ଓଡ଼ିଶା ସମେତ ୪ ରାଜ୍ୟରେ ବୃଦ୍ଧି ପାଉଛି କୁଷ୍ଠ ରୋଗ, ସଂସଦୀୟ ଷ୍ଟାଣ୍ଡିଂ କମିଟି ରିପୋର୍ଟରେ ଉଦ୍‌ବେଗ

Advertisment
କୁଷ୍ଠ ରୋଗୀଙ୍କୁ ମିଳୁନି ଆବଶ୍ୟକ ସୁବିଧା: ସ୍ବାସ୍ଥ୍ୟ ବିଭାଗର ନଜରରେ ଡିପିଏମ୍‌ଆର କ୍ଲିନିକ୍

Zee News

ନୂଆଦିଲ୍ଲୀ: ଓ଼ଡ଼ିଶା ସହିତ ବିହାର, ଛତିଶଗଡ଼, ଝାଡ଼ଖଣ୍ଡ ତଥା ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ- ଡାମନ ଓ ନଗରହାଭେଲୀ ଏବଂ ଲକ୍ଷାଦ୍ୱୀପରେ କୁଷ୍ଠରୋଗ ବ୍ୟାପିବାରେ ଲାଗିଛି। ଏହାକୁ ନେଇ ସଂସଦୀୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ କମିଟି ରିପୋର୍ଟରେ ଉଦ୍‌ବେଶ ପ୍ରକାଶ ପାଇଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ସଂସଦୀୟ ଷ୍ଟାଣ୍ଡିଂ କମିଟି ନିକଟରେ ରାଜ୍ୟସଭା ଅଧ୍ୟକ୍ଷ ଏମ୍‌. ଭେଙ୍କିୟା ନାଇଡ଼ୁଙ୍କୁ ଏ ସଂକ୍ରାନ୍ତରେ ୪ଟି ରିପୋର୍ଟ ପ୍ରଦାନ କରିଛନ୍ତି। ଏହି ୩୧ ଜଣିଆ ଷ୍ଟାଣ୍ଡିଂ କମିଟିର ନେତୃତ୍ବ ନେଉଛନ୍ତି ପ୍ରଫେସର ରାମଗୋପାଳ ଯାଦବ। ଷ୍ଟାଣ୍ଡିଂ କମିଟି ରିପୋର୍ଟରେ ଭାରତୀୟ ଚିକିତ୍ସା ଗବେଷଣା ପରିଷଦ (ଆଇସିଏମ୍‌ଆର)କୁ ବୈଠକ ଡକାଇ ପଦକ୍ଷେପ ନେବା ପାଇଁ କୁହାଯାଇଛି। ଆହୁରି ମଧ୍ୟ କୁହାଯାଇଛି ‌ଯେ, କୁଷ୍ଠ ରୋଗର ବ୍ୟାପକତାକୁ ‌ରୋକିବା ପାଇଁ ଅଧିକାରୀଙ୍କୁ ନେଇ ନିର୍ଦ୍ଦିଷ୍ଟ ରଣନୀତି ପ୍ରସ୍ତୁତ ହେବା ଆବଶ୍ୟକ। ଏଥିସହିତ, ସମ୍ପୃକ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ଜାତୀୟ କୁଷ୍ଠ ନିରାକରଣ କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିବା ସହିତ ଏମ୍‌ଆଇପି ଟୀକାକରଣ ପାଇଁ କମିଟି ପକ୍ଷରୁ ପରାମର୍ଶ ଦିଆଯାଇଛି। ଏମ୍‌ଆଇପି ଟୀକାକରଣକୁ ପ୍ରାଥମିକତା ଦିଆଗଲେ, ନିର୍ଦ୍ଦିଷ୍ଟ ସମୟବଧି ମଧ୍ୟରେ ଏହି ରୋଗର ମୂଳୋତ୍ପାଟନ ହୋଇପାରିବ ବୋଲି ଏହି ରିପୋର୍ଟରେ ଦର୍ଶାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe