ନିଜ ଗାଁରେ ବ୍ୟାଙ୍କଶାଖା ଖୋଲିବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି

Advertisment

ଚା ବିକାଳିଙ୍କ ପ୍ରୟାସ ସଫଳ ହେଲା, ପ୍ରତିଶ୍ରୁତି ଦେଲା ଏସ୍‌ବିଆଇ

ଚା ବିକାଳିଙ୍କ ପ୍ରୟାସ ସଫଳ ହେଲା, ପ୍ରତିଶ୍ରୁତି ଦେଲା ଏସ୍‌ବିଆଇ

ନିଜ ଗାଁରେ ବ୍ୟାଙ୍କଶାଖା ଖୋଲିବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି

ନୂଆଦିଲ୍ଲୀ: ନିଜ ଗାଁରେ ବ୍ୟାଙ୍କଟିଏ ଖୋଲିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି ପଶ୍ଚିମବଂଗ ନାରାୟଣଗଡ଼ର ଚା’ ବିକ୍ରେତା ଦୀପକ କୁମାର ଦାସ। ସେ ପିଲାଦିନୁ ଦେଖି ଆସିଛନ୍ତି ତାଙ୍କ ଗ୍ରାମ ପଞ୍ଚାୟତରେ ବ୍ୟାଙ୍କିଙ୍ଗ୍‌ ସେବାର କୌଣସି ସୁବିଧା ନାହିଁ। ତେଣୁ ଗାଁ ଉନ୍ନତିରେ ପରିବର୍ତ୍ତନ ଆଣିବାକୁ ସେ ସ୍ଥିର କଲେ। ଅନେକ ବିଫଳ ପ୍ରୟାସ ପରେ ଶେଷରେ ଗତ ଫେବ୍ରୁଆରି ମାସରେ ସେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ତାଙ୍କ ଗାଁରେ ଏକ ବ୍ୟାଙ୍କ ଖୋଲିବାକୁ ନିବେଦନ କରିଥିଲେ। ନାରାୟଣଗଡର ବାସିନ୍ଦା ଏହି ସୁବିଧା ପାଇବା ପାଇଁ ୨୦ କିଲୋମିଟର ଚାଲି ଚାଲି ଆସନ୍ତି।

ଦୀପକ କୁମାରପୁର ଗାଁର ବାସିନ୍ଦା ଏବଂ ଏହି ସୁବିଧା ପାଇଁ ତାଙ୍କର ସଂଗ୍ରାମ ଗତ ବର୍ଷ ଆରମ୍ଭ ହୋଇଥିଲା। ଚା ବିକିବା ବ୍ୟତୀତ ସେ ଗ୍ରାମବାସୀଙ୍କୁ ବିଭିନ୍ନ ସରକାରୀ ଯୋଜନାରେ ଫର୍ମ ପୂରଣ କରିବାରେ ସାହାଯ୍ୟ କରନ୍ତି। ପ୍ରଥମେ ସେ ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସବିଆଇ)ର ଲିଡ୍‌ ମ୍ୟାନେଜରଙ୍କୁ ଏକ ଚିଠି ଲେଖିଥିଲେ। କୌଣସି ପ୍ରତିକ୍ରିୟା ନ ମିଳିବାରୁ ସେ ଗତ ବର୍ଷ ଫେବୃଆରିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଚିଠି ଲେଖି ସମସ୍ତ ଗ୍ରାମବାସୀଙ୍କ ଦସ୍ତଖତ ସହିତ ସେମାନଙ୍କ ଗ୍ରାମ ପଞ୍ଚାୟତରେ ଏକ ବ୍ୟାଙ୍କ ଖୋଲିବାକୁ ନିବେଦନ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତାଙ୍କ ଚିଠିକୁ ଗ୍ରହଣ କରି ଏସବିଆଇକୁ ଏହି ପ୍ରସଙ୍ଗରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାର ଏକ ମାସ ପରେ ଏସବିଆଇ ଜେନେରାଲ ମ୍ୟାନେଜର ଦୀପକଙ୍କୁ ମେଲ୍‌ କରି କହିଥିଲେ ଯେ ସେମାନେ ବ୍ୟାଙ୍କ ଗଠନ କରିପାରିବେ ନାହିଁ, କିନ୍ତୁ ଏକ ଗ୍ରାହକ କେନ୍ଦ୍ର ଖୋଲିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଏହି ଖବର ପ୍ରଚାରିତ ହେବା ପରେ ସମଗ୍ର ପଞ୍ଚାୟତବାସୀଙ୍କ ଖୁସି କହିଲେ ନସରେ। ସେମାନେ ଦୀପକଙ୍କ ଉଦ୍ୟମ ପାଇଁ ସାଧୁବାଦ ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe