ମନ୍ଦିର ଭାଙ୍ଗିବାକୁ ଏଲ୍‌ଜି ନିର୍ଦ୍ଦେଶ ଦେଇଛନ୍ତି: ଆତିଶୀ, ଅଭିଯୋଗକୁ ଖଣ୍ଡନ କଲେ ଏଲ୍‌ଜି

Advertisment

ଦିଲ୍ଲୀର ବିଭିନ୍ନ ଅଂଚଳରେ  ମନ୍ଦିର ଭାଙ୍ଗିବା ପାଇଁ   ଉପରାଜ୍ୟପାଳ ଭି କେ ସାକ୍ସେନାଙ୍କ ଅଫିସ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀଙ୍କ ଅଭିଯୋଗକୁ ଉପରାଜ୍ୟପାଳ ଦୃଢ଼ଭାବେ ଖଣ୍ଡନ କରିଛନ୍ତି।

ଦିଲ୍ଲୀର ବିଭିନ୍ନ ଅଂଚଳରେ  ମନ୍ଦିର ଭାଙ୍ଗିବା ପାଇଁ   ଉପରାଜ୍ୟପାଳ ଭି କେ ସାକ୍ସେନାଙ୍କ ଅଫିସ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀଙ୍କ ଅଭିଯୋଗକୁ ଉପରାଜ୍ୟପାଳ ଦୃଢ଼ଭାବେ ଖଣ୍ଡନ କରିଛନ୍ତି।

ddddgdg

ନୂଆଦିଲ୍ଲୀ: ଦିଲ୍ଲୀର ବିଭିନ୍ନ ଅଂଚଳରେ  ମନ୍ଦିର ଭାଙ୍ଗିବା ପାଇଁ   ଉପରାଜ୍ୟପାଳ ଭି କେ ସାକ୍ସେନାଙ୍କ ଅଫିସ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀଙ୍କ ଅଭିଯୋଗକୁ ଉପରାଜ୍ୟପାଳ ଦୃଢ଼ଭାବେ ଖଣ୍ଡନ କରିଛନ୍ତି। ଉପରାଜ୍ୟପାଳଙ୍କ ସଚିବାଳୟ ପକ୍ଷରୁ ଏକ ବିବୃତି ଜାରି କରି ସ୍ପଷ୍ଟୀକରଣ ଦିଆଯାଇଛି ଯେ ମନ୍ଦିର, ମସଜିଦ ଏବଂ ଚର୍ଚ୍ଚ ସମେତ କୌଣସି ବି ଧାର୍ମିକ ଅନୁଷ୍ଠାନ ଭାଙ୍ଗିବା ପାଇଁ ନିର୍ଦ୍ଦେଶ ନାହିଁ। ଅଫିସ୍‌ ଦ୍ବାରା ଏମିତି କୌଣସି ଫାଇଲ୍‌ ଗ୍ରହଣ କରାଯାଇନି ବୋଲି ବିବୃତିରେ କୁହ‌ାଯାଇଛି।  

ଉପରାଜ୍ୟପାଳ କହିଛନ୍ତି,  ଶସ୍ତା ରାଜନୀତି ପାଇଁ ଏଭଳି ମିଥ୍ୟା ଅଭିଯୋଗ ଅଣାଯାଉଛି।  ଉଲ୍ଲେଖଯୋଗ୍ୟ, ମୁଖ୍ୟମନ୍ତ୍ରୀ ଆତିଶୀ ଉପରାଜ୍ୟପାଳଙ୍କ ନିକଟକୁ ଏକ ଚିଠି ଲେଖି ଅଭିଯୋଗ କରିଛନ୍ତି ଯେ ନଭେମ୍ବର ୨୨ ତାରିଖରେ ଉପରାଜ୍ୟପାଳଙ୍କ ତତ୍ତ୍ବାବଧାନରେ ଏକ ବୈଠକ ହୋଇଥିଲା। ଏହି ବୈଠକରେ କିଛି ଧା‌ର୍ମିକ ସ୍ଥଳ ଭାଙ୍ଗିବାପାଇଁ ନିଷ୍ପତ୍ତି ହୋଇଥିଲା।    କିନ୍ତୁ ଏଭଳି ଅଭିଯୋଗ ଉପରେ ପ୍ରତିକ୍ରିୟା ରଖି ଉପରାଜ୍ୟପାଳ କହିଛନ୍ତି, ଆତିଶୀ କେବଳ ରାଜନୀତି ପାଇଁ ମିଥ୍ୟା ଓ ବିଭ୍ରାନ୍ତିକର ବୟାନ ଦେଇଛନ୍ତି। ଏହି ପ୍ରସଙ୍ଗ ନେଇ ଦିଲ୍ଲୀରେ ଆପ୍‌ ଓ ଏଲ୍‌ଜି ପୁଣି ମୁହାଁମୁହିଁ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe