ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଦ୍ବିତୀୟ କାର୍ଯ୍ୟକାଳ ଆଉ ଛଅ ମାସ ପରେ ଶେଷ ହେବ। ଏକ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇଥିବା ବେଳେ ତାଙ୍କୁ ତୃତୀୟ ପାଳି ସମ୍ପର୍କରେ ପ୍ରଶ୍ନ କରାଯାଇଥିଲା। ତାହାର ଉତ୍ତରରେ ଶକ୍ତିକାନ୍ତ କହିଛନ୍ତି ଯେ ଏହା ହେଉଛି ଏକ କାଳ୍ପନିକ ପ୍ରଶ୍ନ। ମୋ ପାଖରେ ଆହୁରି ଛଅ ମାସର ସମୟ ଅଛି। ଦେଖାଯାଉ କ’ଣ ହେଉଛି। କେନ୍ଦ୍ରରେ ଅର୍ଥନୈତିକ ବ୍ୟାପାର ସଚିବ ଭାବେ କାର୍ଯ୍ୟ କରିଥିବା ଶକ୍ତିକାନ୍ତଙ୍କୁ ୨୦୧୮ ଡିସେମ୍ବର ୧୨ରେ ରିଜର୍ଭ ବ୍ୟାଙ୍କର ୨୫ତମ ଗଭର୍ଣ୍ଣର ଭାବେ ନିଯୁକ୍ତି ମିଳିଥିଲା। ୨୦୨୧ରେ ତାଙ୍କ କାର୍ଯ୍ୟକାଳକୁ ଆଉ ତିନି ବର୍ଷ ବୃଦ୍ଧି କରାଯାଇଥିଲା। ୨୦୨୩ରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଭାବେ କାର୍ଯ୍ୟ କରିବାର ପାଞ୍ଚ ବର୍ଷ ସେ ପୂରଣ କରିଥିଲେ। ବିମୁଦ୍ରୀକରଣ କାର୍ଯ୍ୟକାରୀ କରିବାରେ ସେ ପ୍ରମୁଖ ଭୂମିକା ତୁଲାଇଥିଲେ।
ଶକ୍ତିକାନ୍ତଙ୍କୁ ତୃତୀୟ ପାଳି ପ୍ରଶ୍ନ, କହିଲେ ଦେଖାଯାଉ
Advertisment
Follow Us