ବାଇକ୍‌ରେ ଯାଉଥିବା ଦମ୍ପତିଙ୍କୁ ଆକ୍ରମଣ କରି କୋଳଛୁଆକୁ ଝାମ୍ପି ନେଲା କଲରାପତ୍ରିଆ ବାଘ

Advertisment
ବାଇକ୍‌ରେ ଯାଉଥିବା ଦମ୍ପତିଙ୍କୁ ଆକ୍ରମଣ କରି କୋଳଛୁଆକୁ ଝାମ୍ପି ନେଲା କଲରାପତ୍ରିଆ ବାଘ

ନୂଆଦିଲ୍ଲୀ: ବଡ଼ୋଦରା ଠାରୁ ୧୦୦ କିଲୋମିଟର ଦୂର ଗୁଜରାଟର ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ଛୋଟା ଉଦୟପୁର ଜିଲ୍ଲାରେ ଶନିବାର ଦିନ ଏକ ଦମ୍ପତି କଲରାପତ୍ରିଆ ବାଘ ହାବୁଡ଼ରେ ପଡ଼ିଥିଲେ।

ବିକ୍ରମ ରାଠଓ୍ଵା ଏବଂ ତାଙ୍କ ପତ୍ନୀ ସପ୍‌ନା ଏକ ମୋଟର୍‌ସାଇକେଲ୍‌ରେ ଯାଉଥିବା ବେଳେ କଲରାପତ୍ରିଆ ବାଘଟି ଆକ୍ରମଣ କରି ସପ୍‌ନାଙ୍କୁ ଖଣ୍ଡିଆଖାବରା କରି ପକାଇଥିଲା। ସପ୍‌ନାଙ୍କ କୋଳରେ ଥିବା ୪ ମାସର ପୁଅଟିକୁ ମଧ୍ୟ ସେ କଲରାପତ୍ରିଆ ଅଳ୍ପ କିଛି ସମୟ ପାଇଁ ଝାମ୍ପି ନେଇଥିଲା।

ଛୋଟାଉଦେପୁରର ଜେତପୁର ତହସିଲ୍‌ ଅନ୍ତର୍ଗତ ରାୟପୁର ଗାଁ’ ନିକଟରେ ମୋଟରସାଇକେଲ୍‌ ଯାଉଥିବା ଦମ୍ପତିଙ୍କୁ କଲରାପତ୍ରିଆ ବାଘ ଆକ୍ରମଣ କରିଥିଲା ବୋଲି ଜଣେ ଅଧିକାରୀ ସ୍ପଷ୍ଟ କରିଛନ୍ତି।

ଶନିବାର ଗୋଧୂଳି ସମୟରେ ନିଟବର୍ତ୍ତୀ ବିଲରୁ କଲରାପତ୍ରିଆଟି ଉଭା ହୋଇ ଆମକୁ ଆକ୍ରମଣ କଲା। ସପ୍‌ନାର ଆଣ୍ଠୁକୁ କ୍ଷତାକ୍ତ କରି ଆମ ପୁଅ ଆୟୁଷକୁ ଝାମ୍ପି ନେଇଥିଲା ବୋଲି ରାଠଓ୍ଵା କହିଛନ୍ତି।

ଆମେ ସହାୟତା ପାଇଁ ଚିତ୍କାର କରିବାରୁ ଗାଁ ଲୋକେ ଧାଇଁ ଆସି କଲରାପତ୍ରିଆଟିକୁ ଘଉଡ଼ାଇ ଦେଇ ତା’ କବଳରୁ ଆମ ପୁଅକୁ ରକ୍ଷା କଲେ।
ତିନି ଜଣଙ୍କୁ ବଡ଼ୋଦରାସ୍ଥିତ ସରକାରୀ ଡାକ୍ତରଖାନା ଶ୍ରୀ ସୟାଜୀରାଓ ଜେନେରାଲ୍‌ ହସ୍‌ପିଟାଲ୍‌କୁ ନିଆଯାଇଥିଲା। ଛୁଆଟିର ପିଠି ଓ ଗୋଡ଼ରେ ଆଘାତ ଲାଗିଛି ବୋଲି ଡାକ୍ତରମାନେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe