କାହିଁକି କାବୋଟଙ୍କୁ ବହିଷ୍କୃତ କରାଯାଇନାହିଁ ବୋଲି ଆଲୋକପାତ କଲେ ଆଇନଗତ ବିଶେଷଜ୍ଞ

ପତ୍ନୀଙ୍କୁ ଘରେ ଛାଡ଼ି ପ୍ରେମିକା ସହ କନସର୍ଟ ଯାଇଥିଲେ ଆଷ୍ଟ୍ରୋନୋମର ସିଇଓ। ଧରାଇ ପକାଇଦେଲା ଷ୍ଟାଡିୟମରେ ଲାଗିଥିବା କ୍ୟାମେରା। ବୋଷ୍ଟନରେ ଘଟିଛି ଏହି ଘଟଣା। ଆଷ୍ଟ୍ରୋନୋମର ସିଇଓ ଆଣ୍ଡି ବାଇରନ୍ ଏବଂ କମ୍ପାନିର ଏଚ୍ଆର୍ ମୁଖ୍ୟ କ୍ରିଷ୍ଟିନ୍ କାବୋଟଙ୍କ ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି। 

New Project (35)

ନୂଆଦିଲ୍ଲୀ: ପତ୍ନୀଙ୍କୁ ଘରେ ଛାଡ଼ି ପ୍ରେମିକା ସହ କନସର୍ଟ ଯାଇଥିଲେ ଆଷ୍ଟ୍ରୋନୋମର ସିଇଓ। ଧରାଇ ପକାଇଦେଲା ଷ୍ଟାଡିୟମରେ ଲାଗିଥିବା କ୍ୟାମେରା। ବୋଷ୍ଟନରେ ଘଟିଛି ଏହି ଘଟଣା। କୋଲ୍ଡପ୍ଲେ କନସର୍ଟ ସମୟରେ ଆଷ୍ଟ୍ରୋନୋମର ସିଇଓ ଆଣ୍ଡି ବାଇରନ୍ ଏବଂ କମ୍ପାନିର ଏଚ୍ଆର୍ ମୁଖ୍ୟ କ୍ରିଷ୍ଟିନ୍ କାବୋଟଙ୍କ ଏକ ଭିଡିଓ କ୍ଲିପ୍ ଏବେ ଖୁବ ଭାଇରାଲ ହେବାରେ ଲାଗିଛି। 

ଏହି ଭିିଡିଓ ଭାଇରାଲ୍‌ ହେବା ପରେ ‌ଏବେ ଆଷ୍ଟ୍ରୋନୋମର ସିଇଓ ଆଣ୍ଡି ବାଇରନଙ୍କୁ ଛୁଟି‌ରେ ପଠାଯାଇଛି। ଏହି ସମୟରେ ସହ-ପ୍ରତିଷ୍ଠାତା ଏବଂ ମୁଖ୍ୟ ଉତ୍ପାଦ ଅଧିକାରୀ ପିଟ୍ ଡିଜୋୟଙ୍କୁ ଅନ୍ତରୀଣ ସିଇଓ ଭାବେ ନିଯୁକ୍ତି ଦିଆଯାଇଛି। ମାତ୍ର ଏପର୍ଯ୍ୟନ୍ତ ଏଚ୍ଆର୍ ମୁଖ୍ୟଙ୍କୁ କାହିଁକି ବହିଷ୍କୃତ କରାଯାଇ ନାହିଁ ବୋଲି ବିଭିନ୍ନ ମହଲରେ ଦାବି ହୋଇଛି। ଏହି ଦାବିକୁ ନେଇ ଏବେ ସୂଚନା ଦେଇଛନ୍ତି ଆଇନଗତ ବିଶେଷଜ୍ଞମାନେ। ‌ସେମାନେ ଆଲୋକପାତ କରିଛନ୍ତି ଯେ କ୍ରିଷ୍ଟିନ୍ କାବୋଟଙ୍କୁ ଯଦିଓ ଛୁଟିରେ ପଠାଯାଇଛି, ତେବେ ତାଙ୍କୁ ବହିଷ୍କାର ନକରିବା ପାଇଁ କମ୍ପାନିର ନିଷ୍ପତ୍ତି ପଛରେ ଦାୟିତ୍ବ ଚିନ୍ତା ରହିଥାଇପାରେ। ଓକିଲମାନେ ଆହୁରି ବି କହିଛନ୍ତି ଯେ ବହିଷ୍କାର କରିବା ପାଇଁ କମ୍ପାନିର କିଛି ନୀତି ରହିଛି। କେବଳ ନକାରାତ୍ମକ ହେଡ୍‌ଲାଇନ୍‌ ପଢ଼ି କମ୍ପାନି କାହାକୁ ଚାକିିରିରୁ ବହିଷ୍କାର କରିପାରିବ ନାହିଁ। ଏହାସହିତ ଚୁକ୍ତିନାମା, ଆଭ୍ୟନ୍ତରୀଣ ତଦନ୍ତ ଏବଂ ଆଇନଗତ ସମସ୍ୟା ଆଦି ବିଭିନ୍ନ କଥା ଯୋଡ଼ି ହୋଇ ଅଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe