କୃଷି ନୀତି ଉପରେ ପୁନର୍ବିଚାର କରାଯାଉ: ବରୁଣ ଗାନ୍ଧି

Advertisment
ବରୁଣ ଗାନ୍ଧି ଆଣିଲେ ଏମ୍‌ଏସ୍‌ପି ଉପରେ ପ୍ରଥମ ପ୍ରାଇଭେଟ୍ ବିଲ୍

ndtv.com

ନୂଆଦିଲ୍ଲୀ: ବିଜେପି ସାଂସଦ ବରୁଣ ଗାନ୍ଧି ଉତ୍ତରପ୍ରଦେଶର ଏକ ଭିଡିଓ ପୋଷ୍ଟ କରି କେନ୍ଦ୍ର ସରକାରଙ୍କୁ କୃଷି ନୀତି ଉପରେ ପୁନର୍ବିଚାର କରିବାକୁ କହିଛନ୍ତି। ଭିଡିଓରେ ଜଣେ ଚାଷୀଙ୍କ ଫସଲ ବିକ୍ରି କରିବାରେ ବିଫଳ ହେବା ପରେ ସେଥିରେ ନିଆଁ ଲଗାଇ ଦେଉଥିବା ଦେଖିବାକୁ ମିଳିଛି। ସମୋଦ ସିଂହ ନାମକ ଏହି କୃଷକ ଗତ ୧୫ ଦିନ ଧରି ମଣ୍ଡିକୁ ମଣ୍ଡି ଯାଉଥିଲେ ମଧ୍ୟ ବିକ୍ରି କରିବାରେ ସଫଳ ହୋଇପାରିନଥିଲେ। ସୋସିଆଲ ମିଡିଆରେ ଲଖିମପୁର ଖେରି ହିଂସା ସମ୍ପର୍କରେ ନିଜର ମତ ପ୍ରକାଶ କରି ବିଜେପିର ଅଡ଼ୁଆ ବଢ଼ାଇଥିବା ବରୁଣ ପୁଣି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍‌ କରିବା ଚର୍ଚ୍ଚାର ବିଷୟ ହୋଇଛି। ବିଜେପିର ଜାତୀୟ କାର୍ଯ୍ୟନିର୍ବାହୀ କମିଟି ସଦସ୍ୟ ପଦରୁ ତାଙ୍କୁ ନିକଟରେ ହଟାଇ କରାଯାଇଛି। ଲଖିମପୁର ଖେରି ହିଂସା ପରେ ହିନ୍ଦୁ ଏବଂ ଶିଖଙ୍କ ମଧ୍ୟରେ ତିକ୍ତତା ସୃଷ୍ଟି କରିବାକୁ ପ୍ରୟାସ କରାଯାଉଛି ବୋଲି ବରୁଣ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe