ସ୍ବଚ୍ଛତା ମିସନ୍‌ରୁ ପ୍ରାପ୍ତ ଶିକ୍ଷା କରୋନାଭାଇରସ୍ ଲଢ଼େଇରେ ଗୁରୁତ୍ବପୂର୍ଣ୍ଣ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

Advertisment
ସ୍ବଚ୍ଛତା ମିସନ୍‌ରୁ ପ୍ରାପ୍ତ ଶିକ୍ଷା କରୋନାଭାଇରସ୍ ଲଢ଼େଇରେ ଗୁରୁତ୍ବପୂର୍ଣ୍ଣ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

Image Courtesy of Hindustan Times

ନୂଆଦିଲ୍ଲୀ: ସ୍ବଚ୍ଛତା ମିସନ୍‌ରୁ ପ୍ରାପ୍ତ ଶିକ୍ଷା କରୋନାଭାଇରସ୍ ଲଢ଼େଇରେ ଗୁରୁତ୍ବପୂର୍ଣ୍ଣ ବୋଲି ଆଜି ନୂଆଦିଲ୍ଲୀରେ ରାଷ୍ଟ୍ରୀୟ ସ୍ବଚ୍ଛତା କେନ୍ଦ୍ର ଉଦ୍‌ଘାଟନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍କୁଲ୍‌ ପିଲାମାନଙ୍କୁ ଉତ୍ସାହ ଦେଇ କହିଛନ୍ତି। ମହାତ୍ମା ଗାନ୍ଧୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଏହି ରାଷ୍ଟ୍ରୀୟ ସ୍ବଚ୍ଛତା କେନ୍ଦ୍ର ସ୍ଥାପନ କଥା ଗାନ୍ଧୀଜୀଙ୍କ ଚମ୍ପାରଣ ‘ସତ୍ୟାଗ୍ରହ’ ଶତବାର୍ଷିକୀ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ୨୦୧୭ ଏପ୍ରିଲ୍ ୧୦ ତାରିଖ ଦିନ ଘୋଷଣା କରିଥିଲେ।

ରାଜଘାଟ ନିକଟରେ ଅବସ୍ଥିତ ଏହି କେନ୍ଦ୍ରରୁ ଫେରି ଆମ୍ଫି ଥିଏଟର୍‌ରେ ୩୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ପ୍ରତିନିଧିତ୍ବ କରୁଥିବା ୩୬ଜଣିଆ ସ୍କୁଲ୍‌ ପିଲା ଦଳକୁ ପ୍ରଧାନମନ୍ତ୍ରୀ କହିଲେ, ପରିଚ୍ଛନତା ବିଷୟରେ ତୁମ୍ଭମାନଙ୍କର ଆଗ୍ରହ ଦେଖି ମୁଁ ଆନନ୍ଦିତ।

ଆମେ ପଦାକୁ ବାହାରି ଆମର କାମ କରିବା, କିନ୍ତୁ କରୋନାଭାଇରସ୍ ଠାରୁ ନିରାପଦ ରହିବା। ଏଥିପାଇଁ ଆମେ ମାସ୍କ୍‌ ପିନ୍ଧିବା, ଛଅ ଫୁଟ୍‌ ଦୂରତା ବଜାୟ ରଖିବା ଏବଂ ପଦାରେ ଛେପ ପକାଇବା ନାହିଁ।

publive-image Image Courtesy of Hindustan Times

ପ୍ରଥମେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ସ୍ବଚ୍ଛତା କେନ୍ଦ୍ରରେ ‘ସ୍ବଚ୍ଛ ଭାରତ ମିସନ୍’ ଏକ ସଂକ୍ଷିପ୍ତ ଭିଡିଓ ଦେଖିଲେ। ଏହାପରେ ସେ ଗଳ୍ପରୂପରେ ବର୍ଣ୍ଣନା କରାଯାଇଥିବା ପରିମଳ ଯାତ୍ରା ସମ୍ବନ୍ଧରେ ବର୍ଣ୍ଣନା କରାଯାଉଥିବା ଏକ ପୂର୍ଣ୍ଣାଙ୍ଗ ଅଡିଓ-ଭିଜୁଆଲ୍ ସୋ ମଧ୍ୟ ଦେଖିଲେ।

ସ୍ବଚ୍ଛତା କେନ୍ଦ୍ରରେ ୧୧ଟି ଜୋନ୍ ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ‘ସ୍ବଚ୍ଛ ଭାରତ ମିସନ୍‌’ର ୫ ବର୍ଷ ଯାତ୍ରାର ପ୍ରତିନିଧିତ୍ବ କରି ୬ ଲକ୍ଷ ଗ୍ରାମ କିଭଳି ବାହ୍ୟମଳତ୍ୟାଗ ଅଭ୍ୟାସ ବଦଳାଇଛନ୍ତି ତାହା ବର୍ଣ୍ଣନା କରିଥିଲେ। ଏହା ବିଶ୍ବ ଇତିହାସରେ ସବୁଠୁ ବଡ଼ ଅଭ୍ୟାସଗତ ପରିବର୍ତ୍ତନ ଅଭିଯାନ ବୋଲି କୁହାଯାଉଛି।

ମହାତ୍ମା ଗାନ୍ଧୀଙ୍କ ପ୍ରସଙ୍ଗରେ କହି ପ୍ରଧାନମନ୍ତ୍ରୀ କହିଲେ ସମଗ୍ର ବଶ୍ବ ଏବେ ଗାନ୍ଧୀଜୀଙ୍କ ମୂଲ୍ୟବୋଧ ଓ ନୀତି ଗ୍ରହଣ କରିବାକୁ ଆଗଭର ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe