ନିଟ-ଜେଇଇ ପରୀକ୍ଷା ବିରୋଧରେ ସୁପ୍ରିମ କୋର୍ଟ ଯିବାକୁ ମୁଖ୍ୟମନ୍ତ୍ରୀମାନଙ୍କୁ କହିଲେ ମମତା ବାନାର୍ଜୀ

Advertisment
ନିଟ-ଜେଇଇ ପରୀକ୍ଷା ବିରୋଧରେ ସୁପ୍ରିମ କୋର୍ଟ ଯିବାକୁ ମୁଖ୍ୟମନ୍ତ୍ରୀମାନଙ୍କୁ କହିଲେ ମମତା ବାନାର୍ଜୀ

The Indian Express

ନୂଆଦିଲ୍ଲୀ: ଆଜି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କେନ୍ଦ୍ର ସରକାରଙ୍କ ଉଲ୍ଲେଖନୀୟ ଜିଏସଟି ଏବଂ ନିଟ-ଜେଇଇ ପରୀକ୍ଷା କରାଇବାର ନିଷ୍ପତିକୁ ବିରୋଧ କରି ଏକ ବଡ ବୈଠକ ଡାକିଛନ୍ତି। ଏହି ବୈଠକରେ କଂଗ୍ରେସ ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ କଂଗ୍ରେସକୁ ସମର୍ଥନ କରୁଥିବା ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି। ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ବୈଠକ ଆରମ୍ଭ ହୋଇଛି |

ଏହି ବୈଠକରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ସିଂ ବାଘେଲ, ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ, ପୁଡୁଚେରୀ ମୁଖ୍ୟମନ୍ତ୍ରୀ ନାରାୟଣସାମୀ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯୋଗ ଦେଇଛନ୍ତି।

publive-image hindustantimes

ଇଞ୍ଜିନିୟରିଂ ପାଇଁ ଜେଇଇ ପରୀକ୍ଷା ସେପ୍ଟେମ୍ବର ୧ରୁ ୧୬ ମଧ୍ୟରେ ହେବାକୁ ଥିବାବେଳେ ଡାକ୍ତରୀ ଅଧ୍ୟୟନ ପାଇଁ  ‘ନ୍ୟାସ୍‌ନାଲ୍ ଇଲିଜିବିଲିଟି-କମ୍-ଏଣ୍ଟ୍ରାନ୍ସ୍‌ ସେପ୍ଟେମ୍ବର ୧୩ରେ କରାଯିବାକୁ ଯୋଜନା କରାଯାଇଛି। ଏହି ଉଭୟ ପରୀକ୍ଷା କରାଇବା ପାଇଁ ସୁପ୍ରିମକୋର୍ଟ ମଧ୍ୟ ଅନୁମୋଦନ ଦେଇଛନ୍ତି। ତେବେ କଂଗ୍ରେସ ସମେତ ଶିବସେନା ଏବଂ ଟିଏମସି ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ କାରଣ ଦର୍ଶାଇ ପରୀକ୍ଷା ସ୍ଥଗିତ ରଖିବାକୁ ଦାବି କରୁଛନ୍ତି।

ଏହି ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି, "ଆସନ୍ତୁ ସୁପ୍ରିମକୋର୍ଟକୁ ଯିବା। ଆସନ୍ତୁ ଏହି ବିଷୟରେ ଆଲୋଚନା କରିବା। ଏହା ଛାତ୍ରଛାତ୍ରୀମାନଙ୍କ ପାଇଁ ମାନସିକ ଯନ୍ତ୍ରଣା। ମୁଁ ଗଣତନ୍ତ୍ରରେ ଏତେ ଅତ୍ୟାଚାର ଦେଖି ନାହିଁ। ପରିସ୍ଥିତି ଅତ୍ୟନ୍ତ ଗମ୍ଭୀର। ଆମକୁ ପିଲାମାନଙ୍କ ପାଇଁ ସ୍ୱର ଉତ୍ତୋଳନ କରିବାକୁ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe