କୋଭିଡ୍‌ ସଂକ୍ରମଣ ବୃଦ୍ଧି: ଓଡ଼ିଶା ସମେତ ୭ ରାଜ୍ୟର ସ୍ବାସ୍ଥ୍ୟ ସଚିବଙ୍କୁ କେନ୍ଦ୍ର ସରକାରଙ୍କ ଚିଠି

Advertisment
ରାଜ୍ୟରେ ଆଜି ୨୦୨ ନୂଆ କରୋନା ସଂକ୍ରମିତ: ୪୫ ଜଣ ୧୮ ବର୍ଷରୁ କମ୍ ବୟସର

Image Courtesy The News Minute

ନୂଆଦିଲ୍ଲୀ: ଦୈନିକ କୋଭିଡ୍‌-୧୯ ସଂକ୍ରମଣ ବୃଦ୍ଧି ପାଉଥିବା କାରଣରୁ ଶୁକ୍ରବାର ଦିନ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ଓଡ଼ିଶା ସମେତ ୭ଟି ରାଜ୍ୟର ସ୍ବାସ୍ଥ୍ୟ ସଚିବମାନଙ୍‌କ ନିକଟକୁ ପତ୍ର ଲେଖିଛନ୍ତି।

ଅନ୍ୟ ୬ଟି ରାଜ୍ୟ ହେଉଛି ଦିଲ୍ଲୀ, କେରଳ, କର୍ଣ୍ଣାଟକ, ମହାରାଷ୍ଟ୍ର, ତାମିଲନାଡୁ ଏବଂ ତେଲେଙ୍ଗାନା।

ଓଡ଼ିଶାର ସ୍ବାସ୍ଥ୍ୟ ସଚିବ ରାଜ କୁମାରଙ୍କ ନିକଟକୁ ଆସିଥିବା ପତ୍ରରେ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ଲେଖିଛନ୍ତି, ଅଗଷ୍ଟ ୫ ତାରିଖ ଦିନ ସର୍ବାଧିକ ୧,୭୯୦ ନୂତନ କରୋନାଭାଇରସ୍‌ ସଂକ୍ରମଣ ରିପୋର୍ଟ ସମତେ ଗତ ଏକ ମାସ ହେବ ଓଡ଼ିଶାରେ ହାରାହାରି ଦୈନିକ ନୂତନ ସଂକ୍ରମଣ ସଂଖ୍ୟା ଅଧିକ ହେଉଥିବା ରିପୋର୍ଟ ଆସୁଛି। ଦେଶର ସାପ୍ତାହିକ ନୂତନ ସଂକ୍ରମଣରେ ଓଡ଼ିଶାର ଅବଦାନ ୫% ଥିବା ବେଳେ ଅଗଷ୍ଟ ୫ ତାରିଖ ଦିନ ଶେଷ ହୋଇଥିବା ସପ୍ତାହରେ ପଜିଟିଭିଟି ହାର ଥିଲା ୪.୮୫%।

publive-image Image Courtesy of The New Indian Express

ସଂକ୍ରମଣ ପ୍ରତିହତ କରିବା ନିମନ୍ତେ କରାଯିବାକୁ ଥିବା ଉପାୟ ନିମନ୍ତେ ରାଜ୍ୟକୁ ଏକାଧିକ ବାର ଅବଗତ କରାଯାଇଛି। କିନ୍ତୁ, ସମାନ ହାରରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ତାହାକୁ ଦମନ କରିବା ପାଇଁ ରାଜ୍ୟସ୍ତରରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ବୋଲି ଉକ୍ତ ପତ୍ରରେ ଉଲ୍ଲେଖ ଅଛି।

ଓଡ଼ିଶାରେ ୧୫ଟି ଜିଲ୍ଲାରେ ପରୀକ୍ଷା ହ୍ରାସ, ୧୦ଟି ଜିଲ୍ଲାରେ ସଂକ୍ରମଣ ବୃଦ୍ଧି ଏବଂ ୪ଟି ଜିଲ୍ଲାରେ ସାପ୍ତାହିକ ପଜିଟିଭିଟି ହାର ୧୦%ରୁ ଅଧିକ ରହୁଥିବା କଥା ଉକ୍ତ ଚିଠିରେ ଉଲ୍ଲେଖ କରି ସବିଶେଷ ବିବରଣୀ ସହ ଉକ୍ତ ଜିଲ୍ଲାଗୁଡ଼ିକର ତାଲିକା ମଧ୍ୟ ଉକ୍ତ ପତ୍ରରେ ସଂଯୋଗ କରାଯାଇଛି।

ଆଗାମୀ ମାସଗୁଡ଼ିକରେ ବହୁ ପର୍ବପର୍ବାଣି ପଡୁଥିବାରୁ ଜନସମାଗମ ହେବ ଏବଂ ସେଥିଯୋଗୁଁ ଅନ୍ୟାନ୍ୟ ସଂକ୍ରାମକ ରୋଗ ସମେତ କରୋନାଭାଇରସ୍‌ ସଂକ୍ରମଣ ବୃଦ୍ଧି ପାଇବାର ଆଶଙ୍କ ରହିଛି। ତେଣୁ, ରାଜ୍ୟର ଉପରୋକ୍ତ ଜିଲ୍ଲାଗୁଡ଼ିକରେ ଯଥେଷ୍ଟ ପରୀକ୍ଷା କରାଯିବା ଆବଶ୍ୟକ ବୋଲି କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe