ଆଇନଗତ ଜଟିଳତା କାରଣରୁ ବିଜୟ ମାଲ୍ୟା ପ୍ରତ୍ୟର୍ପଣରେ ଘଟୁଛି ବିଳମ୍ବ: ସୁପ୍ରିମ୍‌ କୋର୍ଟଙ୍କୁ କହିଲେ କେନ୍ଦ୍ର ସରକାର

Advertisment
ଆଇନଗତ ଜଟିଳତା କାରଣରୁ ବିଜୟ ମାଲ୍ୟା ପ୍ରତ୍ୟର୍ପଣରେ ଘଟୁଛି ବିଳମ୍ବ: ସୁପ୍ରିମ୍‌ କୋର୍ଟଙ୍କୁ କହିଲେ କେନ୍ଦ୍ର ସରକାର

News Nation

ନୂଆଦିଲ୍ଲୀ: ଆଇନଗତ ଜଟିଳତା- ଗୋପନୀୟତା କାରଣରୁ ଯାହାର ସବିଶେଷ ତଥ୍ୟ ସାଧାରଣରେ ବାଣ୍ଟିହେବ ନାହିଁ- କାରଣରୁ ପଳାତକ ବ୍ୟବସାୟ ବିଜୟ ମାଲ୍ୟାଙ୍କୁ ବ୍ରିଟେନରୁ ଭାରତକୁ ଆଣିବାରେ ବିଳମ୍ବ ହେଉଛି ବୋଲି ଆଜି କେନ୍ଦ୍ର ସରକାର ସୁପ୍ରିମ୍‌ କୋର୍ଟଙ୍କୁ କହିଛନ୍ତି।

‘୯୦୦୦ କୋଟିର ବ୍ୟାଙ୍କ ଋଣ ହଡ଼ପ କରି ପଳାତକ ସାଜିଥିବା ବିଜୟ ମାଲ୍ୟାଙ୍କ ପ୍ରତ୍ୟର୍ପଣ ପାଇଁ ଆମେ ଯଥାସମ୍ଭବ ଚେଷ୍ଟା କରୁଛୁ। କିନ୍ତୁ ବ୍ରିଟେନର ଆଇନଗତ ଜଟିଳତା ଏଥିରେ ଅନ୍ତରାୟ ସାଜିବା ସହ ପ୍ରତ୍ୟର୍ପଣରେ ବିଳମ୍ବ ଘଟୁଛି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ସୁପ୍ରିମ୍‌ କୋର୍ଟଙ୍କୁ ଲିଖିତ ଭାବେ ଜଣାଇ ଦିଆଯାଇଛି।

ବ୍ରିଟେନ ସରକାରଙ୍କ ପକ୍ଷରୁ ବୈଦେଶିକ ବ୍ୟାପାର ମନ୍ତ୍ରାଳୟକୁ ସୂଚନା ଦିଆଯାଇଛି, ‘ମାଲ୍ୟାଙ୍କୁ ପ୍ରତ୍ୟର୍ପଣ କରାଯିବା ପୂର୍ବରୁ ଏହାର ସମାଧାନ ଆବଶ୍ୟକ। ବ୍ରିଟେନର ନିୟମ ଅନୁଯାୟୀ ଏହାର ସମାଧାନ ନହେବା ପର୍ଯ୍ୟନ୍ତ ପ୍ରତ୍ୟର୍ପଣ ହୋଇପାରିବ ନାହିଁ’ ବୋଲି ମନ୍ତ୍ରାଳୟର ଲିଖିତ ଉତ୍ତରରେ ଦର୍ଶାଯାଇଛି। ସୁପ୍ରିମ୍‌ କୋର୍ଟଙ୍କୁ ପ୍ରଦାନ କରାଯାଇଥିବା ଏହି ଲିଖିତ ଉତ୍ତରରେ ବ୍ରିଟେନ ସରକାରଙ୍କ ଉଦ୍ଦେଶ୍ୟରେ କୁହାଯାଇଛି: ଯେହେତୁ ଏହା (ଆଇନଗତ ପ୍ରସଙ୍ଗ) ନ୍ୟାୟିକ, ଏହି ପ୍ରସଙ୍ଗଟି ଗୋପନୀୟ ଅଟେ। ବ୍ରିଟେନର ପ୍ରଚଳିତ ଆଇନ୍‌ ଓ ନିୟମ ଅନୁଯାୟୀ ତାଙ୍କ ସରକାର ଏ ମାମଲାରେ ଆଉ ଅଧିକ ବିବରଣୀ ପ୍ରଦାନ କରିପାରିବେ ନାହିଁ। ଏହି ସମସ୍ୟାର ସମାଧାନ ପାଇଁ କେତେ ସମୟ ଲାଗିବ ତାହା ମଧ୍ୟ ଆମେ ଆକଳନ କରିପାରିବୁ ନାହିଁ। ବ୍ରିଟେନ ସରକାର କହିଛନ୍ତି, ‘ଭାରତ ସରକାରଙ୍କ ପାଇଁ ଏହି ମାମଲାର ଗୁରୁତ୍ୱକୁ ଆମେ ସମ୍ପୂର୍ଣ୍ଣ ରୂପେ ବୁଝୁଛୁ। ସରକାର ଯଥାଶୀଘ୍ର ଏହି ସମସ୍ୟାର ମୁକାବିଲା କରିବାକୁ ଚେଷ୍ଟା କରୁଛନ୍ତି’।

କେନ୍ଦ୍ର ସରକାରଙ୍କ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଏ ପ୍ରକାରର ଲିଖିତ ଉତ୍ତର ପାଇବା ପରେ ଏହି ମାମଲାର ଶୁଣାଣି କରୁଥିବା ସୁପ୍ରିମ୍‌ କୋର୍ଟର ବିଚାରପତି ଜଷ୍ଟିସ୍‌ ୟୁୟୁ ଲଲିତ ଓ ଜଷ୍ଟିସ୍‌ ଅଶୋକ ଭୂଷଣଙ୍କୁ ନେଇ ଗଠିତ ଖଣ୍ଡପୀଠ ପରବର୍ତ୍ତୀ ଶୁଣାଣିକୁ ଆସନ୍ତା ମାର୍ଚ୍ଚ ୧୫ ତାରିଖକୁ ଧାର୍ଯ୍ୟ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe