ଦାଦନ ଶ୍ରମିକଙ୍କୁ ନେବା ପାଇଁ ସ୍ୱତନ୍ତ୍ର ରେଳ ବ୍ୟବସ୍ଥା ହେଉ: ଉଦ୍ଧବ

Advertisment
ଦାଦନ ଶ୍ରମିକଙ୍କୁ ନେବା ପାଇଁ ସ୍ୱତନ୍ତ୍ର ରେଳ ବ୍ୟବସ୍ଥା ହେଉ: ଉଦ୍ଧବ

Image Source--maharastra times

ମୁମ୍ବାଇ: କରୋନା ବିଶ୍ୱମହାମାରୀ କବଳରେ ଭାରତର ସର୍ବାଧିକ କ୍ଷତିଗ୍ରସ୍ତ ମୁମ୍ବାଇ ତଥା ମହାରାଷ୍ଟ୍ରକୁ ରକ୍ଷା କରିବା ଏବଂ ଏହାଠାରୁ ଦେଶକୁ ରକ୍ଷା କରିବା ପାଇଁ ଲକ୍ଷ ଲକ୍ଷ ଦାଦନଶ୍ରମିକଙ୍କୁ ନିଜ ରାଜ୍ୟକୁ ନେଇଯିବା ପାଇଁ ସ୍ୱତନ୍ତ୍ର ରେଳଗାଡ଼ି ବ୍ୟବସ୍ଥା କରାଯାଉ। ଏମିତି ଟ୍ୱିଟରରେ ଦାବି କରିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ। ଏପ୍ରିଲ୍‌ ୩୦ରୁ ମେ ୧୫ ମଧ୍ୟରେ ଭୂତାଣୁ ସଂକ୍ରମଣ ବଢ଼ିଯିବା ନେଇ କେନ୍ଦ୍ର ସରକାର ଆଶଙ୍କା କରୁଥିବାରୁ ତାହା ପୁର୍ବରୁ ଏଭଳି ସହଯୋଗ ଲୋଡ଼ିଛନ୍ତି ଉଦ୍ଧବ। ଏହି ମର୍ମରେ କେନ୍ଦ୍ରସରକାର ଗାଇଡ୍‌ଲାଇନ୍‌ ଜାରି କରିବାକୁ ସେ ଅନୁରୋଧ କରିଛନ୍ତି। ଏପ୍ରିଲ୍‌ ୩୦ ପୂର୍ବରୁ ସ୍ୱତନ୍ତ୍ର ରେଳଗାଡ଼ି ଆୟୋଜନ କରି ଅନ୍ୟ ରାଜ୍ୟର ଦାଦନ ଶ୍ରମିକମାନଙ୍କୁ ନିଜନିଜ ରାଜ୍ୟରେ ପହଞ୍ଚାଇବାର ବ୍ୟବସ୍ଥା କରାଯାଉ। ଏବେ ମହାରାଷ୍ଟ୍ରରେ ୬ ଲକ୍ଷ ଦାଦନ ଶ୍ରମିକଙ୍କୁ ରାଜ୍ୟ ସରକାର ଖାଇବା, ରହିବା ଓ ମେଡିକାଲ ସହାୟତା ବିଭିନ୍ନ ରିଲିଫ୍‌ ଶିବିରରେ ଯୋଗାଇ ଦେଉଛି। ଏବେ ସେମାନେ ନିଜ ଘର ପରିବାର ଠାରୁ ଦୂରରେ ରହୁଥିବାରୁ ଉଭୟୋ ସନ୍ତାପରେ ଦିନ କାଟୁଛନ୍ତି। ଏପ୍ରିଲ୍‌ ୧୮ରେ ଏକ ଲକ୍ଷ ଆଖୁଚାଷ ଦାଦନ ଶ୍ରମିକଙ୍କୁ ସେମାନଙ୍କ ଗାଆଁକୁ ପଠାଇସାରିଛନ୍ତି। ସମସ୍ତ ଖାଦ୍ୟ ଓ ଯାତ୍ରା ଖର୍ଚ ସଂପୃକ୍ତ ଚିନିକଳ ପରିଚାଳନା ବହନ କରିଛନ୍ତି। ଦେଶବ୍ୟାପୀ ଲକ୍‌ଡାଉନ୍‌ ମେ ୩ ତାରିଖ ପର୍ଯ୍ୟନ୍ତ ସକ୍ରିୟ ଥିବା ବେଳେ ତାହା ପୂର୍ବରୁ ରେଳ ମନ୍ତ୍ରାଳୟ ଏହାକୁ କାର୍ଯ୍ୟକାରୀ କରିବାକୁ ଉଦ୍ଧବ ଠାକ୍‌ରେ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe