୯ ଘଣ୍ଟା ପରେ କାବୁ ହେଲା ଘରେ ପଶିଥିବା କଲରାପତ୍ରିଆ ବାଘ

Advertisment
୯ ଘଣ୍ଟା ପରେ କାବୁ ହେଲା ଘରେ ପଶିଥିବା କଲରାପତ୍ରିଆ ବାଘ

ବେଙ୍ଗାଲୁରୁ: ଶନିବାର ଦିନ ଟୁମୁକୁରୁ ଆବାସିକ ଅଞ୍ଚଳକୁ ପଶି ଆସିଥିବା ଗୋଟାଏ କଲରାପତ୍ରିଆ ବାଘ ଜଣକ ଘରେ ପଶିଯାଇଥିଲା। ତାକୁ କାବୁ କରାଯିବା ପୂର୍ବରୁ ସେ ଘରେ ଥିବା ଦୁଇ ଜଣ ମହିଳା, ବନ ଓ ପୁଲିସ ଅଧିକାରୀ ଏବଂ ପଡ଼ୋଶୀମାନେ ଅତି ଭୟାତୁର ହୋଇପଡ଼ିଲେ।

ହିଂସ୍ର ଜନ୍ତୁ ହାବୁଡ଼ରୁ ତ୍ରାହି ପାଇବାକୁ ସେ ଦୁଇ ମହିଳା ବାଥ୍‌ରୁମ୍‌ରେ ପଶି ଭିତର ପଟୁ କବାଟ କିଳି ଦେଇଥିଲେ। ଦୀର୍ଘ ୯ ଘଣ୍ଟା କାଳ ଅଭିଯାନ ଚଳାଇ କଲାରାପତ୍ରିଆଟିକୁ ନିଶ୍ଚେତକ ଦିଆଯିବା ପରେ ଯାଇ ସେ ଦୁହିଁଙ୍କୁ ଉଦ୍ଧାର କରିଥିଲେ ବନ ବିଭାଗର ଅଧିକାରୀମାନେ।

ନିକଟବର୍ତ୍ତୀ ଅରଣ୍ୟାଞ୍ଚଳରୁ ସକାଳ ୯ଟାବେଳେ କଲରାପତ୍ରିଆଟି ଚାଲି ଆସି ଜୟନଗର ଅଞ୍ଚଳର ରଙ୍ଗନାଥନ ନାମକ ଜଣେ ବ୍ୟକ୍ତିଙ୍କ ଘରେ ପଶିଯାଇଥିଲା। ସେତେବେଳେ ଘରେ ଥିଲେ ତାଙ୍କ ପତ୍ନୀ ଓ ମାଆ।

ଭୟଭୀତ ହୋଇ ଦୁହେଁ ବାଥ୍‌ରୁମ୍‌କୁ ପଶିଯାଇ ଥିଲେ। ତାଙ୍କର ଚିତ୍କାର ଶୁଣି ପଡ଼ୋଶୀମାନେ ପୁଲିସରେ କହିଥିଲେ।
ବନ ଅଧିକାରୀମାନଙ୍କୁ ନେଇ ପୁଲିସ ପହଞ୍ଚିବା ପରେ ବାଥ୍‌ରୁମ୍‌ କାନ୍ଥ ଭଙ୍ଗାଯାଇ ଦୁହିଁଙ୍କୁ ଉଦ୍ଧାର କରାଯାଇଥିଲା।

ରୋଷେଇଘରେ ଥିବା ବାସନକୁସନ ପଛରେ ଲୁଚି ରହିଥିବା କଲରାପତ୍ରିଆକୁ ଖୋଜି ବାହାର କରିବାକୁ ପ୍ରାୟ ୯ ଘଣ୍ଟା ଲାଗିଥିଲା। ମଝିରେ ବନ ଅଧିକାରୀମାନେ ଭାବିଥିଲେ ବୋଧହୁଏ କଲରାପତ୍ରିଆ ନାହିଁ, ମହିଳା ଦୁହେଁ ମିଛରେ ପାଟି କରିଥିଲେ।

କିନ୍ତୁ ଘର ନିକଟରେ ଥିବା ସିସିଟିଭିରେ ବାଘ ଘରଭିତରକୁ ପଶୁଥିବାର ଦେଖା ଯାଇଥିଲା। ତେବେ ଯାଇ ଖୋଜାଖୋଜି ଜୋର୍‌ଦାର କରାଯାଇଥିଲା।

ପ୍ରାୟ ସନ୍ଧ୍ୟା ୬ଟା ବେଳେ ବନ ଅଧିକାରୀମାନେ କଲରାପତ୍ରିଆକୁ ଦେଖିବା ପରେ ନିଶ୍ଚେତକ ପ୍ରୟୋଗ କରି ଧରିଥିଲେ। ସେ ବାଘଟିକୁ ନିକଟବର୍ତ୍ତୀ ବନ୍ନେରଘଟ୍ଟା ପ୍ରାଣୀ ଉଦ୍ୟାନରେ ଛଡ଼ାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe