ଲକ୍‌ଡାଉନ୍‌ର ସୁଯୋଗ ନେଇ ଜନବସତି ସ୍ଥାନକୁ ମାଡ଼ି ଆସୁଛନ୍ତି ବନ୍ୟଜନ୍ତୁ, ଲୋକ‌େ ଭୟଭୀତ

Advertisment
ଲକ୍‌ଡାଉନ୍‌ର ସୁଯୋଗ ନେଇ ଜନବସତି ସ୍ଥାନକୁ ମାଡ଼ି ଆସୁଛନ୍ତି ବନ୍ୟଜନ୍ତୁ, ଲୋକ‌େ ଭୟଭୀତ

ndtv

ହାଇଦ୍ରାବାଦ୍‌: କରୋନା ଭାଇରସ୍‌ ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ ଲାଗୁ ହୋଇଥିବା ଲକ୍‌ଡାଉନ୍‌ କାରଣରୁ ବନ୍ୟଜନ୍ତୁମାନେ ଏବେ ଫାଙ୍କା ରାସ୍ତା ଏବଂ ଜନବସତି ଅଞ୍ଚଳରେ ଚଲାବୁଲା କରୁଥିବାର ଦେଖିବାକୁ ମିଳିଛି। ହାଇଦ୍ରାବାଦ୍‌ର ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ଦୁଇଟି ଭିନ୍ନ ଭିନ୍ନ ଘଟଣା ଦେଖିବାକୁ ମିଳିଛି। ଗୋଟିଏ ଜଙ୍ଗଲୀ ବିରାଡ଼ି ଓ ଗୋଟିଏ କଲରାପତରିଆ ବାଘ ଜଙ୍ଗଲ ଛାଡ଼ି ଜନବସତି ଆଡ଼କୁ ଚାଲି ଆସିଥିବା ଦେଖିବାକୁ ମିଳିଛି।

ଜଙ୍ଗଲୀ ବିରାଡ଼ିଟି ହାଇଦ୍ରାବାଦ୍‌ର ଗୋଲ୍‌କଣ୍ଡା ଅଞ୍ଚଳରେ ଥିବା ନୁରାନି ମସ୍‌ଜିଦ୍‌ ଭିତରେ ବୁଲୁଥିବାର ଦେଖିବାକୁ ମିଳିଥିଲା। ସେହିପରି  କଲରାପତରିଆ ବାଘଟି ହାଇଦ୍ରାବାଦ୍‌ର ମ‌ୈଲାରଦେବପାଲିର ୭ ନମ୍ବର ଜାତୀୟ ରାଜପଥର ରାସ୍ତାକଡ଼ରେ ଶୋଇଥିବାର ଦେଖିବାକୁ ମିଳିଥିଲା।

publive-image ndtv

ପୁଲିସ୍‌ ଏବଂ ଜଙ୍ଗଲ ବିଭାଗୀୟ ଅଧିକାରୀମାନେ ସହରର ନେହେରୁ ଜୁଓଲୋଜିକାଲ୍‌ ପାର୍କର ଉଦ୍ଧାରକାରୀ ଦଳଙ୍କୁ ନେଇ ଘଟଣାସ୍ଥଳ‌ରେ ପହଞ୍ଚିଥିଲେ। ସେଠାରେ ପହଞ୍ଚି ସେମାନେ ‌ସେଠାରୁ କଲରାପତରିଆ ବାଘଟିକୁ ଉଦ୍ଧାର କରିଥିବା ଜାଣିବାକୁ ମିଳିଛି। ସକାଳ ପ୍ରାୟ ୮.୧୫ ସମୟରେ ବାଘଟିକୁ ଦେଖିବାକୁ ମିଳିଥିଲା।

ସର୍ବସାଧାରଣ ସ୍ଥାନରେ ଏପରି ଭାବେ ବନ୍ୟଜନ୍ତୁଙ୍କୁ ଦେଖି ‌ରାସ୍ତାରେ ଯାଉଥିବା ଲୋକଙ୍କ ଭିତରେ ଭୟ ଓ ଆତଙ୍କ ଦେଖା ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe