ମାତା ବୈଷ୍ଣୋଦେବୀଙ୍କ ମନ୍ଦିରର ଶିଢ଼ି ଚଢ଼ିଚଢ଼ି ଯାଉଛି ବାଘ: ଭିଡିଓ ଭାଇରାଲ

ଭାଇରାଲ ଭଡିଓରେ ରାତି‌ରେ ମାତା ବୈଷ୍ଣୋଦେବୀଙ୍କ ମନ୍ଦିରର ଶିଢ଼ି ‌ଦେଇ ଏକ ବାଘ ଚଢ଼ୁଥିବା ଦେଖିବାକୁ ମିଳୁଛି। ଏ ଦୃଶ୍ୟ ଦେଖି ଭକ୍ତ ପ୍ରତିକ୍ରିୟା ଦେଇ କହିଛନ୍ତି,‘ମା’ ଏହି ବାଘ ପିଠିରେ ବସି ମନ୍ଦିରକୁ ପ୍ରବେଶ କରିଥିବା ଭଳି ଲାଗୁଛି।’

ଅଦ୍ୟତନ ହୋଇଛି
c8070d7b-0f8d-4d08-8e93-035d7d92be45

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରେ ଥିବା ମାତା ବୈଷ୍ଣୋଦେବୀଙ୍କ ଦର୍ଶନ ପାଇଁ ପ୍ରତିବର୍ଷ ଦେଶବିଦେଶରୁ ଲକ୍ଷଲକ୍ଷ ଭକ୍ତ ଆସି ପହଞ୍ଚି ଥାଆନ୍ତି। ଏହି କାରଣରୁ ଏହି ରାସ୍ତା ଦେଇ ଆସୁଥିବା ବସ, ଟ୍ରେନ‌ରେ ସବୁବେଳେ ଯାତ୍ରୀଙ୍କ ଭିଡ଼ ଲାଗି ରହିଥାଏ। ଏମିତି କିଛି ଭକ୍ତ ଅଛନ୍ତି ଯେଉଁମାନେ ପ୍ରତିବର୍ଷ  ମାତା ବୈଷ୍ଣୋଦେବୀଙ୍କ ଦର୍ଶନ ପାଇଁ ଯାଇଥାଆନ୍ତି। ସମୟସମୟରେ ମାତା ବୈଷ୍ଣୋଦେବୀଙ୍କର ଅନେକ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ ହୋଇଥାଏ। 

ନିକଟରେ ଏକ ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଏହି ଭିଡିଓରେ ଦେଖିବାକୁ ମିଳୁଛି ରାତି‌ରେ ମାତା ବୈଷ୍ଣୋଦେବୀଙ୍କ ମନ୍ଦିରର ଶିଢ଼ି ‌ଦେଇ ଏକ ବାଘ ଚଢ଼ୁଛି। ଏହି ସମୟରେ ଶିଢ଼ି ପାର୍ଶ୍ବ‌ରେ ଅନେକ ଭକ୍ତ ଛିଡ଼ା ହୋଇଥିବା ଭିଡିଓରେ ଦେଖିବାକୁ ମିଳୁଛି। 

ଏହି ବାଘକୁ ଦେଖି କିଛିଲୋକ ତାକୁ ଘଉଡାଇବାକୁ ଚେଷ୍ଟା କରୁଥିବା ବେଳେ ଅନ୍ୟମାନେ ଏହି ଘଟଣାର ଭିଡିଓ ରେକର୍ଡ କରିଥିଲେ। ଆଶ୍ଚର୍ଯ୍ୟର କଥା ହେଉଛି ମନ୍ଦିର ପରିସରରେ ଲୋକଙ୍କ ଭିଡ଼ ଲାଗି ରହିଥିବା ସତ୍ତ୍ବେ ବାଘଟି କାହାକୁ କିଛି କ୍ଷତି ପହଞ୍ଚାଇ ନଥିଲା। ଆପଣାଛାଏଁ ନିଜ ବାଟରେ ଚାଲି ଯାଇଥିଲା। 

 ମା’ଙ୍କ ମନ୍ଦିର ପରିସରରେ ବାଘକୁ ଦେଖିବା ପରେ ଭକ୍ତମାନେ ପ୍ରତିକ୍ରିୟା ଦେଇ ଲେଖିଛନ୍ତି, ‘ମା’ ଯେମିତି ଉକ୍ତ ବାଘ ପିଠିରେ ବସି ମନ୍ଦିରକୁ ଆସିବା ଭଳି ଲାଗୁଛି।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe