କୁନୋ: ମଧ୍ୟପ୍ରଦେଶସ୍ଥିତ କୁନୋ ଜାତୀୟ ଉଦ୍ୟାନରେ ଚିତାବାଘଙ୍କ ଭିତରେ ସଂଘର୍ଷ ହେବା ପରେ ସୋମବାର ସନ୍ଧ୍ୟାରେ ଭାରତରେ ଜନ୍ମିତ ଏକ ୨୦ ମାସର ମାଈ ଚିତାର ମୃତଦେହ ଉଦ୍ଧାର କରାଯାଇଛି। ସୋମବାର ସନ୍ଧ୍ୟା ପ୍ରାୟ ୬ଟା ୩୦ ସମୟରେ ବନ ବିଭାଗ ଅଧିକାରୀମାନେ ଆଫ୍ରିକାରୁ ସ୍ଥାନାନ୍ତରିତ ହୋଇଥିବା ଚିତା ଜ୍ୱାଲାଠାରୁ ଜନ୍ମିତ ଚାରିଟି ଶାବକ ମଧ୍ୟରୁ ଗୋଟିଏର ମୃତଦେହ ପାଇଥିଲେ। ୨୦୨୫ ଫେବ୍ରୁଆରି ୨୧ ତାରିଖରେ ତାକୁ ତା’ର ତିନି ଭାଇଭଉଣୀ ଓ ମା’ ସହ ଜଙ୍ଗଲରେ ଛାଡ଼ି ଦିଆଯାଇଥିଲା।
ସେ ଏକ ମାସ ପୂର୍ବରୁ ମା’ଠାରୁ ଅଲଗା ହୋଇଯାଇଥିଲା ଏବଂ ନିକଟରେ ତା’ର ଭାଇଭଉଣୀଙ୍କଠାରୁ ମଧ୍ୟ ଅଲଗା ହୋଇଥିଲା। ଚିତା ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ଉତ୍ତମ ଶର୍ମା ମୃତ୍ୟୁକୁ ନିଶ୍ଚିତ କରି କହିଛନ୍ତି, ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ଚିତାବାଘ ସହିତ ଲଢେଇ ପରେ ମାଈ ଚିତାବାଘର ମୃତ୍ୟୁ ଘଟିଛି। ପୂର୍ଣ୍ଣାଙ୍ଗ ରିପୋର୍ଟ ଆସିବା ପରେ ଅଧିକ ବିବରଣୀ ଜଣାପଡ଼ିବ। ଏହି ଘଟଣା ପରେ ବନ ବିଭାଗ ଅଧିକାରୀମାନେ ଅନ୍ୟ କମ୍ ବୟସ୍କ ଚିତାମାନଙ୍କ ଉପରେ ତଦାରଖକୁ କଡ଼ାକଡ଼ି କରିଛନ୍ତି। କୁନୋରେ ବର୍ତ୍ତମାନ ୨୫ଟି ଚିତା, ୯ଟି ବୟସ୍କ (୬ଟି ମାଈ ଓ ୩ଟି ଅଣ୍ଡିରା) ଏବଂ ୧୬ଟି ଭାରତ-ଜନ୍ମିତ ଚିତା ଅଛନ୍ତି।
Follow Us