ବାପା-ମା’ଙ୍କ ସାମ୍ନାରୁ ୨ବର୍ଷର ଶିଶୁ କନ୍ୟାକୁ ଟେକି ନେଲା ଚିତାବାଘ

Advertisment
ବାପା-ମା’ଙ୍କ ସାମ୍ନାରୁ ୨ବର୍ଷର ଶିଶୁ କନ୍ୟାକୁ ଟେକି ନେଲା ଚିତାବାଘ

ଧାର: ମଧ୍ୟପ୍ରଦେଶର ଧାରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ଚିତାବାଘ ବାପା-ମା’ଙ୍କ ଆଖି ସାମ୍ନାରୁ ୨ବର୍ଷର ଶିଶକୁ ଦାନ୍ତରେ କାମୁଡ଼ି ଉଠାଇ ନେଇଥିଲା। ପରିବାର ଲୋକେ ଭୟରେ ଚିତ୍କାର କରି ଚାଲିଥିଲେ। ଶିଶୁକୁ ବଞ୍ଚାଇବା ପାଇଁ ବହୁତ ଚେଷ୍ଟା କରିବା ସହିତ ବାଘ ଉପରକୁ ପଥରମାଡ଼ ବି କରିଥିଲେ। କିଛି ସମୟ ପରେ ଚିତାବାଘ ଶିଶକୁ ଏକ ଖାଲ ପାଖରେ ଛାଡି ପଳାଇଥିଲା। ପରିବାର ଲୋକେ ଶିଶୁଟିକୁ ଉଦ୍ଧାର କରି ସଙ୍ଗେସଙ୍ଗେ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଡାକ୍ତର ତିନିଘଣ୍ଟା ଧରି ଚିକିତ୍ସା କରିବା ସତ୍ତ୍ବେ ଶିଶୁଟିର ମୃତ୍ୟୁ ହୋଇଯାଇଥିଲା।

ଏହି ଏକ ଲୋମଟାଙ୍କୁରା ଘଟଣା ଧାର ଜିଲ୍ଲାର ଅମଜେରା ଅଞ୍ଚଳରେ ଘଟିଛି। ମଙ୍ଗଳବାର ଦିନ କଡଦା ଗାଁର ବାସିନ୍ଦା ପ୍ରଭୂ ଇମଲିୟାର ତାଙ୍କ ପରିବାର ସହିତ ଚାଷ ଜମିରେ ସୋୟାବିନ ଫସଲ ଅମଳ କରିବାକୁ ଯାଇଥିଲେ। ସେ ନିଜର ତିନି ପିଲାଙ୍କୁ କାମ କରୁଥିବା ସ୍ଥାନରେ ଶୋଇ ଦେଇଥିଲେ। ଆଉ କାମ କରିବା ଆରମ୍ଭ କରିଥିଲେ।

ସନ୍ଧ୍ୟାରେ ଘରକୁ ଫେରୁଥିବା ବେଳେ ବାପ-ମା’ଙ୍କ ପାଖରୁ ଦୁଇବର୍ଷର ଝିଅକୁ ଚିତା‌ ବାଘ ଟେକି ନେଇଥିଲା। ଆଉ ଏକ ଖାଲ ପାଖରେ ପକାଇ ଜଙ୍ଗଲକୁ ଦୌଡ଼ି ଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe