ଧର ନହେଲେ ମାର : ଜମ୍ମୁ ଓ କଶ୍ମୀରରେ ୩ ପିଲାଙ୍କୁ ମାରିଥିବା କଲରାପତ୍ରିଆକୁ ନେଇ ପ୍ରଶାସନର ନିର୍ଦ୍ଦେଶ

Advertisment
ପ୍ରୋଜେକ୍ଟ ଟାଇଗରକୁ ୫୦ ବର୍ଷ; ଦେଶରେ ୩୧୬୭ ବାଘ, ୪ ବର୍ଷରେ ୨୦୦ ଅଧିକ

Image Courtesy of NDTV

ଶ୍ରୀନଗର: ଗତ ଅଳ୍ପ କିଛି ଦିନ ହେବ ଜମ୍ମୁ ଓ କଶ୍ମୀରର ବାରମୂଳା ଜିଲ୍ଲା ଅନ୍ତର୍ଗତ ଉରି ଅଞ୍ଚଳରେ ୩ଜଣ ପିଲାଙ୍କୁ ମାରିଥିବା କଲରାପତ୍ରିଆକୁ ଧରିବା କିଂବା ମାରିବା ପାଇଁ ସବୁ ପ୍ରକାରରର ସମ୍ବଳ ବି‌ନିଯୋଗ କରିବା ଲାଗି ମଙ୍ଗଳବାର ଦିନ ପ୍ରଶାସନ ଆଦେଶ ଜାରି କରିଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି।

ସେମାନେ କହିଛନ୍ତି, ଉତ୍ତର କଶ୍ମୀର ଜିଲ୍ଲାର ଉରି ଅନ୍ତର୍ଗତ କାଲ୍‌ସନ୍‌ ଘାଟି ଏବଂ ବୋନିୟାର୍‌ ଅଞ୍ଚଳରେ ଉକ୍ତ କଲରାପତ୍ରିଆ ହାବୁଡ଼ରେ ପଡ଼ି ୩ଜଣ ପିଲାଙ୍କ ଜୀବନ ଯାଇଛି।

ଜଣେ ସରକାରୀ ମୁଖପାତ୍ର କହିଛନ୍ତି, ଜନଜୀବନ ସୁରକ୍ଷା ନିମନ୍ତେ ସୁନିଶ୍ଚିତ ହେବା ପାଇଁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଇ ମଙ୍ଗଳବାର ଦିନ ବାରମୂଳା ଡେପୁଟି କମିସନର୍‌ ସୟେଦ୍‌ ସେହ୍‌ରିଶ ଅସ୍‌ଗର୍‌ କର୍ତ୍ତୃପକ୍ଷମାନଙ୍କ ନିର୍ଦେଶ ଦେଇ କହିଛନ୍ତି, ଉପଲବ୍ଧ ସମସ୍ତ ସମ୍ବଳ ଲଗାଇ କଲରାପତ୍ରିଆକୁ ଧର ନଚେତ ମାର।

publive-image Image Courtesy of NDTV

ଅଧିକ ଅପ୍ରୀତିକର ଘଟଣା ଏଡ଼ାଇବା ଲାଗି ଉକ୍ତ ମଣିଷଖିଆ କଲରାପତ୍ରିଆକୁ ଶିକାର କରିବା ଲାଗି ତୁରନ୍ତ ତଥା ଆବଶ୍ୟକ ଯୋଜନା ସମ୍ବନ୍ଧରେ ଆଲୋଚନା କରିବା ଲାଗି ଡେପୁଟି କମିସନର୍‌ଙ୍କ କାର୍ଯ୍ୟାଳୟରେ ଆଗତ ହୋଇଥିବା ବୈଠକରେ ଅସ୍‌ଗର୍‌ ସରକାରୀ କର୍ତ୍ତୃପକ୍ଷମାନଙ୍କୁ ଉପରୋକ୍ତ ନିର୍ଦେଶ ଦେଇଥିବା କଥା ମୁଖପାତ୍ରଜଣକ କହିଛନ୍ତି।

ଅସ୍‌ଗର୍‌ କହିଛନ୍ତି, କଲରାପତ୍ରିଆଟିକୁ ଶିକାର କରିବା ଲାଗି ଉପରିସ୍ତ ସରକାରୀ କର୍ତ୍ତୃପକ୍ଷମାନେ ଆବଶ୍ୟକ ଅନୁମତି ଦେଇଛନ୍ତି। ଦୁର୍ଲଭ ମାନବ ଜୀବନ ସହ ବନ୍ୟପ୍ରାଣୀ ସମ୍ପଦ ସୁରକ୍ଷା ହେଉଛି ଜିଲ୍ଲା ପ୍ରଶାସନର ଗୁରୁ ଦାୟିତ୍ବ। ପରିସ୍ଥିତିକୁ ଚାହିଁ ସେଥି ନିମନ୍ତେ ବିହିତ ବ୍ୟବସ୍ଥା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe