ଘରେ ପଶିଗଲା କଲରାପତରିଆ ବାଘ, ଭିଡିଓ ଦେଖନ୍ତୁ

Advertisment
ଘରେ ପଶିଗଲା କଲରାପତରିଆ ବାଘ, ଭିଡିଓ ଦେଖନ୍ତୁ

ମୁମ୍ବାଇ : ମହାରାଷ୍ଟ୍ରର ସତାରା ଜିଲ୍ଲାରେ ଏକ ଅଜବ ଘଟଣା ଘଟିଛି । ଗୋଟିଏ ପରିବାରର ଲୋକେ ଘର ବାହାରେ ବସିଥିବାବେଳେ ହଠାତ୍ ଏକ କଲରାପତରିଆ ବାଘ ଏକ ପୋଷା କୁକୁରକୁ ଗୋଡ଼ାଇ ଗୋଡ଼ାଇ ଘରେ ପଶିଯାଇଥିଲା ।

ଘଟଣାଟି ଘଟିଛି ସତାରା ଜିଲ୍ଲାର ହେଲଓ୍ବାକ୍ ଗାଁରେ । ଗୁରୁବାର ସଂଧ୍ୟାରେ ସୁଧୀର କରାନ୍ଦେ ଓ ତାଙ୍କ ପରିବାରର ଅନ୍ୟ ଲୋକମାନେ ଦୂର୍ଗାମୂର୍ତ୍ତୀ ବିସର୍ଜନ ପରେ ଘର ବାହାରେ ବିଶ୍ରାମ କରୁଥିବାବେଳେ ଦେଖିଲେ ଯେ ତାଙ୍କ ପୋଷା କୁକୁର ପ୍ରାଣ ବିକଳରେ ଦୌଡ଼ି ଘରେ ପଶିଗଲା । କିନ୍ତୁ ତା ପରେ ସେମାନେ ଯାହା ଦେଖିଲେ, ତାଙ୍କର ହୋସ ଉଡ଼ିଗଲା । କୁକୁରକୁ ଗୋଡାଇ ଏକ କଲରାପତରିଆ ବାଘ ବି ଘରେ ପଶିଗଲା । ଏହା ପରେ ସେମାନେ ଉପସ୍ଥିତ ବୁଦ୍ଧି ଖଟାଇ ଘର କବାଟକୁ ବାହାରୁ ବନ୍ଦ କରିଦେଲେ । ଫଳରେ ବାଘଟି ଘର ଭିତରେ ଫସି ରହିଗଲା । ଖବର ପାଇ ଗାଁ ଲୋକେ ଘଟଣାସ୍ଥଳରେ ପହଞ୍ଚିଲେ । ସମସ୍ତେ ବାଘକୁ ଦେଖି ତାଜୁବ୍ !

ଏହା ପରେ ସ୍ଥାନୀୟ ବନ ବିଭାଗକୁ ଖବର ଦିଆଗଲା । ବନ ବିଭାଗର କର୍ମଚାରୀମାନେ ସେଠାରେ ପହଞ୍ଚି ବାଘକୁ ଉଦ୍ଧାର କରି ନେଇଯାଇଥିଲେ ।

ଏ ସଂପର୍କରେ ସ୍ଥାନୀୟ ଡିଓଫଓ ବିଶାଲ ମାଲି କହିଛନ୍ତି ଯେ ବାଘର ସ୍ବାସ୍ଥ୍ୟ ପରୀକ୍ଷା ପରେ ତାକୁ ଜଂଗଲରେ ଛାଡ଼ି ଦିଆଯିବ । ତେବେ ବାଘର ଡାହାଣ ଗୋଡ଼ରେ ସାମାନ୍ୟ ଆଘାତ ଲାଗିଛି ବୋଲି ସେ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe