ଆତଙ୍କବାଦୀ ଗୁରପତୱନ୍ତ ସିଂ ପନ୍ନୁଙ୍କୁ ହତ୍ୟା ଷଡ଼ଯନ୍ତ୍ର କରିଥିବା ଅଭିଯୋଗରେ ଜଣେ ଭାରତୀୟ ଏଜେଣ୍ଟଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ। କେନ୍ଦ୍ର ସରକାରଙ୍କ ଦ୍ୱାରା ଗଠିତ ଉଚ୍ଚସ୍ତରୀୟ କମିଟି ଏହି ସୁପାରିସ କରିଛି। ନ୍ୟୁୟର୍କରେ ଏହି ଏଜେଣ୍ଟଙ୍କ ବିରୋଧରେ ଅଭିଯୋଗ ରହିଛି।

ଦୀର୍ଘ ଦିନର ତଦନ୍ତ ପରେ କମିଟି ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଛି ବୋଲି ଗୃହ ମନ୍ତ୍ରଣାଳୟ କହିଛି। ଏଥିରେ ଭାରତୀୟ ଏଜେଣ୍ଟଙ୍କ ବିରୋଧରେ ଆଇନଗତ ପ୍ରକ୍ରିୟା ଶୀଘ୍ର ଶେଷ କରିବାକୁ ସୁପାରିସ କରାଯାଇଛି। ଏଜେଣ୍ଟଙ୍କ ନାମ ପ୍ରକାଶ କରାଯାଇ ନାହିଁ। କିନ୍ତୁ ୨୦୨୩ରେ ଦିଲ୍ଲୀ ପୁଲିସ ଦ୍ୱାରା ଗିରଫ ହୋଇଥିବା ଏଜେଣ୍ଟ ବିକାଶ ଯାଦବଙ୍କ ସହ ଏହାର ସମ୍ପର୍କ ରହିଛି।

୨୦୨୪ ମସିହା ଅକ୍ଟୋବର ୧୮ ତାରିଖରେ ଆମେରିକା ଭାରତୀୟ ଏଜେଣ୍ଟଙ୍କ ବିରୋଧରେ ଖଲିସ୍ତାନୀ ଗୁରପତୱନ୍ତ ସିଂହ ପନ୍ନୁଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରିଥିବା ଅଭିଯୋଗ ଆଣିଥିଲା। ଆମେରିକାର ଅଦାଲତ ଦୁଇ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି । ଏଥିରେ ନିଖିଲ ଗୁପ୍ତା ଏବଂ ସିସି୧ ନାମକ ଜଣେ ବ୍ୟକ୍ତି ସାମିଲ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe